Advertisment

Election Fever Peaks: କାଲି ଖୋଲିବ ଇଭିଏମରେ ସିଲ୍ ଥିବା ପ୍ରାର୍ଥୀଙ୍କ ଭାଗ୍ୟ, ଶେଷ ହୋଇଛି ପ୍ରସ୍ତୁତି

ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗଣତି। କଡ଼ା ସୁରକ୍ଷା ଭିତରେ ସକାଳ ୮ଟାରୁ ଆରମ୍ଭ ହେବାକୁ ଥିବା କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।ଏପଟେ ଗଣତି ପୂର୍ବରୁ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ ବି ବଢ଼ିଛି।

author-image
Tapan Swain
NUAPADA-COUNTING

NUAPADA-COUNTING Photograph: (OTV)

ଲଢ଼େଇ ସରିଛି। ଇଭିଏମରେ ରାୟ ବି ଶୁଣାଇ ସାରିଛନ୍ତି ଜନତା। କାଲି ଫୈସଲାର ଦିନ। ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ୍ ଗଣତି। କଡ଼ା ସୁରକ୍ଷା ଭିତରେ ସକାଳ ୮ଟାରୁ ଆରମ୍ଭ ହେବାକୁ ଥିବା କାଉଣ୍ଟିଂ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।ଏପଟେ ଗଣତି ପୂର୍ବରୁ ଫଳାଫଳକୁ ନେଇ ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ ବି ବଢ଼ିଛି।...

Advertisment

କାହାର ହେବ ନୂଆପଡ଼ା ? କିଏ ଜିତିବ ବାଜି, କାହାର ହେବ ହାର୍ ?
ସରି ସରି ଆସୁଛି ଅପେକ୍ଷା । କାଲି ଖୋଲିବ ଇଭିଏମରେ ସିଲ୍ ଥିବା ପ୍ରାର୍ଥୀଙ୍କ ଭାଗ୍ୟ ।

ତେଣୁ ମତ ଗଣନା ପାଇଁ ଗଣତି କେନ୍ଦ୍ରଠୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ-ସବୁଠି ଶେଷ ହୋଇଛି ପ୍ରସ୍ତୁତି। କଡ଼ା ସୁରକ୍ଷା ମଧ୍ୟରେ ନୂଆପଡ଼ା ସ୍ଥିତ ନ୍ୟାସନାଲ୍ କଲେଜରେ ସକାଳ 8ଟାରୁ ଆରମ୍ଭ ହେବ ଗଣନା। ଏଥିପାଇଁ ୭ଟି ଲେଖାଏଁ ମୋଟ୍ ୧୪ଟି ଟେବୁଲ କରାଯାଇଛି। ପ୍ରତି ଟେବୁଲରେ ଜଣେ ଲେଖାଏଁ କାଉଣ୍ଟିଂ ସୁପରଭାଇଜର, କାଉଣ୍ଟିଂ ଆସିଷ୍ଟାଣ୍ଟ, ମାଇକ୍ରୋ ଅବଜରଭର ଏଇ ଭଳି ମୋଟ୍ ୪୨ ଜଣ ଅଧିକାରୀଙ୍କ ଉପସ୍ଥିତିରେ ଗଣତି ହେବ।

Advertisment

୨୬ ରାଉଣ୍ଡର ଗଣତି ହେବ

୩୫୮ ବୁଥରେ ଭୋଟ ଗ୍ରହଣ ହୋଇଥିବାରୁ ୨୬ ରାଉଣ୍ଡର ଗଣତି ହେବ। ପ୍ରଥମେ ପୋଷ୍ଟାଲ ବ୍ୟାଲଟର କାଉଣ୍ଟିଂ, ଏହାପରେ ଠିକ୍ ସାଢ଼େ ୮ଟାରୁ ଆରମ୍ଭ ହେବ ଇଭିଏମରୁ ଗଣତି। ଏଥିପାଇଁ ପାଇଁ କେନ୍ଦ୍ରୀୟ ଫୋର୍ସ, ରାଜ୍ୟ ସଶସ୍ତ୍ର ସୁରକ୍ଷା ବାହିନୀ ଓ ଜିଲ୍ଲା ପୋଲିସକୁ ନେଇ ହୋଇଛି ତିନିଥାକିଆ ସୁରକ୍ଷା ବ୍ୟବସ୍ଥା। କେବଳ ଅନୁମତି ଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ରକୁ ଛଡ଼ାଯିବ।..ପ୍ରାର୍ଥୀମାନଙ୍କ ଏଜେଣ୍ଟଙ୍କୁ ସକାଳ ୬ଟା ସୁଦ୍ଧା କାଉଣ୍ଟିଂ ସେଣ୍ଟରରେ ପହଞ୍ଚିବାକୁ କୁହାଯାଇଛି।....

ଗଣତି ଘଡ଼ି ପାଖେଇ ଆସୁଥିବାରୁ ଫଳାଫଳକୁ ନେଇ ଧଡ଼ଧଡ଼ ପ୍ରାର୍ଥୀଙ୍କ ଛାତି। ଉପନିର୍ବାଚନରେ ମୋଟ୍ ୧୪ ଜଣ ପ୍ରାର୍ଥୀ ଲଢୁଥିବା ବେଳେ ଅସଲ ଲଢ଼େଇ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ମଧ୍ୟରେ। ତେଣୁ ଫଳାଫଳକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା।...

ରେକର୍ଡ ୮୩.୪୫ ପ୍ରତିଶତ ମତଦାନ । ସେଥିରେ ପୁଣି ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟ୍। ବିଗତ ଦିନରେ ରାଜ୍ୟରେ ହୋଇଥିବା ସବୁ ଉପନିର୍ବାଚନଠାରୁ ନୂଆପଡ଼ାର ଏ ନୂଆ ଭୋଟିଂ ଟ୍ରେଣ୍ଡ କାହାକୁ ବିଜୟ ମୁକଟ ପିନ୍ଧାଉଛି ଏବେ ତା ଉପରେ ନଜର।...  

Nuapada nuapada byelection
Advertisment
Related Articles
Advertisment