/odishatv-khabar/media/media_files/2025/09/30/america-conspiracy-2025-09-30-09-51-10.jpg)
America-Conspiracy Photograph: (OTV)
ଡୋନାଲ୍ଡ ଟ୍ରମ୍ପ ୧୯ ସେପ୍ଟେମ୍ବର ୨୦୨୫ରେ ଘୋଷଣା କରିଥିଲେ ଯେ H-1B ଭିସା ଧାରକମାନଙ୍କୁ ଏବେ ଅଧିକ ଟାକ୍ସ ଦେବାକୁ ପଡିବ। ଏହି ଘୋଷଣା ଭାରତୀୟ ଟେକ୍ ଜଗତରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିଲା, କାରଣ ଯେଉଁମାନେ କୌଣସି କାରଣରୁ ଆମେରିକାରୁ ବାହାରକୁ ଯାଇଥିଲେ ସେମାନଙ୍କୁ ଫେରିବା ପାଇଁ ମାତ୍ର ଦୁଇ ଦିନ ସମୟ ଦିଆଯାଇଥିଲା।
ଅନେକ ଲୋକ ଭାରତ ଆସିଥିଲେ, କିଛି ଲୋକ ଆମେରିକା ବାହାରେ ଛୁଟି କାଟୁଥିଲେ। ଏହି ସମୟରେ ସବୁ ବଡ ବଡ କମ୍ପାନୀ ସେମାନଙ୍କର କର୍ମଚାରୀମାନଙ୍କୁ ସମୟସୀମା ଭିତରେ ଆମେରିକା ଫେରିଯିବାକୁ ନିର୍ଦ୍ଦେଶ ଦେଇଦେଲେ। ମାଇକ୍ରୋସଫ୍ଟ, ଜେପି ମୋର୍ଗାନ୍ ଏବଂ ମେଟା ଭଳି ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ସେପ୍ଟେମ୍ବର ୨୧ ତାରିଖ ପୂର୍ବରୁ ସେମାନଙ୍କର କର୍ମଚାରୀମାନଙ୍କୁ ଆମେରିକା ଫେରିଯିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏଭଳି କରିବାର ଉଦ୍ଦେଶ୍ୟ ଥିଲା ଭିନ୍ନ। ଟ୍ରମ୍ପ୍ ଏବଂ ତାଙ୍କର ଉଗ୍ରବାଦୀ ସହଯୋଗୀମାନେ ଭାରତ ବିରୁଦ୍ଧରେ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର। ସେମାନେ ଚାହୁଁ ନଥିଲେ ଭାରତୀୟମାନେ ସମୟସୀମା ଭିତରେ ଆମେରିକା ଫେରନ୍ତୁ ବୋଲି। ତେଣୁ ରୋକିବା ପାଇଁ କରିଥିଲେ ସବୁ ପ୍ରକାର ଚେଷ୍ଟା।
ଆମେରିକାର କୁଖ୍ୟାତ ଉଗ୍ରବାଦୀମାନେ "କ୍ଲଗ୍ ଦି ଟଏଲେଟ୍" ନାମକ ଏକ ସୁଚିନ୍ତିତ ଅଭିଯାନ ଆରମ୍ଭ କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ଭାରତରୁ ଆମେରିକାକୁ ବିମାନ ବୁକିଂ ବ୍ୟବସ୍ଥାକୁ ଜାଣିଶୁଣି ବାଧା ଦେବା। ଭାରତରୁ ଆମେରିକାକୁ ଆସିବାକୁ ଥିବା ବିମାନର ସନ୍ଧାନ କରିବା, ଚେକ୍ଆଉଟ୍ ଚେକ୍ଆଉଟ୍ ପେଜ୍ ପର୍ଯ୍ୟନ୍ତ ପହଞ୍ଚାଇବା କିନ୍ତୁ ବୁକିଂ ଶେଷ ନ କରିବା ନେଇ ସେମାନଙ୍କୁ କୁହାଯାଇଥିଲା।
ଏହା ଲକ୍ଷ୍ୟ ଥିଲା ଭାରତୀୟ H-1B ଭିସା ଧାରକଙ୍କ ପାଇଁ ଏୟାରଲାଇନ୍ସ ୱେବସାଇଟରେ ଏକ ଟେକ୍ନିକାଲ ଭାର ସୃଷ୍ଟି କରି ଟିକେଟ୍ ବୁକ୍ କରିବାରେ ବାଧା ସୃଷ୍ଟି କରିବା। ଏପରି ଅଭିଯାନଗୁଡ଼ିକ ସ୍ପଷ୍ଟ ଭାବରେ କ୍ଷତିକାରକ ଏବଂ ଅନୈତିକ ହୋଇଥିବା ବେଳେ ଏହା ଲୋକଙ୍କ ଜୀବିକା ଏବଂ ସୁରକ୍ଷାକୁ ଟାର୍ଗେଟ୍ କରୁଛି। ତେବେ ପ୍ଲାଟଫର୍ମ ଏବଂ ଦେଶର ଆଇନ ବ୍ୟବସ୍ଥା ଏଭଳି ନିନ୍ଦାଜନକ କାମକୁ ଚିହ୍ନଟ କରିବା ଏବଂ ରୋକିବା ଉଚିତ ବୋଲି ଦାବି ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)