Advertisment

Nature Spot Draws Tourists: ପ୍ରକୃତି ଏଠି ମନ କିଣୁଛି, ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି

ପ୍ରକୃତି ଏଠି ମନ କିଣୁଛି। ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ। ନଦୀ ଓ ସମୁଦ୍ରର ଏ ସଙ୍ଗମ ସ୍ଥଳ ବେଶ୍ ମନୋଲଭା। ଏଠାକୁ ଯିଏ ଥରେ ଆସିଛି, ସିଏ କେବେ ଭୁଲିପାରିବନି।

author-image
Chinmayee Sahoo
Astaranga Nature Spot

Astaranga Nature Spot Photograph: (OTV)

ପ୍ରକୃତି ଏଠି ମନ କିଣୁଛି। ପର୍ଯ୍ୟଟକଙ୍କୁ ବାନ୍ଧି ରଖୁଛି ପ୍ରାକୃତିକ ସୌନ୍ଦର୍ଯ୍ୟ। ନଦୀ ଓ ସମୁଦ୍ରର ଏ ସଙ୍ଗମ ସ୍ଥଳ ବେଶ୍ ମନୋଲଭା। ଭଳିକି ଭଳି ପକ୍ଷୀଙ୍କ ରାବ ସାଙ୍ଗକୁ ନାଲି କଙ୍କଡ଼ାଙ୍କ ବିଚରଣ। ଆଉ କାଚ କେନ୍ଦୁ ପରି ପାଣିର ଦୁଇ ପାର୍ଶ୍ଵରେ ରହିଛି ହେନ୍ତାଳ ବଣ। ଏଠାକୁ ଯିଏ ଥରେ ଆସିଛି, ସିଏ କେବେ ଭୁଲିପାରିବନି। 

Advertisment

ସବୁ ଦିନ ଏହି ସ୍ମୃତି ଟିକକ ତାଙ୍କ ମନରେ ତାଜା ହୋଇ ରହିଛି। ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ଅସ୍ତରଙ୍ଗର ଦେବୀନାସୀର ପ୍ରାକୃତିକ ସୌନ୍ଦର୍ଯ୍ୟ। ବୋଟିଂ ସାଙ୍ଗକୁ ଲକ୍ଷାଧିକ ନାଲି କଙ୍କଡା ଓ ହେନ୍ତାଳ ବଣରେ ଭଳିକି ଭଳି ଦେଶ ବିଦେଶର ପକ୍ଷୀ ପର୍ଯ୍ୟଟକ ମାନଙ୍କୁ ହାତଠାରି ଡାକନ୍ତି। ଆଉ ପ୍ରକୃତି ପ୍ରେମୀମାନେ ଏଠାରେ ବଣଭୋଜି କରି ବେଶ ମଜା ଉଠାନ୍ତି। 

୩ରୁ ୪ କିଲୋମିଟର ପର୍ଯ୍ୟନ୍ତ ବୋଟିଂର ସୁବିଧା ରହିଛି ଏଠାରେ। ତା’ ସାଙ୍ଗକୁ ସର୍ବଧର୍ମ ସମ୍ମନ୍ଵୟ ପୀଠ ପୀର ଜହାନିଆ, ସୁଦୀର୍ଘ ବେଳାଭୂମି ଓ ଝାଉଁ ଜଙ୍ଗଲ ପ୍ରତ୍ୟେକଟି ପ୍ରକୃତି ପ୍ରେମୀଙ୍କ ମନକୁ ଖୁସି କରିଦିଏ। ଅସ୍ତରଙ୍ଗ ଠାରୁ ମାତ୍ର ୧୨ କିଲୋମିଟର ଦୂର ଗଙ୍ଗାଦେବୀ ପୀଠ ନିକଟରେ ରହିଛି ଏହି ପର୍ଯ୍ୟଟନ ସ୍ଥଳୀ। ଯାହାକି ପ୍ରକୃତିକୁ ଭଲ ପାଉଥିବା ପର୍ଯ୍ୟଟକ ମାନଙ୍କୁ ବେଶ ଆକର୍ଷିତ କରୁଛି। ଆଉ ଏବେ ଠାରୁ ଏଠାରେ ଲାଗିଲାଣି ପର୍ଯ୍ୟଟକଙ୍କ ସୁଅ।

Advertisment

ପୁରୀ ଜିଲ୍ଲାର ଏମିତି ଏକ ପରିବେଶ ଭିତ୍ତିକ ପର୍ଯ୍ୟଟନ ସ୍ଥଳୀ ସରକାରଙ୍କ ଦ୍ରୁଷ୍ଟି ଆଢୁଆଳରେ ରହିଯାଇଛି। ନା ଅଛି ଏଠି ପାର୍କିଂ ସ୍ଥାନ ନା ଅଛି ଏଠି କମ୍ୟୁନିଟ୍ ଟଏଲେଟ। ତେବେ ଖୁବ ଶୀଘ୍ର ଏ ସ୍ଥାନରେ ଭିତ୍ତିଭୂମିର ବିକାଶ ବନ ବିଭାଗକୁ ଅନୁରୋଧ କରାଯିବ ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।

Tourism
Advertisment
Related Articles
Advertisment