Advertisment

Murder: ଦୋକାନୀଙ୍କୁ ମାରି ଟାଙ୍ଗିଦେଲେ!

ଗତକାଲି ସନ୍ଧ୍ୟାରେ ତେଜରାତି ସାମଗ୍ରୀ ନେବା ପାଇଁ କ୍ଷେତ୍ର କରୁଆଳଯୋଗିମୁଣ୍ଡାକୁ ଆସିଥିଲେ। ଦୋକାନରୁ କିଛି ସାମଗ୍ରୀ କିଣିସେଠାରୁ ବାହାରି ଥିଲେ ହେଲେ ଘରେ ପହଞ୍ଚି ନ ଥିଲେ । ପରିବାର ଲୋକ ଖୋଜାଖୋଜି କରି ତାଙ୍କ ଡେଡବଡ଼ି ପାଇଥିଲେ।

author-image
Sujit kumar Swain
Murder

Murder Photograph: (OTV)

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଯାମବାହାଲ -ମଲ୍ଲିକମୁଣ୍ଡା ରାସ୍ତା କଡରେ ଥିବା ଏକ ଗଛ ରେ ବରବାହାଲ ଗାଁର ଜଣେ ଦୋକାନୀ ର ଝୁଲନ୍ତା ମୃତ ଦେହ ଠାବ କରିଛି ପୁଲିସ ।ପାରିପାର୍ଶିକ ସ୍ଥିତି ଦେଖିଲେ ତାକୁ କେହି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତକ ହେଉଛନ୍ତି ବରବାହାଲ ଗାଁର ୩୨ ବର୍ଷିଆ କ୍ଷେତ୍ର କରୁଆଳ।

Advertisment

ସେ ଗତକାଲି ସନ୍ଧ୍ୟାରେ ତେଜରାତି ସାମଗ୍ରୀ ନେବା ପାଇଁ ଯୋଗିମୁଣ୍ଡାକୁ ଆସିଥିଲେ। ଦୋକାନରୁ କିଛି ସାମଗ୍ରୀ କିଣି ମଟର ସାଇକେଲ ପଛ ପଟେ ବାନ୍ଧି ସେଠାରୁ ବାହାରି ଥିଲେ ହେଲେ ଘରେ ପହଞ୍ଚି ନ ଥିଲେ । ଦୀର୍ଘ ସମୟ ଧରି ଘରେ ନ ପହଞ୍ଚିବାରୁ ପରିବାର ଲୋକ  ତାଙ୍କୁ ଖୋଜାଖୋଜି କରିଥିଲେ।

ଶେଷରେ ରାସ୍ତାର ଏକ ନିଛଟିଆ ସ୍ଥାନରେ କ୍ଷେତ୍ରଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ।  ମଟର ସାଇକଲ ପଡି ରହିଥିବା ବେଳେ ତାକୁ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣୁଛନ୍ତି।  ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଧିକ ତଦନ୍ତ ପାଇଁ ସାଇଣ୍ଟିକଫିକ ଟିମକୁ ଡକାଯାଇଛି।

Advertisment

ତେବେ କ୍ଷେତ୍ରଙ୍କୁ କିଏ ଓ କାହିଁକି ମାରିଲା ସେ ନେଇ ପରିବାର ଲୋକେ କିଛି କହିପାରୁ ନ ଥିବା ବେଳେ ପୋଲିସ୍ ପଚରାଉଚରା ଆରମ୍ଭ କରିଛି। ଅଭିଯୁକ୍ତ ଖୁବଶୀଘ୍ର ଧରାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। 

Murder Odisha Otv
Advertisment
Related Articles
Advertisment