Advertisment

PM SYM Scheme Explain: ଆପଣଙ୍କୁ ବି ମିଳିପାରିବ ୩୦୦୦ଟଙ୍କା , ଗୋଟିଏ କ୍ଲିକରେ ପଢ଼ନ୍ତୁ ଯୋଜନା ବିଷୟରେ

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ବା PM-SYM ହେଉଛି ଏକ ସଙ୍ଗଠିତ ଯୋଜନା, ଯାହା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ନିହାତି ଆବଶ୍ୟକ ପେନସନ ସୁରକ୍ଷା ପ୍ରଦାନ କରିଥାଏ । ଏହାର ଲକ୍ଷ୍ୟ ହେଉଛି ବୃଦ୍ଧାବସ୍ଥାରେ ଆପଣଙ୍କୁ ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା ।

author-image
Manas Ranjan Mohanty
PM-SYM Scheme

PM-SYM Scheme Photograph: (OTV)

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା । ଏହି ଯୋଜନା ପାଇଁ ଆବଶ୍ୟକ କେବଳ ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ଓ ମୋବାଇଲ ନମ୍ବର । ଆପଣଙ୍କୁ ବି ମିଳିପାରିବ ୩୦୦୦ଟଙ୍କା । ଆଜି ଆମେ ଆଲୋଚନା କରିବା ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ବା ‘PM-SYM’ ଯୋଜନା ବିଷୟରେ । ଯାହା ଅସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଆଶାର କିରଣ ପାଲଟିଛି । ମାନେ ସିଧା ସିଧା କହିବାକୁ ଗଲେ ଏହି ଯୋଜନାଟି କେବଳ ଚାଷୀ, ଶ୍ରମିକ, ରାସ୍ତା କଡ଼ ଦୋକାନୀ, ରିକ୍ସା ଅଟୋ ଚାଳକ, କୁଶଳୀ କାରିଗର ଇତ୍ୟାଦିଙ୍କ ପାଇଁ । ତେବେ ଚାଲନ୍ତୁ, ଯୋଜନାର ବିଷୟରେ ବିସ୍ତୃତ ଭାବେ ଜାଣିବା । 

Advertisment

PM-SYM ଯୋଜନା କ’ଣ ? 

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ବା PM-SYM ହେଉଛି ଏକ ସଙ୍ଗଠିତ ଯୋଜନା, ଯାହା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ନିହାତି ଆବଶ୍ୟକ ପେନସନ ସୁରକ୍ଷା ପ୍ରଦାନ କରିଥାଏ । ଏହାର ଲକ୍ଷ୍ୟ ହେଉଛି ବୃଦ୍ଧାବସ୍ଥାରେ ଆପଣଙ୍କୁ ଆର୍ଥିକ ସହାୟତା ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା । ଯେଉଁମାନଙ୍କ ମାସିକ ଆୟ ୧୫ ହଜାରରୁ କମ୍ ରହିଛି ସେହିମାନେ ହିଁ ଏହି ଯୋଜନାର ଲାଭ ଉଠାଇପାରିବେ । ଯେମିତି କି କୃଷକ, ରିକ୍ସା ଚାଳକ, ରାସ୍ତାକଡ଼ ଦୋକାନୀ, ନିର୍ମାଣ ଶ୍ରମିକ, ଘରୋଇ ଶ୍ରମିକ, କୁଶଳୀ କାରିଗର ଓ ଦିନ ମଜୁରିଆ ଇତ୍ୟାଦି ଏହି ଯୋଜନାରେ ସାମିଲ ହୋଇପାରିବେ । ଯାହାଦ୍ବାରା ସେମାନଙ୍କୁ ୬୦ ବର୍ଷ ବୟସ ପରେ ପ୍ରତ୍ୟେକ ମାସ ୩୦୦୦ ଟଙ୍କା ପେନସନ୍ ମିଳିପାରିବ । 

