/odishatv-khabar/media/media_files/2025/12/17/sambalpur-girl-scuba-diver-2025-12-17-15-50-15.jpg)
SAMBALPUR-GIRL-SCUBA-DIVER Photograph: (OTV)
ଅକାତ କାତ ପାଣି । ତା' ଉପରେ ସାମୁଦ୍ରିକ ଜୀବଜନ୍ତୁଙ୍କ ଭୟ । ହେଲେ ସବୁ ପ୍ରତିକୂଳ ପରିସ୍ଥିତିକୁ ଏଡାଇ ଗଭୀର ସମୁଦ୍ରରେ ଡାଇଭିଂ କରୁଥିବା ଏ ହେଲେ- ଓଡ଼ିଆ ଝିଅ ତିସ୍ୟା ପାଣିଗ୍ରାହୀ । ବୟସ ମାତ୍ର ୧୫ ବର୍ଷ । କିନ୍ତୁ ଏତେ କମ୍ ବୟସରୁ ସେ ଯେଉଁ ରେକର୍ଡ କରିଛନ୍ତି, ତାହା ଯିଏ ଶୁଣୁଛି ବାଃ ବାଃ କରୁଛି । ମାଳଦ୍ୱୀପର ୧୦୦ ଫୁଟ ଗଭୀର ସମୁଦ୍ର ମଧ୍ୟରେ ୫୦ତମ ଡାଇଭ୍ ପୂରଣ କରିବାର ରେକର୍ଡ କରିଛନ୍ତି ତିସ୍ୟା । ଆଉ ବନିଯାଇଛନ୍ତି ସବୁଠାରୁ କନିଷ୍ଠ ଓଡ଼ିଆ ସ୍କୁବା ଡାଇଭର୍ ।
ମାଳଦ୍ବୀପର 'କାଣ୍ଡୁମା ଥିଲା' ଡାଇଭ୍ ସ୍ଥଳରେ ତିସ୍ୟା ନିଜର ୫୦ତମ ଡାଇଭ୍ ପୂରା କରିଛନ୍ତି । ପ୍ରଖର ସ୍ରୋତ, ଗଭୀର ଜଳରାଶି ଓ ସୁଦୃଶ୍ୟ ଜଳଜୀବଙ୍କ ଆଡ୍ଡାସ୍ଥଳୀ 'କାଣ୍ଡୁମା ଥିଲା' ମାଳଦ୍ବୀପର ଗୋଟିଏ ଜଣାଶୁଣା ଏବଂ ରୋମାଞ୍ଚକର ଡାଇଭ ସାଇଟ୍ । ତାଲିମ ଦୃଷ୍ଟିରୁ ଅତ୍ୟନ୍ତ କଠିନ ଏହି ସ୍ଥାନରେ ୧୦୦ ଫୁଟ ଗଭୀର ସମୁଦ୍ର ମଧ୍ୟରେ ସ୍କୁବା ଡାଇଭିଂ କରିଥିଲେ ତିସ୍ୟା । ଦକ୍ଷିଣ ଆଫ୍ରିକାର ସ୍କୁବା ଡାଇଭିଂ ଇନଷ୍ଟ୍ରକଟର ଲୁକାଙ୍କର ନିରୀକ୍ଷଣରେ ଏହି ଡାଇଭ୍ ହୋଇଥିଲା । ଏଥିରେ ତିସ୍ୟାଙ୍କ ବାପା ତଥା ଆଡଭାନ୍ସଡ ସ୍କୁବା ଡାଇଭର ପ୍ରିୟଦର୍ଶୀ ପାଣିଗ୍ରାହୀ ସାଥ୍ ଦେଇଥିଲେ । ଡାଇଭିଂ ବେଳେ ପ୍ରଖର ସ୍ରୋତରୁ ସୁରକ୍ଷିତ ରହିବା ପାଇଁ ଉଭୟ ପ୍ରବାଳ ପ୍ରାଚୀରର ଗୋଟିଏ ଅଂଶରେ ହୁକ୍ ବ୍ୟବହାର କରିଥିଲେ । ତେବେ ଅଥଳ ଜଳରାଶିରେ ଡାଇଭିଂ ବେଳେ ସାର୍କ ଓ ଅନ୍ୟାନ୍ୟ ବିଶାଳ ସାମୁଦ୍ରିକଜୀବଙ୍କ ସଂସ୍ପର୍ଶରେ ଆସିବା ଦୁହିଁଙ୍କ ପାଇଁ ଯେତିକି କୌତୁହଳ ଥିଲା ସେତିକି ରୋମାଞ୍ଚଭରା ଥିଲା ବୋଲି କହିଛନ୍ତି ତାଙ୍କର ବାପା ।
