/odishatv-khabar/media/media_files/2025/11/13/blast-inquiry-2025-11-13-19-38-21.jpg)
BLAST-INQUIRY Photograph: (OTV)
ଦିଲ୍ଲୀ ଲାଲକିଲ୍ଲୀ ଆତଙ୍କୀ ହମଲାର ରହସ୍ୟ ଭେଦୁଛି NIA। ସମୟ ଯେତିକି ବିତୁଛି, ତଦନ୍ତକାରୀ ସଂସ୍ଥାକୁ ମିଳୁଛି ସେତିକି ନୂଆ ନୂଆ ତଥ୍ୟ ଓ ପ୍ରମାଣ। କୁହାଯାଉଛି, ଅଲ ଫଲାହ ୟୁନିଭରସିଟି ବୟେଜ୍ ହଷ୍ଟଲର ୧୩ ନମ୍ବର ରୁମରେ ପ୍ରସ୍ତୁତ ହେଉଥିଲା ହ୍ବାଇଟ କଲାର ଟେରର ମଡ୍ୟୁଲ ନୀଳ ନକ୍ସା। RDX ପ୍ରସ୍ତୁତି ପାଇଁ ବ୍ୟବହାର ହେଉଥିଲା ବିଶ୍ୱବିଦ୍ୟାଳୟର ଲାବ୍।...
ଡାକ୍ତର ରୂପୀ ଆତଙ୍କବାଦୀଙ୍କ ଆତଙ୍କର ନଗ୍ନ ଚିତ୍ର। ବ୍ୟସ୍ତବହୁଳ ଲାଲକିଲ୍ଲାର ଛାତି ଉପରେ ଛାତିଥରା ହମଲା। ବିସ୍ଫୋରଣ ପରେ ଛିନଛତ୍ର ଜୀବନ ଓ ଯାନବାହନ। ଲାଲକିଲ୍ଲା ବ୍ଲାଷ୍ଟର ତିନି ଦିନ ପରେ ସାମ୍ନାକୁ ଆସିଛି ସୋମବାର ସଂଧ୍ୟାରେ ଘଟିଥିବା ଆତଙ୍କୀ ଆକ୍ରମଣର ସେ ଭୟାନକ ଦୃଶ୍ୟ। ଏ ଚିତ୍ର ହିଁ ବୟାନ କରୁଛି, କେମିତି ଥିଲା ସେ ବିସ୍ଫୋରଣର ଭୟାବହତା। ଏପଟେ ଲାଲକିଲ୍ଲା ଆତଙ୍କୀ ହମଲାକୁ ନେଇ ତଦନ୍ତକାରୀ ସଂସ୍ଥା ହାତରେ ଲାଗୁଛି ଗୋଟିଏ ପରେ ଗୋଟିଏ ତଥ୍ୟ ପ୍ରମାଣ।
ବିସ୍ଫୋରଣ ସ୍ଥଳକୁ କର୍ଡନ କରି NIA ଟିମ୍ ଛାନଭିନ୍ କରିବା ଭିତରେ ଆଜି ବିସ୍ପୋରଣ ସ୍ଥଳର କିଛି ଦୂରରୁ ମିଳିଛି ଏକ ବିଖଣ୍ଡିତ ହାତ। ତେବେ ହାତଟି କାହାର ତାହା ଜାଣିବାକୁ ଯାଞ୍ଚ୍ ପାଇଁ ପଠାଇଛି କେନ୍ଦ୍ରୀୟ ଫୋରେନ୍ସିକ୍ ଟିମ୍। ସେପଟେ ୧୦ ଜଣିଆ NIA ଟିମ୍ ସହ ଦିଲ୍ଲୀ ପୋଲିସ, କେନ୍ଦ୍ରୀୟ ଫୋରେନସିକ୍ ଟିମ୍ ଏବଂ ଅନ୍ୟ ଏଜେନ୍ସି ଗ୍ରାଉଣ୍ଡରେ ତନ୍ନ ତନ୍ନ ଯାଞ୍ଚ୍ କରି, ଖୋଜୁଛନ୍ତି ଆତଙ୍କୀ କାର୍ଯ୍ୟକଳାପର ତଥ୍ୟ ପ୍ରମାଣ।
ଏପଟେ ପ୍ରଥମେ ଆଇ ଟ୍ବେଣ୍ଟି ଓ ଫର୍ଡ ଇକୋ ସ୍ପୋର୍ଟ୍ସ ପରେ ଏକ ମାରୁତି ବ୍ରିଜା କାର ଲିଙ୍କ ମିଳିଛି। ଡାକ୍ତର ସାହିଦ ସାହିନର ଏ କାରକୁ ଆତଙ୍କୀ ବ୍ୟବହାର କରି ଆଉ କିଛି ଅଭିଯୁକ୍ତ ଖସି ପଳାଇ ଯାଇଥିବା ଅନୁମାନ କରାଯାଉଛି। ଏହାବାଦ୍ ଚତୁର୍ଥ କାରର ଭୂମିକା ଥିବା କଥା ବି ତଦନ୍ତ ଟିମ୍ ନଜରକୁ ଆସିଥିବା ସୂଚନା ମିଳିଛି।...