ଜାଣିବା ଏହି ଯୋଜନାର ମୁଖ୍ୟ ଲାଭ କ’ଣ ରହିଛି 

୧. ନିର୍ଦ୍ଦିଷ୍ଟ ପେନସନ: 60 ବର୍ଷ ବୟସ ପରେ ପ୍ରତି ମାସରେ ₹3,000 ମିଳିବ 
୨. ସରକାରୀ ଅବଦାନ: ସରକାର ଶ୍ରମିକଙ୍କୁ ସମାନ ପରିମାଣର ଅବଦାନ ଦିଅନ୍ତି 
୩. ପରିବାର ପେନସନ: ହିତାଧିକାରୀଙ୍କ ମୃତ୍ୟୁ ପରେ, ତାଙ୍କ ପତି କିମ୍ବା ପତ୍ନୀଙ୍କୁ ପେନସନର 50% ଅର୍ଥ ମିଳିଥାଏ 

Advertisment

ମନେରଖନ୍ତୁ, ଆପଣ ଏବଂ ସରକାର, ଦୁହେଁ ଡିବିଟି ମାଧ୍ୟମରେ ମାସିକ ଅଂଶ ପ୍ରଦାନ କରିବେ । ଆପଣଙ୍କ  ବୟସ ଯେତେ ସେହି ଅନୁସାରେ ଆପଣ ମାସିକ ଅଂଶଦାନ ପ୍ରଦାନ କରିବେ । ଯେମିତି ଆପଣଙ୍କୁ ଯଦି 18 ବର୍ଷ  ତାହେଲେ 55 ଟଙ୍କା । ସେହିପରି ଯଦି 20 ବର୍ଷ ତାହଲେ 65 ଟଙ୍କା, 25 ବର୍ଷ ପାଇଁ 80 ଟଙ୍କା ଏବଂ 40 ବର୍ଷ ହୋଇଥିଲେ ଆପଣଙ୍କୁ 200 ଟଙ୍କା ଅଂଶଦାନ କରିବାକୁ ପଡ଼ିବ । ସବୁଠୁ ବଡ଼ କଥା ସରକାର ମଧ୍ୟ ଆପଣଙ୍କ ପାଇଁ ସେତିକି ଟଙ୍କା ଜମା କରିବେ 

ତେବେ ଜାଣିବା ଏହି ଯୋଜନା ପାଇଁ ଯୋଗ୍ୟତା କ’ଣ ରହିଛି  

ପ୍ରାର୍ଥୀଙ୍କ ବୟସ 18 ବର୍ଷରୁ 40 ବର୍ଷର ମଧ୍ୟରେ ହୋଇଥିବା ଆବଶ୍ୟକ 
ପ୍ରାର୍ଥୀଙ୍କ ମାସିକ ଆୟ 15,000 ଟଙ୍କା କିମ୍ବା ତାଠାରୁ କମ୍ ହୋଇଥିବା ଆବଶ୍ୟକ 
ପ୍ରାର୍ଥୀ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ଆବଶ୍ୟକ(ଯେପରି ଚାଷୀ, ଶ୍ରମିକ ତଥା ରାସ୍ତାକଡ଼ ଦୋକାନୀ ଇତ୍ୟାଦି)।

ଏବେ ଜାଣିବା କେଉଁମାନେ ଏହି ଯୋଜନା ପାଇଁ ଅଯୋଗ୍ୟ

EPF, ESI, NPS ଭଳି ଅନ୍ୟ କୌଣସି ସରକାରୀ ପେନସନ ଯୋଜନାର ସାମିଲ ବ୍ୟକ୍ତି ଏହି ଯୋଜନା ପାଇଁ ଅଯୋଗ୍ୟ । 
ଯେଉଁମାନେ ଆୟକର ଦେଉଛନ୍ତି ସେମାନେ ଏହି ଯୋଜନା ପାଇଁ ଅଯୋଗ୍ୟ ।
ସେହିଭଳି ଅନ୍ୟ କୌଣସି ସରକାରୀ ପେନସନ ଯୋଜନାର ହିତାଧିକାରୀମାନେ ମଧ୍ୟ ଏହି ଯୋଜନା ପାଇଁ ଅଯୋଗ୍ୟ ।

