Advertisment

Asia Cup: ଜିତିଲା ଭାରତ, ଧୂଳି ଚାଟିଲେ ପାକିସ୍ତାନ ଗୃହମନ୍ତ୍ରୀ

ଏସିଆ କପ୍ ଫାଇନାଲ ପରେ ପରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା କ୍ରିକେଟର ମାନଙ୍କ ହାଇଡ୍ରାମା । ଏସିସି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ନେଲେନି ଭାରତୀୟ ଖେଳାଳି ।

author-image
Chinmayee Sahoo
India-Pakistan-Match

India-Pakistan-Match Photograph: (OTV)

ଭାରତୀୟ ଖେଳାଳିଙ୍କ ସ୍ବାଭିମାନ । ଜିତିଲା ଭାରତ, ଧୂଳି ଚାଟିଲେ ପାକିସ୍ତାନ ଗୃହମନ୍ତ୍ରୀ । ଖେଳାଳିଙ୍କ ଦମ୍ଭ ଆଗରେ ମୁଣ୍ଡ ନୂଆଁଇଲା ପୂରା ପାକିସ୍ତାନ । ଭାରତୀୟ ଖେଳାଳିଙ୍କ ଦେଶ ପ୍ରେମ ଆଗରେ ପାକିସ୍ତାନ ଗୃହମନ୍ତ୍ରୀ ଯେମିତି ଆବାକାବା ହୋଇଯାଇଛନ୍ତି । ଆଉ ଆତଙ୍କବାଦକୁ ପାଳିଥିବା ଦେଶ ଶେଷରେ ପୂରା ବିଶ୍ବ ଆଗରେ ଲଜ୍ଜିତ ହୋଇଛି । ନାଁକୁ ଥିଲା ସିନା ମ୍ୟାଚ୍, ଯେମିତି ଭାରତ ଭାଙ୍ଗିଛି ପାକିସ୍ତାନର ମୁହଁ ଟାଣ । 
ଏସିଆ କପ୍ (Asia cup) ଫାଇନାଲ ପରେ ପରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା କ୍ରିକେଟର ମାନଙ୍କ ହାଇଡ୍ରାମା । ଏସିସି ଅଧ୍ୟକ୍ଷ ମୋହସିନ୍ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଗଲେନି ଭାରତର କୌଣସି ଖେଳାଳି । ଯାହାକୁ ନେଇ ମ୍ୟାଚ୍ ପରବର୍ତ୍ତୀ ଦେଢ଼ଘଣ୍ଟା ପର୍ଯ୍ୟନ୍ତ ପୋଡିୟମ୍ ଉପରେ ପାକିସ୍ତାନ ଗୃହମନ୍ତ୍ରୀଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା । ତା’ ସହ ହଟହଟ୍ଟା ହୋଇଥିଲେ ପାକିସ୍ତାନର ଗୃହମନ୍ତ୍ରୀ । ଫାଇନାଲରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଥିଲା । ଯାହା ପରେ ଟ୍ରଫି ପ୍ରଦାନ ଉତ୍ସବ ଦେଢ଼ଘଣ୍ଟାରୁ ଅଧିକ ବିଳମ୍ବରେ ଆରମ୍ଭ ହୋଇଥିଲା । ପରେ ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆ ପାକ୍ କ୍ରିକେଟ୍ ବୋର୍ଡ ଚେୟାରମ୍ୟାନ୍ ମୋହସିନ୍ ନକବୀଙ୍କ ଠାରୁ ଟ୍ରଫି ନେବାକୁ ସିଧା ସିଧା ମନା କରିଦେଇଥିଲା । ଯାହା ପରେ ମୋହସୀନ ନକବୀ ଟ୍ରଫି ଆଉ ମେଡାଲ୍ ତାଙ୍କ ହୋଟେଲ୍ ରୁମକୁ ନେଇଯାଇଥିଲେ ।
ଟିମ୍ ଇଣ୍ଡିଆର ଖେଳାଳିମାନେ ପୋଡିୟମ୍ ନିକଟରେ ବସିଥିଲେ ମଧ୍ୟ ଟ୍ରଫି ନେବାକୁ ଯାଇନଥିଲେ । ଯେଉଁଥି ପାଇଁ ଏସୀୟ କ୍ରିକେଟ୍ ପରିଷଦ ତଥା ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ମୋହସିନ୍ ନକଭି, ୟୁଏଇ ରାଜପରିବାରର ସଦସ୍ୟ ବହୁତ ସମୟ ପାଇଁ ପୋଡିୟମରେ ଠିଆ ହୋଇଥିଲେ । ଶେଷରେ ଟିମ୍ ଇଣ୍ଡିଆ ପାକିସ୍ତାନ ଗୃହମନ୍ତ୍ରୀଙ୍କ ଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ । ଭାରତ ଯେଉଁ ଦେଶ ସହ ଯୁଦ୍ଧ କରୁଛି, ସେହି ଦେଶର ମନ୍ତ୍ରୀ ହାତରୁ କେବେ ଟ୍ରଫି ଗ୍ରହଣ କରିବୁନୁ, ପୂର୍ବରୁ ସ୍ପଷ୍ଟ କରିଥିଲା ଭାରତୀୟ ଟିମ୍ । ଯାହାକି ପାକିସ୍ତାନ ଦେଶକୁ ଚପଲରେ ମାଡ଼ ସଦୃଶ ହୋଇଥିଲା । ଫଳରେ ପୋଡିୟମ ଉପରେ ହଟହଟା ହୋଇଥିଲେ ମୋହସିନ ନକଭୀ । ଦେଢ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରି ଲୋକହସା ହେବା ପରେ ଶେଷରେ ଏସିଆ କପ୍ ଟ୍ରଫି ଓ ମେଡାଲ ନେଇ ହୋଟେଲ ପଳାଇଥିଲେ ନକଭି ।

Advertisment

ଅଧିକ ଦେଖନ୍ତୁ:

Asia Cup
Advertisment
Related Articles
Advertisment