୨୦୧୦ରେ ଓଡ଼ିଶାର ସମ୍ବଲପୁରରେ ତିସ୍ୟାଙ୍କ ଜନ୍ମ । ହେଲେ ଗତ ୧୩ ବର୍ଷ ହେଲା ସେ ଦୁବାଇରେ ରହିଆସୁଛନ୍ତି । ମାତ୍ର ୧୦ ବର୍ଷ ବୟସରୁ ସେ ସ୍କୁବା ଡାଇଭିଂ ଆରମ୍ଭ କରିଥିଲେ । ତିସ୍ୟା ଏବେ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର, ସର୍ବକନିଷ୍ଠ ଆଡଭାନସଡ ସ୍କୁବା ଡାଇଭର ଓ ସମୁଦ୍ରର ୧୦୦ ଫୁଟ୍ ଗଭୀର ଜଳରାଶିରେ ୫୦ତମ ଡାଇଭିଂ କରିବାର ସର୍ବକନିଷ୍ଠ ଓଡ଼ିଆ ସ୍କୁବା ଡାଇଭର ହେବାର ରେକର୍ଡ ହାସଲ କରିଛନ୍ତି ।
ସ୍କୁବା ଡାଇଭିଂରେ ସଫଳତା ବ୍ୟତୀତ ତିସ୍ୟା ସମୁଦ୍ର ସୁରକ୍ଷା ଓ ସଚେତନତା ପ୍ରଚାର ପାଇଁ ନିଜ ମଞ୍ଚକୁ ବ୍ୟବହାର କରୁଛନ୍ତି । ସେ ଅଣ୍ଡରୱାଟର୍ କ୍ଲିନ୍-ଅପ୍ରେ ଯୋଗ ଦେଉଛନ୍ତି । ବିଭିନ୍ନ ଡାଇଭିଂ ମ୍ୟାଗାଜିନରେ ଲେଖିବା ସହ ଯୁବପିଢିକୁ ସମୁଦ୍ର ସୁରକ୍ଷାରେ ସାମିଲ ହେବାକୁ ପ୍ରୋତ୍ସାହିତ କରୁଛନ୍ତି। ଏତେ କମ୍ ବୟସରୁ ତିସ୍ୟାଙ୍କ ଏପରି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା...
KISS Student’s Death Case: KISS ଛାତ୍ର ମୃତ୍ୟୁ ଘଟଣାରେ ବଡ଼ ଅପଡେଟ୍: ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା

Bribery for Death Certificates: ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଲାଞ୍ଚ! କ୍ୟାମେରାରେ କଏଦ ଲାଞ୍ଚ କାରବାର

Police Confirm Murder of KISS Student: KISS ଛାତ୍ରଙ୍କ ହତ୍ୟା ଘଟଣାକୁ ଦିଆଯାଇଥିଲା ଦୁର୍ଘଟଣାର ରୂପ; ୨ ଅଧିକାରୀଙ୍କ ସମେତ ୫ ଅଟକ

Significance Of Dhanu Sankranti: ଧନୁ ସଂକ୍ରାନ୍ତିର ମହତ୍ତ୍ଵ; ଶ୍ରୀମନ୍ଦିରରେ ହୁଏ ପହିଲି ଭୋଗ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)