Advertisment

Capital’s Dark Secret Out: ରାଜଧାନୀରେ ଚାଲିଛି ବେଧଡ଼କ ଦେହ ବେପାର, ସାମ୍ନାକୁ ଆସିଛି ବଡ଼ବଡ଼ିଆ ଗରାଖଙ୍କ ଲିଷ୍ଟ

ଦୁଇ ଦୁଇଟି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଧରପଗଡକୁ ଜୋରଦାର କରିଛି । ସାମ୍ନାକୁ ଆସିଛି ବଡ଼ ବଡ଼ିଆଙ୍କ ଗରାଖ ଲିଷ୍ଟ। ଜବତ ମୋବାଇଲରେ ହାଇ ପ୍ରୋଫାଇଲ ଲୋକଙ୍କ ନମ୍ବର ଥିବା ପୋଲିସ ଜାଣିବାକୁ ପାଇଛି ।

author-image
Tapan Swain
Sex Racket

Sex Racket Photograph: (OTV)

ରାଜଧାନୀ ଭୁବନେଶ୍ବରରେ ଚାଲିଛି ବେଧଡ଼କ ଦେହ ବେପାର । ଚାକିରି ଦେବାକୁ କହି ଝିଅଙ୍କୁ ସେକ୍ସ ରାକେଟ କାମରେ ଲଗାଛନ୍ତି ଦଲାଲ। ଦୁଇ ଦୁଇଟି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଧରପଗଡକୁ ଜୋରଦାର କରିଛି । ସେପଟେ ସାମ୍ନାକୁ ଆସିଛି ବଡ଼ ବଡ଼ିଆଙ୍କ ଗରାଖ ଲିଷ୍ଟ। ଜବତ ମୋବାଇଲରେ ହାଇ ପ୍ରୋଫାଇଲ ଲୋକଙ୍କ ନମ୍ବର ଥିବା ପୋଲିସ ଜାଣିବାକୁ ପାଇଛି ।

Advertisment

ହୋଟେଲରେ ଚଢ଼ାଉ କରି ଜବତ କରାଯାଛି ରେଜିଷ୍ଟର, ସିସିଟିଭି ହାର୍ଡଡିସ୍କ ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ। ସରାଇ ଆପ୍ ରେ ପଞ୍ଜୀକରଣ ନକରି ରାଜଧାନୀରେ କିପରି ଚାଲିଛି ହୋଟେଲ ତାକୁ ନେଇ ଉଠିଛି ପ୍ରଶ୍ନ।
ଦେହ ବେପାରୀଙ୍କ ହଟସ୍ପଟ ପାଲଟିଛି ଭୁବନେଶ୍ବର। ନା ଅଛି ଚେକିଂ, ନା ହେଉଛି ଛାନଭିନ। ବେଧଡ଼କ ଚାଲିଛି ବେଆଇନ କାରବାର । ଛୋଟ ଛୋଟ ଲଜ୍ ରେ ଚାଲିଛି ଲଜ୍ଜାଜନକ କାମ । ଖାରବେଳ ନଗର ଥାନା ୟୁନିଟ୍ 3 ଅଞ୍ଚଳରେ ଥିବା ଏକ ଲଜ୍ ଭିତରେ ଚାଲିଥିଲା ଦେହ ବେପାର । ରୁମ ନମ୍ବର ୧୦୩ ରେ ଜଣେ ନାବାଳିକାଙ୍କୁ ରୁମ୍ ଭିତରେ ଅଟକ ରଖି ଅନୈତିକ କାର୍ଯ୍ୟରେ ଲଗାଇବା ପାଇଁ ପ୍ଳାନ ହୋଇଥିଲା। ଠିକ ଏହି ସ୍ଥାନରେ ଢେଙ୍କାନାଳର ଜଣେ ନାବାଳିକାଙ୍କୁ ଆଣି ରଖିଥିଲା ଦଲାଲ ।

ଚାକିରୀର ଲୋଭ ଦେଖାଇ ଦେହ ବେପାରରେ ଲଗାଉଥିଲା । ଖବର ପାଇବା ପରେ ଚଢ଼ାଉ କରିଥିଲା ପୋଲିସ । ଦଲାଲକୁ କୋର୍ଟଚାଲାଣ ପୂର୍ବରୁ ପୋଲିସ ହାତରେ ଲାଗିଥିଲା ମୋବାଇଲ ଫୋନ । ଯେଉଁଥିରେ ଥିଲା କିଛି ବଡ଼ ବଡ଼ିଆ ଗରାଖଙ୍କ ଲିଷ୍ଟ । ଆଜି ସକାଳୁ ପୁଣି ଥରେ ହୋଟେଲରେ ଚଢ଼ାଉ କରି ପୋଲିସ ଜବତ କରିଛି ହାର୍ଡଡିସ୍କ, ରେଜିଷ୍ଟର । ନାବାଳିକା ଜଣଙ୍କୁ ଉଦ୍ଧାର ପରେ ସର୍ଟ ଷ୍ଟେ ହୋମ କୁ ପଠାଇ ଦିଆଯାଇଛି । 

Advertisment

ନିୟମ ମାନୁଛି କିଏ ? 

ସହରର କେନ୍ଦ୍ର ସ୍ଥଳୀରେ ହୋଟେଲ ଖୋଲିଛି । ନିୟମ କହୁଛି ହୋଟେଲକୁ ଆସୁଥିବା ଗରାଖଙ୍କ ସମ୍ପୂର୍ଣ୍ଣ ଡାଟାବେସ୍ ପୋଲିସ ନିକଟରେ ଦାଖଲ କରିବେ ହୋଟେଲ କର୍ତ୍ତୃପକ୍ଷ । କିନ୍ତୁ ମୂଳରୁ ଏହି ହୋଟେଲ 'ସରାଇ' ଆପ ଅଧୀନରେ ରେଜିଷ୍ଟର ହୋଇନାହିଁ । ଯିଏ ଆସିଲା, ବେଧଡକ ରହିଲା । ସେପଟେ ସେକ୍ସ ରାକେଟ ମାଷ୍ଟରମାଇଣ୍ଡକୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ । କାରଣ କିଛିଦିନ ତଳେ ଲକ୍ଷ୍ମୀସାଗର ଅଞ୍ଚଳରେ ମଧ୍ୟ ଠାବ ହୋଇଥିଲା ସେକ୍ସ ରାକେଟ।

ଝାଡ଼ଖଣ୍ଡ ନାବାଳିକାଙ୍କୁ ଆଣି ରାଜଧାନୀରେ ଦୁଷ୍କର୍ମ କରାଯାଇଥିଲା । ଆଉ ସେହି କେସର ମାଷ୍ଟରମାଇଣ୍ଡ କୁହାଯାଉଥିବା ରଞ୍ଜନ ବାରିକଙ୍କୁ ଏଯାବତ ଧରିବାରେ ସକ୍ଷମ ହୋଇନି ପୋଲିସ । ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ନେଇ ସମସ୍ତ ରାଜ୍ୟ ହାଇ ଆଲର୍ଟ ରେ ଥିବା ବେଳେ ଏହି ହୋଟେଲ ଗୁଡିକ ଉପରେ ରହିଛି ପୋଲିସର ନଜର ।

Police Sex Racket
Advertisment
Related Articles
Advertisment