/odishatv-khabar/media/media_files/2025/09/30/boyfriend-murder-2025-09-30-11-07-34.jpg)
Boyfriend-Murder Photograph: (OTV)
କଥା ନ ମାନିବାରୁ ପାଲଟିଗଲା ପିଶାଚି। ଶୋଇଥିବା ବେଳେ ଶିଳପୁଆରେ ଛେଚିଛେଚି ପ୍ରେମିକକୁ ହତ୍ୟା କଲା। ଆଉ ହତ୍ୟା ପରେ ମୃତଦେହ ପାଖରେ ବସି ରହିଲା ଘଣ୍ଟା ଘଣ୍ଟା। ଖୋଦ୍ ପୋଲିସକୁ ଫୋନ୍ କରି ଜଣାଇଲା, ଆଉ କହିଲା ମୁଁ ମୋ ବୟଫ୍ରେଣ୍ଡକୁ ହତ୍ୟା କରିଛି। ରୁମ୍ରେ ପଡିଛି ମୃତଦେହ ଶୀଘ୍ର ଆସ। ବିହାରର ରାଜଧାନୀ ପାଟନା ସ୍ଥିତ କଙ୍କଡ଼ବାଗ ଥାନା ଚିରେୟାଟାଣ୍ଡ ଗାଁରେ ଘଟିଛି ଏଭଳି ଘଟଣା। ଏଠାରେ ରହୁଥିବା ପୂଜା କୁମାରୀ ଦୀର୍ଘ ୫ ବର୍ଷ ହେବ ସ୍ୱାମୀକୁ ଛାଡ଼ି ପ୍ରେମିକ ମୁରାରୀ ସହ ଲିଭ୍ ଇନ୍ରେ ରହୁଥିଲେ। ବିବାହ କରିବାକୁ ତାଙ୍କୁ ବାରମ୍ବାର ଚାପ ପକାଉଥିଲେ ପୂଜା। ହେଲେ ତାଙ୍କ କଥାକୁ ବାହାନା କରି ଏଡାଇ ଦେଉଥିଲେ ମୁରାରୀ। ପ୍ରାୟ ୪ ବର୍ଷ ଧରି ଏଭଳି ଚାଲିଥିଲା। ତେବେ ଗତ ଶୁକ୍ରବାର ରାତି ପାଖାପାଖି ୮ଟାରେ ବିବାହକୁ ନେଇ ପୁଣି ଝଗଡ଼ା ଲାଗିଥିଲେ ପୂଜା ଓ ମୁରାରୀ। ବାସ୍ ଏତିକିରେ ରାଗି ଯାଇଥିଲା ପ୍ରେମିକା।
ମୁରାରୀଙ୍କୁ ଜୀବନରୁ ମାରିଦେବାକୁ ସୁଯୋଗ ଖୋଜୁଥିଲେ ପୂଜା। ରାତିରେ ମୁରାଇ ଶୋଇପଡିବା ପରେ ରୋଷେଇ ଘରେ ଥୁଆ ହୋଇଥିବା ଶିଳପୁଆ ଆଣି ମୁରାରୀ ମୁଣ୍ଡକୁ ଛେଚି ଛେଚି ହତ୍ୟା କରିଥିଲେ ପୂଜା। ପାଖରେ ଥୁଆ ହୋଇଥିବା ମାଠିଆରେ ମଧ୍ୟ ମୁଣ୍ଡକୁ ଆଉଥରେ ଛେଚିଥିଲେ। ଆଉ ନିଜେ ପୋଲିସକୁ ଫୋନ୍ କରି ସବୁ କଥା କହିଥିଲେ। ମୁରାରୀ କିଣିବାକୁ ଯାଉଥିବା ଜମିକୁ ପୂଜାଙ୍କ ନାଁରେ ପଞ୍ଜିକୃତ ନକରିବାରୁ ତାଙ୍କୁ ହତ୍ୟା କରିଥିବା କଥା ମୁରାରୀଙ୍କ ଭାଇ ଅଭିଯୋଗ କରିଛନ୍ତି।
ତେବେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୂଜାକୁ ଗିରଫ କରିଛି। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ପୂରା ମାମଲାର ତଦନ୍ତ ଜାରି ରଖିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)