Advertisment

Sets Powerful Example: ଦଶାହରେ ତୁଠ କାର୍ଯ୍ୟ କରି ଲଣ୍ଡା ହେଲା ଝିଅ ... ଯିଏ ଶୁଣୁଛି ସିଏ କହୁଛି ସାବାସ୍

ନିଜ ବାପାଙ୍କୁ ମୁଖାଗ୍ନି ଦେଇଥିବା ଦୀପ୍ତିଲତା ତାଙ୍କ ଦଶାହରେ ପୁଅ ଭଳି କେଶ ମୁଣ୍ଡନ କରିଛନ୍ତି । ସରକଣା ଗାଁର ଶରତ ମହାନ୍ତିଙ୍କ ଦୁଇ ଝିଅ ପ୍ରୀତି ଏବଂ ଦୀପ୍ତି । ପ୍ରୀତି ବିବାହ କରି ଶାଶୁଘରେ ରହୁଥିବା ବେଳେ ବାପାମାଙ୍କ ସାଙ୍ଗରେ ରହନ୍ତି ସାନ ଝିଅ ଦୀପ୍ତି ।

author-image
Manas Ranjan Mohanty
girl-shaved-her-head

girl-shaved-her-head Photograph: (OTV)

ଝିଅ ପୁଅ ସମାନ ପୁଣି ଥରେ ପ୍ରମାଣ କରିଦେଲା ଓଡ଼ିଆ ଝିଅ ।  ପୁଅ ନଥିବାରୁ ବାପାଙ୍କୁ ମୁଖାଗ୍ନି ଦେଇଥିଲା ଝିଅ । ଦଶାହରେ ତୁଠ କାର୍ଯ୍ୟ କରି ଲଣ୍ଡା ବି ହେଲା । ଏବେ ଯିଏ ଶୁଣୁଛି ସିଏ କହୁଛି ସାବାସ୍ ଝିଅ । 

Advertisment

ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ସରକଣା ଗାଁର ଦୀପ୍ତିଲତାଙ୍କ କଥା । ଦୀପ୍ତିଲତା ଯାହା କରିଛନ୍ତି ଶୁଣିଲେ ଆପଣ ବି ପ୍ରଶଂସାରେ ପୋତିଦେବେ । ଜଣେ ଝିଅ ପାଇଁ ତାର କେଶ ବହୁ ମୂଲ୍ୟବାନ । ସୁନ୍ଦର କେଶରାଶି ଜଣେ ଝିଅକୁ ଅନ୍ୟମାନଙ୍କ ପାଖରେ ଇର୍ଷଣୀୟ କରାଏ । ସରକଣାର ଦୀପ୍ତିଲତା ବି ଅନ୍ୟ ସାଧାରଣ ଝିଅଙ୍କ ଭଳି ସୁନ୍ଦର କେଶ ରଖିଥିଲେ । ହେଲେ ଗତକାଲି ସେ ତାଙ୍କର ସେହି ସୁନ୍ଦର କେଶକୁ ମୁଣ୍ଡନ କରି ଦେଇଛନ୍ତି । ଆଉ କାହିଁକି ମୁଣ୍ଡନ କରିଛନ୍ତି ଜାଣନ୍ତି ।

ନିଜ ବାପାଙ୍କୁ ମୁଖାଗ୍ନି ଦେଇଥିବା ଦୀପ୍ତିଲତା ତାଙ୍କ ଦଶାହରେ ପୁଅ ଭଳି କେଶ ମୁଣ୍ଡନ କରିଛନ୍ତି । ସରକଣା ଗାଁର ଶରତ ମହାନ୍ତିଙ୍କ ଦୁଇ ଝିଅ ପ୍ରୀତି ଏବଂ ଦୀପ୍ତି । ପ୍ରୀତି ବିବାହ କରି ଶାଶୁଘରେ ରହୁଥିବା ବେଳେ ବାପାମାଙ୍କ ସାଙ୍ଗରେ ରହନ୍ତି ସାନ ଝିଅ ଦୀପ୍ତି ।  ଗତ ୧ ତାରିଖ ଦିନ ଶରତଙ୍କର ଦେହାନ୍ତ ହୋଇଯାଇଥିଲା । ବଡ଼ ଝିଅ ବିବାହିତ ହୋଇଥିବାରୁ ବାପାଙ୍କୁ ସ୍ବର୍ଗଦ୍ବାରରେ ମୁଖାଗ୍ନି ଦେଇଥିଲେ ସାନ ଝିଅ ଦୀପ୍ତି । ଦାହ ସଂସ୍କାର ପରେ ଶୁଦ୍ଧିକାର୍ଯ୍ୟର ସମସ୍ତ ରୀତିନୀତି ମଧ୍ୟ ତୁଲାଇଥିଲେ ଦୀପ୍ତି । ଦୈନିକ ଭୋଜନ ହାଣ୍ଡି ଦେବାଠାରୁ ଆରମ୍ଭ କରି ବେଳିକିଆ ଖାଇବା ପର୍ଯ୍ୟନ୍ତ ସବୁ ନୀତି ପାଳନ କରିଥିଲେ । କିନ୍ତୁ ଦଶାହ ଦିନ ଦୀପ୍ତି ଯେଉଁ ନିଷ୍ପତ୍ତି ନେଲେ, ତାହା ଅନ୍ୟମାନଙ୍କୁ ବି ତାଜୁବ କରିଥିଲା ।

Advertisment

ପୂର୍ବରୁ ଅନେକ ଝିଅ ବାପାକୁ ମୁଖାଗ୍ନି ଦେଇଥିଲେ ବି ଦଶାହରେ ଲଣ୍ଡା ହେଉନଥିଲେ । କିନ୍ତୁ ଦୀପ୍ତି ଦଶାହରେ ସମସ୍ତ ନୀତିକାନ୍ତି ତୁଲାଇବା ସହ ପୁଅମାନଙ୍କ ଭଳି ଦଗ୍ଧ ହାଣ୍ଡି ଭାଙ୍ଗି ଦଶ ତୁଠରେ ଲଣ୍ଡା ହୋଇଥିଲେ । ଦୀପ୍ତିଙ୍କ ଏହି ନିଷ୍ପତ୍ତିକୁ କେହି ବିରୋଧ କରିନଥିବା ବେଳେ ସାହି ଭାଇ ଗାଁ ଲୋକ କିନ୍ତୁ ବେଶ୍ ପ୍ରଶଂସା କରିଥିଲେ । ବିଶେଷକରି ଦୀପ୍ତିଙ୍କ ବଡ଼ ଭଉଣୀ ପ୍ରୀତି ଏବଂ ଭିଣୋଇ ଶଶିଭୂଷଣ ଏହାକୁ ନେଇ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ପୁଅଟିଏ ନାହିଁ, କିଏ ମୋ ମୁହଁରେ ନିଆଁ ଦେବ ବୋଲି ମନରେ ଭାବନା ରଖୁଥିବା ପୁତ୍ରସନ୍ତାନ ହୀନ ବାପାମାଙ୍କ ପାଇଁ ଦୀପ୍ତି ଏକ ପ୍ରବୋଧନା ସାଜିଥିବା ବେଳେ ଅନ୍ୟ ଝିଅମାନଙ୍କ ପାଇଁ ଏକ ଉଦାହରଣ ପାଲଟିଛନ୍ତି । 

Advertisment
Related Articles
Advertisment