/odishatv-khabar/media/media_files/2026/01/07/germany-tourists-2026-01-07-10-17-32.jpg)
Germany tourists Photograph: (OTV)
କନ୍ଧମାଳ ଦାରିଂବାଡ଼ିରେ ପ୍ରକୃତିର ମଜା ନେଉଛନ୍ତି ବିଦେଶୀ ଦମ୍ପତି ପର୍ଯ୍ୟଟକ । ଜର୍ମାନୀରୁ ଓଡ଼ିଶା ଆଶି ସାଇକେଲରେ ବୁଲି ମଜା ଉଠାଉଛନ୍ତି । ସରଳ ଆଦିବାସୀ ଲୋକଙ୍କ ବ୍ୟବହାର ଓ ଗାଁ ଗହଳିର ଖାଦ୍ୟ ପଦାର୍ଥ ଦୁହିଁଙ୍କୁ ବେସ୍ ଆକର୍ଷିତ କରୁଛି । ଦମ୍ପତି ପୁରୀ, କୋଣାର୍କ, ସାତକୋଶିଆ ପରେ ଦାରିଙ୍ଗବାଡିରେ ପହଞ୍ଚିଛନ୍ତି ।
“ଏ ରାସ୍ତା ଘାଟ, ପାହାଡ ପର୍ବତ ଆଉ ଏଠାକାର ବାତାୟନ ଆମକୁ ବହୁତ୍ ଭଲ ଲାଗୁଛି। ପାହାଡି ଇଲାକାର ଏ ଶିତୁଆ ସକାଳରେ ହାଲକା ହାଲକା ପବନ ଆମକୁ ବିମୋହିତ କରୁଛି। କଅଁଳି କଅଁଳି ଖରାରେ ସାଇକେଲ ଚଲାଇବାର ମଜା ଆମେ କେବେ ଭୁଲିପାରିବୁନି। ଆମେ ଦୁହେଁ ପତିପତ୍ନୀ। ମୁଁ ପାଟ୍ରିକ୍, ଆଉ ଇଏ ମୋ ଲାଇଫ୍ ପାର୍ଟନର ଏନି। ଆମେ ଦୁହେଁ ଜର୍ମାନୀରୁ ଓଡିଶା ଆସିଛୁ ଏ ମନୋରମ ପରିବେଶକୁ ଉପଭୋଗ କରିବା ପାଇଁ। ଆମର ଏ ଭାକେସନ୍ ସ୍ମରଣୀୟ ହୋଇ ରହିବ” ବୋଲି କହିଛନ୍ତି।
ଖାଲି ଏଠାକରା ପରିବେଶ ନୁହେଁ, ସରଳ ଆଦିବାସୀ ଲୋକଙ୍କ ବ୍ୟବହାର, ଗାଁ ଗହଳିର ଖାଦ୍ୟ ପଦାର୍ଥ ଏ ଦୁହିଁଙ୍କୁ ବେସ୍ ଆକର୍ଷିତ କରିଛି। ଉଭୟ ସାଇକେଲ ଯୋଗେ ଭୁବନେଶ୍ୱରରୁ ବାହାରି ପୁରୀ, କୋଣାର୍କ, ସାତକୋଶିଆ ପରେ ଏବେ ଦାରିଙ୍ଗବାଡିରେ ପହଞ୍ଚିଛନ୍ତି !
ଆମ ଓଡିଶା ଦୁହିଁଙ୍କୁ ସିନା ଭଲ ଲାଗିଛି, କିନ୍ତୁ ଏ ପ୍ରାକୃତିକ ସୌନ୍ଦର୍ଯ୍ୟ ସବୁକୁ ଯେମିତି ଅଣଦେଖା କରାଯାଉଛି, ଦୂଷିତ କରାଯାଉଛି ତାକୁ ନେଇ ମନ ଦୁଃଖ ମଧ୍ୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)