Advertisment

ଆଜି ସରିବ ରଜ ମଉଜ, କାଲି ହେବ ବସୁମତୀ ସ୍ନାନ

ଗାଁ ଗାଁ ରଜ ମହୋତ୍ସବ ଲାଗି ବିଶେଷ ଆୟୋଜନ ହୋଇଥିବାରୁ ଶେଷ ରଜକୁ ବେଶ ଆନନ୍ଦ ଉଲ୍ଲାସର ପାଳିବା ପାଇଁ ଆଶା ରଖିଛନ୍ତି ଝିଅବୋହୁ।

author-image
Chandan Shishu
ଅଦ୍ୟତନ ହୋଇଛି
Raja Festival Celibration In Odisha`

odisha celebrates last day of Raja Festival

୪ ଦିନିଆ ରଜ ପର୍ବର ଆଜି ଶେଷ ଦିନ। ରାଜ୍ୟର ଉପକୂଳ ଓଡ଼ିଶା ସମେତ ଅନ୍ୟ ଅଞ୍ଚଳରେ ବି ଧୂମଧାମରେ ପାଳିତ ହେଉଛି ରଜ ମହୋତ୍ସବ। ତିନି ଦିନ ଧରି ଦୋଳି, ପିଠା, ପାନ ମଜା ନେଉଛନ୍ତି ଗାଁଠୁ ସହର ଯାଏଁ ଲୋକେ। ତେବେ ପହିଲି ରଜରେ ପାଗରେ ସାମାନ୍ୟ ପରିବର୍ତ୍ତନ ଦୋଳି ଖେଳ ଓ ବୁଲାବୁଲି ପାଇଁ ସୁଯୋଗ ଦେଇଥିଲା। କିନ୍ତୁ ଗତକାଲିର ଅସମ୍ଭବ ତାତି ଓ ଗ୍ରୀଷ୍ଣ ପ୍ରବାହ ଯୋଗୁଁ ରଜବୁଲାକୁ ଫିକା କରିଦେଇଥିଲା। ଆଜି ଶେଷ ରଜରେ ପାଗରେ ଯଦି ପରିବର୍ତ୍ତନ ହୁଏ, ତେବେ ଉତ୍ସବରେ ଅଧିକ ରଙ୍ଗ ଭରିବା ସମ୍ଭାବନା ରହିଛି।

Advertisment

ଅଧିକ ପଢ଼ନ୍ତୁ: ମାଟି ଓ ମୌସୁମୀର ମିଳନର ପର୍ବ ରଜ

ଗାଁ ଗାଁ ରଜ ମହୋତ୍ସବ ଲାଗି ବିଶେଷ ଆୟୋଜନ ହୋଇଥିବାରୁ ଶେଷ ରଜକୁ ବେଶ ଆନନ୍ଦ ଉଲ୍ଲାସର ପାଳିବା ପାଇଁ ଆଶା ରଖିଛନ୍ତି ଝିଅବୋହୁ। ଘରେ ଘରେ ଜମୁଛି କିସମ କିସମର ପିଠା, ମିଠା ଆଉ ସୁଆଦିଆ ଖାଦ୍ୟ ସମ୍ଭାରର ପର୍ବ।

ପୋଡ଼ପିଠାର ବାସ୍ନାରେ ମହକୁଛି ଥିଲା ଚତୁର୍ଦ୍ଦିଗ। ଗ୍ରୀଷ୍ମପ୍ରବାହ ଯୋଗୁଁ ଝିଅବୋହୁଙ୍କ ଦୋଳିଖେଳ ଟିକିଏ ଫିକା ପଡ଼ିଛି। ତଥାପି ଗାଁ ମୁଣ୍ଡ ବରଗଛଠୁ ସହରର ପାର୍କରୁ ଯାଏଁ ସବୁଠି ଦେଖିବାକୁ ମିଳିଥିଲା ଦୋଳିର ଆସର। ରଜଦୋଳିର ପାରମ୍ପାରିକ ଗୀତ  ସାଙ୍ଗକୁ ଆଧୁନିକ ସଙ୍ଗୀତର ତାଳେତାଳେ ଝୁମିଥିଲେ ସମସ୍ତେ। ଆଜି ରଜ ଉତ୍ସବ ସରିବା ପରେ ଆସନ୍ତାକାଲି ବସୁମତୀ ସ୍ନାନ ପରମ୍ପରା ରହିଛି।

Advertisment
Raja Festival
Advertisment
Advertisment