/odishatv-khabar/media/media_files/2025/09/30/baba-venga-prediction-2025-09-30-10-42-06.jpg)
Baba-Venga-Prediction Photograph: (OTV)
୨୦୨୫ ରୁ ୩୦… ହାତରେ ଅଛି ୫ ବର୍ଷ। କିଏ ବା ଜାଣିଛି ଏହାରି ଭିତରେ କ’ଣ ହେବ? କେହି ଏହାର ସଠିକ୍ ଭବିଷ୍ୟତ ଦେଖି ନାହାଁନ୍ତି ସତ କିନ୍ତୁ ସମସ୍ତେ ଜାଣିବାକୁ ଚାହାଁନ୍ତି। ବିଶ୍ୱରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଭବିଷ୍ୟତ ଦେଖିଥିବା ଦାବି କରନ୍ତି। ଅନେକ ଲୋକ ଏହାକୁ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଯେତେବେଳେ ସେମାନଙ୍କର ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୁଏ, ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସେମିତି ଜଣେ ଭବିଷ୍ୟଦ୍ରଷ୍ଟା ହେଲେ ବାବା ଭେଙ୍ଗା। ତାଙ୍କର ଅନେକ ଭବିଷ୍ୟବାଣୀ ସଠିକ୍ ପ୍ରମାଣିତ ହୋଇଛି।
ବାବା ଭେଙ୍ଗା ୨୦୨୫ ରୁ ୨୦୩୦ ମଧ୍ୟରେ ଅନେକ ବଡ ବଡ ଭବିଷ୍ୟବାଣୀ କରିଛନ୍ତି। ତେବେ ଏହି ସମୟ ଭିତରେ କ’ଣ ହେବ ଆସନ୍ତୁ ଜାଣିବା। ୨୦୨୫ରେ ୟୁରୋପରେ ବଡ଼ ସଂଘର୍ଷ; ଭୂମିକମ୍ପ ଏବଂ ବନ୍ୟା ସମେତ ପ୍ରାକୃତିକ ବିପର୍ଯ୍ୟୟ ଓ ମାନବତା ପତନର ଆରମ୍ଭ ହେବ ବୋଲି ଭେଙ୍ଗାଙ୍କର ଭୟଙ୍କର ଭବିଷ୍ୟଣୀ ରହିଛି।
ସେହିପରି ୨୦୨୬ରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବ। ବିଶ୍ୱ ଶକ୍ତି ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବ ଏବଂ ଚୀନ୍ ତାଇୱାନକୁ ଦଖଲ କରିବାକୁ ଚେଷ୍ଟା କରିବ। ଏହା ସହ ରୁଷ ଏବଂ ଆମେରିକା ମଧ୍ୟରେ ସିଧାସଳଖ ମୁକାବିଲା ଆରମ୍ଭ ହେବ, ଯାହା ତୃତୀୟ ବିଶ୍ୱଯୁଦ୍ଧର ପରିଣାମ ହେବ।
ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୨୭ ସୁଦ୍ଧା ଏକ ନୂଆ ରୋଗ କିମ୍ବା ଜୈବିକ ପରୀକ୍ଷଣ ହେବ। ଏହି କାରଣରୁ କିଛି ମଣିଷଙ୍କଠାରେ "ଅତିମାନବ ବା ସୁପରହ୍ୟୁମାନ୍" ଭଳି ଲକ୍ଷଣ ଦେଖାଯିବ।
୨୦୨୮ରେ ଏକ ନୂଆ, ଶକ୍ତିଶାଳୀ ଏବଂ ସ୍ୱଚ୍ଛ ଉର୍ଜାର ଉତ୍ସର ଆବିଷ୍କାର ହେବ। ଏହା ସହିତ ଶୁକ୍ର ଗ୍ରହକୁ ଯାତ୍ରା କିମ୍ବା ମହାକାଶରେ ବସତି ସ୍ଥାପନ ପାଇଁ ଯୋଜନା ଆରମ୍ଭ ହେବ।
ସେହିପରି ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଭିତରେ ୨୦୨୯ରେ ଏପରି ଏକ କ୍ରାନ୍ତି ଆସିବ ଯାହା ସମଗ୍ର ବିଶ୍ୱର ଆର୍ଥିକ ଏବଂ ସାମାଜିକ ଗଠନକୁ ପରିବର୍ତ୍ତନ କରିଦେବ। ପୁରୁଣା ବ୍ୟବସ୍ଥା ନଷ୍ଟ ହୋଇଯିବ, ନୂଆ ବ୍ୟବସ୍ଥା ସୃଷ୍ଟି ହେବ।
ସେହିପରି ୨୦୩୦ ସୁଦ୍ଧା ବିଶ୍ୱ "ସବୁଜ ଶକ୍ତି" ଆଡକୁ ଗତି କରିବ ଏବଂ ପ୍ରଦୂଷଣ ହ୍ରାସ କରିବା ପାଇଁ ଟେକ୍ନୋଲୋଜୀରେ ବଡ ଉନ୍ନତି ଆସିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)