/odishatv-khabar/media/media_files/2025/09/30/accenture-lays-off-2025-09-30-10-04-31.jpg)
ACCENTURE Photograph: (OTV)
ଦେଶର ପ୍ରମୁଖ ଆଇଟି କମ୍ପାନି 'ଆକ୍ସେଞ୍ଚର' (Corporate Sector) କରିଛି ବଡ ଛଟେଇ । ୧୧ ହଜାର କର୍ମଚାରୀଙ୍କୁ ବିଦା କରିଛି କମ୍ପାନୀ । ଗତ ୩ ମାସରେ ୧୧ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛି । ଆଗକୁ ଏହି ସଂଖ୍ୟା ଆହୁରି ବଢିବ । ନଭେମ୍ବର ସୁଦ୍ଧା ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିପାରେ ଆକ୍ସେଞ୍ଚର ।
AIର ଦ୍ରୁତ ବ୍ୟବହାର ଓ କର୍ପୋରେଟ ଡିମାଣ୍ଡ କମିବା ଯୋଗୁଁ ଏହି ଛଟେଇ ହୋଇଥିବା ଜଣାଇଛି ‘ଆକ୍ସେଞ୍ଚର’ । ଏହାସହ କମ୍ପାନୀ ଏକ ବଡ଼ ରିଷ୍ଟ୍ରକଚରିଂ ପ୍ରୋଗ୍ରାମ ଉପରେ କାମ କରୁଛି, ଯେଉଁଥିପାଇଁ ପ୍ରାୟ ୮୬୫ ମିଲିୟନ୍ ଡଲାର୍ ଖର୍ଚ୍ଚ ହେବ । ଆକ୍ସେଞ୍ଚର ସଫା ସଫା କହିଛି, ଯଦି କର୍ମଚାରୀମାନେ AI ବ୍ୟବହାର ଶିଖି ରିସ୍କିଲ୍ ହେବେନି ଅଥବା AI ଦୌଡରେ ନିଜକୁ ଖାପ୍ଖୁଆଇ ପାରିବେନି ତାହେଲେ ଆଗକୁ ଅଧିକ ଛଟେଇ କରାଯିବ ।
ଏବେ ଆକ୍ସେଞ୍ଚରରେ କାମ କରୁଛନ୍ତି ୭ ଲକ୍ଷ ୭୯ ହଜାର କର୍ମଚାରୀ, ଯାହା ୩ ମାସ ପୂର୍ବରୁ ୭ ଲକ୍ଷ ୯୧ ହଜାର ଥିଲା । ଆଗାମୀ ଦିନରେ କମ୍ପାନୀ ଆହୁରି ଅଧିକ ଛଟେଇ କରିପାରେ ବୋଲି ରହିଛି ଆଶଙ୍କା ।
ଆଇଟି ଶିଳ୍ପରେ ବନ୍ଦ ହେବାର ନାଁ ଧରୁନି ଛଟେଇ । ବଡ କମ୍ପାନୀରେ ଚାକିରି କରୁଥିବା, ମୋଟା ଅଙ୍କର ଦରମା ପାଉଥିବା ଲକ୍ଷ ଲକ୍ଷ ଆଇଟି କର୍ମଚାରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । କିଛି ଦିନ ପୂର୍ବରୁ ୧୨ ହଜାରରୁ ଅଧିକ କର୍ମଚାରୀଙ୍କ ଛଟେଇ ଘୋଷଣା କରିଥିଲା TCS ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)