/odishatv-khabar/media/media_files/2026/01/07/doctors-defy-esma-2026-01-07-10-27-14.jpg)
Doctors Defy ESMA Photograph: (OTV)
ଏସମାକୁ ଫୁ। ଓପିଡିରେ ନାହାନ୍ତି ଡାକ୍ତର ।ଆଜି ମଧ୍ୟ ଚାଲିଛି ଓପିଡି ବନ୍ଦ ଆନ୍ଦୋଳନ। ରାଜ୍ୟବ୍ୟାପୀ ୨ ଘଣ୍ଟାଧରି ଓପିଡି ବନ୍ଦ କରି ପ୍ରତିବାଦ ଚଳାଇଛନ୍ତି ଡାକ୍ତର । ଓପିଡି ବନ୍ଦ ଆନ୍ଦୋଳନ ଯୋଗୁ ରାଜ୍ୟରେ ରୋଗୀ ସେବା ଭୀଷଣ ଭାବେ ପ୍ରଭାବିତ ହୋଇଛି । ଏଣୁ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଗତକାଲି ଏସମା କଟକଣା ଲଗାଇଥିଲେ ରାଜ୍ୟ ସରକାର ।
ତେବେ ଓଡ଼ିଶା ମେଡିକାଲ ସେବା ସଂଘ ବା ଓମସା ଏହାକୁ ନମାନି ୨ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରଖିଛି । ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛି ଓମସା। ESMA ଆଇନ ଲାଗୁ ହେଲେ ଜରୁରୀକାଳୀନ ସେବାକୁ ରୋକା ଯାଇପାରିବନି କିମ୍ବା ଆନ୍ଦୋଳନ କରି ଏହାକୁ ବନ୍ଦ କରି ହେବନି।
କିନ୍ତୁ ଏହାକୁ ଉଲ୍ଲଂଘନ କରି ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର । ୧୦ ଦଫା ଦାବି ନେଇ ଓମସା ପକ୍ଷରୁ ରାଜ୍ୟବ୍ୟାପୀ ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରହିଛି।
ESMAକୁ ଖାତିର୍ ନାହିଁ
ସରକାରଙ୍କ ESMA କଟକଣାକୁ ଫୁ
ESMA କଟକଣା ପରେ ବି ଜିଦରେ ଅଟଳ ଡାକ୍ତର
ESMA ଲାଗୁ ପରେ ମଧ୍ୟ ଚାଲିଛି ଓପିଡି ବନ୍ଦ ଆନ୍ଦୋଳନ
ରାଜ୍ୟବ୍ୟାପୀ ୨ ଘଣ୍ଟାଧରି ଓପିଡି ବନ୍ଦ କରି ପ୍ରତିବାଦ
ଗତକାଲି ESMA କଟକଣା ଲଗାଇଥିଲେ ରାଜ୍ୟ ସରକାର
ESMA କଟକଣାକୁ ମାନିଲାନି ଓଡ଼ିଶା ମେଡିକାଲ ସେବା ସଂଘ
ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ ଓମସା ନିଷ୍ପତ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)





/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)