/odishatv-khabar/media/media_files/2025/12/17/true-love-viral-video-2025-12-17-21-06-41.jpg)
True-Love-Viral-Video Photograph: (OTV)
ଅନ୍ଧାର ରାତି, ଆଖିରେ ଲୁହ, ବେଦିରେ ବସି ୭ ଘେରା ନେବାକୁ ଆଉ ମାତ୍ର ୨ ଘଣ୍ଟା ବାକି । ତଥାବି ଏ ଝିଅ ଛାତିରେ ପଥର ରଖି ଚାଲି ଆସିଛି ତା ମନର ମଣିଷ ପାଖକୁ । ଝିଅଟି ଲୁଚିକି ଆସିନି, ଘରୁ ପ୍ରେମିକ ସହ ଚାଲିଯିବାକୁ l କି ସେ ଭଲ ପାଉଥିବା ପୁଅଟା ସହ ଜୀବନ ହାରିବାକୁ l କେବଳ ଆସିଛି ତ ଆଉ କାହା ହାତରୁ ସିନ୍ଦୂର ପିନ୍ଧିବା ଆଗରୁ ସେ ଯାହାକୁ ମନଦେଇ ଭଲ ପାଉଥିଲା ତାକୁ ଥରୁଟିଏ ଆଖି ପୁରେଇ ଦେଖିନେବାକୁ l
ଇଏ ନିଃଶ୍ବାର୍ଥ ପର ଭଲପାଇବା । ଝିଅଟିର ନିଜ ପରିବାର ପାଇଁ ସମର୍ପଣର ଭାବ । ଆଉ ପ୍ରେମିକ ଜଣକ ତା’ ପ୍ରେମିକା ପାଇଁ ତା’ ମୂଲ୍ୟବାନ ପ୍ରେମକୁ ତ୍ୟାଗ । ଭିଡିଓଟି ବେଶ୍ ଦୃଦୟ ସ୍ପର୍ଶୀ । ଝିଅଟି କିଏ ଏବଂ ଏହା କେଉଁ ସ୍ଥାନର ତା’ ଜଣାପଡ଼ିନାହିଁ । ହେଲେ ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ବାପା-ମା'ଙ୍କ ଜିଦ ଆଗରେ ଏ ଝିଅର ପ୍ରେମ ବଳିପଡ଼ିଛି । ବାପା-ମା'ଙ୍କ କଥା ରଖି ନିଜ ପସନ୍ଦର ପୁଅକୁ ପରକରି ଝିଅଟି ଆଉ କାହା ପାଇଁ ବଧୂ ବେଶ ସାଜିଛି l ନିଜ ଅନିଚ୍ଛାରେ ବାହାହେବାକୁ ଯାଉଛି l ବହାଘର ପାଇଁ ୨ ଘଣ୍ଟା ବାକି ଥିବାବଳେ ପ୍ରେମିକା ଆସିଛି ତା ପ୍ରେମିକକୁ ଦେଖିବାକୁ l ଯାହାକି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି l
ସାଙ୍ଗ ପାଖରେ ବହୁତ ଜିଦ୍ କରିଛି । ରାତି ଅଧରେ ଟିକେ ଶେଷ ଦେଖା କରିବାକୁ କହିଛି । ଆଉ ପ୍ରେମିକକୁ ଦେଖାକରି ମାତ୍ର କିଛି ମିନିଟ ଭିତରେ ମନରକଥାକୁ ସବୁ କହିଦେଉଛି l ଆଉ ସାଙ୍ଗ ଡାକିବା କ୍ଷଣି ଚାଲିଆସିଛି l ଶେଷରେ ସାଙ୍ଗ ଜଣକ ବି କହୁଛନ୍ତି ଏବେବି ସମୟ ଅଛି କିଛି ଚିନ୍ତା କର l ଝିଅଟି ମନା କରୁଛି, ଆଉ ସାଙ୍ଗ ଜଣକ କହିଛନ୍ତି, ଟିକେ ପଛକୁ ଅନେଇ ତାକୁ ଦେଖିନେ l ଝିଅଟି କାନ୍ଦି କାନ୍ଦି ଆଉ ପଛକୁ ଚାହୁଁନି l
ସତରେ ଆଜିର ଦୁନିଆରେ ବି ସଚ୍ଚା ପ୍ରେମ ବଞ୍ଚିଛି l ଏ ପ୍ରେମ କାହାଣୀ ପ୍ରେମିକା ମହାନ, ଆଉ ପ୍ରେମିକ ବି ପ୍ରେମିକଠୁ ଆହୁରି ଉର୍ଦ୍ଧ୍ବରେ l ସତ ଭଲପାଇବାର ଏ ପ୍ରେମୀ ଯୁଗଳ ଉଦାହରଣ l ଆଜିର ଯୁବପିଢିଙ୍କ ପାଇଁ ବଡ଼ ଉଦାହରଣ ।
ଭିଡିଓଟି ଇନଷ୍ଟାଗ୍ରାମ୍ @chalte_phirte098 ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଅନେକ ୟୁଜର୍ସ ଭିଡିଓଟିରେ ମତାମତ ଦେଇଛନ୍ତି । କିଛି ୟୁଜର୍ସ ଏହାକୁ ଦିଲ୍ ସେ ରେସପେକ୍ଟ ବୋଲି କମେଣ୍ଟ ଦେଇଥିବାବେଳେ କିଛି ୟୁଜର୍ସ ଗ୍ରେଟ୍ ସ୍କ୍ରିପ୍ଟ ବୋଲି ମଧ୍ୟ ଲେଖିଛନ୍ତି । ତେବେ ଭିଡିଓଟି କେଉଁ ସ୍ଥାନର, ଏବଂ ଏହା ସତ କି ମିଛିମିଛିକା ନାଟକ ତା’ ଜଣାପଡ଼ିନାହିଁ ।
Chandipur Beach: ଚମକ ହରାଇଲାଣି ଚାନ୍ଦିପୁର , ଜଳବାୟୁ ପରିବର୍ତ୍ତନ ପାଇଁ ସାଂଘାତିକ ଅବସ୍ଥା

Tisya Panigrahi Sets Record: ସମୁଦ୍ର ଚିରି ମାଳଦ୍ବୀପରେ ବଡ଼ ରେକର୍ଡ , ଚମକିଲେ ଓଡ଼ିଆ ଝିଅ

Farmers Struggle: ଚାଷୀର ଜୀବନ ସବୁ ସହୁଛି , ଘରେ ଧାନ ଥିଲେ ବି ଚାଷୀର ପକେଟ ଖାଲି

Accident On Delhi–Agra Expressway: ଏକାଥରେ ୭ ବସ୍ ୩ କାର ଧକ୍କା , ଚଟକିନା ଚାଲିଗଲା ୧୩ ଜୀବନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)