ଏବେ ଜାଣିବା ଏହି ଯୋଜନା ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ କ’ଣ ଦେବାକୁ ପଡ଼ିବ 

 ଏହି ଯୋଜନା ପାଇଁ ମାତ୍ର ୩ଟି ଡକ୍ୟୁମେଣ୍ଟ ଆବଶ୍ୟକ

୧.ଆଧାର କାର୍ଡ
୨.ଜନ ଧନ କିମ୍ବା ସଂଞ୍ଚୟ ବ୍ୟାଙ୍କ ଆକାଉଣ୍ଟ ନମ୍ବର
୩.ମୋବାଇଲ୍ ନମ୍ବର

ଯୋଜନା ପାଇଁ ପଞ୍ଜିକରଣ କେମିତି କରିବେ ?

ଆପଣ ସାଧାରଣ ସେବା କେନ୍ଦ୍ର ବା CSC କିମ୍ବା ମାନଧନ ପୋର୍ଟାଲ୍ ମାଧ୍ୟମରେ ଏହି ଯୋଜନା ପାଇଁ ପଞ୍ଜୀକରଣ କରିପାରିବେ।

ଜାଣିବା ଆବେଦନ ପ୍ରକ୍ରିୟା ବିଷୟରେ 

1. ନିକଟତମ Common Service Centre  ବା CSC କୁ ଯାଆନ୍ତୁ । 
2. ଆଧାର ଦ୍ୱାରା biometric authentication ଓ Self-certification ଭରନ୍ତୁ । 
3. ପ୍ରଥମ ମାସର ଅଂଶଦାନ ନଗଦରେ ଦେବକୁ ପଡ଼ିବ । ପରେ ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତାରୁ କଟିବ । 
4. ଏହାପରେ ଆପଣଙ୍କୁ ଏକ unique pension account number ଓ PM-SYM card ପ୍ରଦାନ କରାଯିବ ।
5. ଆପଣ ଚାହିଁଲେ LIC of India ପୋର୍ଟାଲ ମାଧ୍ୟମରେ ବି ଏହି ଯୋଜନା ପାଇଁ ଆବେଦନ କରି ପାରିବେ । 

ସବୁଠୁ ବଡ଼ କଥା । ଯୋଜନାରେ ଆବେଦନର 10 ବର୍ଷ ଭିତରେ ଆପଣ ଏହାକୁ ବନ୍ଦ କରିବାକୁ ଚାହିଁଲେ ଆପଣଙ୍କୁ ଆପଣଙ୍କ ଟଙ୍କା ଫେରସ୍ତ ମିଳିପାରିବ । ସେହିଭଳି 10 ବର୍ଷ ପରେ ଏବଂ 60 ବର୍ଷ ଆଗରୁ ଏହାକୁ ବନ୍ଦନ କଲେ ଆପଣଙ୍କୁ ଆପଣଙ୍କ ଅଂଶଦାନ ସହ ସୁଧ ଟଙ୍କା ମିଳିବ । 

ତେଣୁ ଯଦି ଆପଣ ଜଣେ ଅସଂଗଠିତ କ୍ଷେତ୍ରର କର୍ମଚାରୀ ଏବଂ ଏହି ଯୋଜନାର ଲାଭ ପାଇବାକୁ ଯୋଗ୍ୟ ତେବେ ଶୀଘ୍ର ଏ ଯୋଜନା ପାଇଁ ଆବେଦନ କରନ୍ତୁ ଓ ଅନ୍ୟମାନଙ୍କୁ ସଚେତନ କରାନ୍ତୁ । 

Advertisment
Related Articles
Advertisment