ଅଲ ଫଲାହ ୟୁନିଭରିସିଟିର ଭୂମିକା
ହ୍ବାଇଟ୍ କଲାର ଟେରର ମଡ୍ୟୁଲକୁ ପ୍ରୋତ୍ସାହିତ କରିବା ପଛରେ କଣ ଥିଲା, ଫରିଦାବାଦର ଅଲ ଫଲାହ ୟୁନିଭରିସିଟିର ଭୂମିକା, ତା ମଧ୍ୟ ଏବେ ତଦନ୍ତ ପରିସରକୁ ଆସିଛି। କୁହାଯାଉଛି, ଉଚ୍ଚଶିକ୍ଷିତଙ୍କ ମସ୍ତିଷ୍କ ଭିତରେ ଆତଙ୍କର ବିଷ ଭରି ଦେବାକୁ ଏଇଠାରେ ହିଁ କାର୍ଯ୍ୟକାରୀ ହେଉଥିଲା, କୁଖ୍ୟାତ ଆତଙ୍କୀ ଗୋଷ୍ଠୀ ଜୈଶ୍ ଏ ମହମ୍ମଦର ଦେଶବିରୋଧୀ ମନ୍ତ୍ରଣା। ୫ ଆତଙ୍କୀ ଡାକ୍ତରଙ୍କ ମଧ୍ୟରୁ ୨ ଜଣ ଏହି ବିଶ୍ବବିଦ୍ୟାଳୟରେ ଚାକିରି କରୁଥିଲେ।
ଗିରଫ ହୋଇଥିବା ୫ ଡାକ୍ତରଙ୍କ ଗୁପ୍ତ ଷଡଯନ୍ତ୍ରର କେନ୍ଦ୍ରସ୍ଥଳ ଥିଲା ଏଇ ବିଶ୍ବବିଦ୍ୟାଳୟର ବଏଜ୍ ହଷ୍ଟେର ରୁମ୍ ନମ୍ବର ୧୩। ୧୭ ନମ୍ବର ବିଲଡିଂର ୧୩ ନମ୍ବର ରୁମରେ ମେଳି ହୋଇ ତିଆରି କରୁଥିଲେ ଜଘନ୍ୟ ଷଡ଼ଯନ୍ତ୍ରର ନୀଳ ନକ୍ସସା। ଏପରିକି ବିଶ୍ବବିଦ୍ୟାଳୟର ଲାବକୁ ଆରଡିଏକ୍ସ ପ୍ରସ୍ତୁତି କାର୍ଯ୍ୟ ବ୍ୟବହାର କରାଯାଉଥିବା କଥା ମଧ୍ୟ ସାମ୍ନାକୁ ଆସୁଛି। ଏଥିପାଇଁ ଆଜି ଏକ ବମ ଡିସୋପୋଜାଲ ଗାଡି ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଯାଇ ଛାନଭିନ୍ କରିଛି।...
ସେପଟେ ଏ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠାତା ତଥା ମାନେଜିଂ ଟ୍ରଷ୍ଟି ଥିବା ଜାଭେଦ୍ ଅହମ୍ମଦ ସିଦ୍ଦିକଙ୍କ ଭୂମିକା ବି ସନ୍ଦେହ ଘେରରେ। ସିଦ୍ଦିକି ପୂର୍ବରୁ ସାଢେ ୭ କୋଟି ଠକେଇ ଅଭିଯୋଗରେ ୩ ବର୍ଷ ଜେଲ ଯାଇଥିଲେ। ତାଙ୍କ ନାଁରେ ମଧ୍ୟ ଏକାଧିକ ଅପରାଧିକ ମାମଲା ରହିଛି। ସିଦ୍ଦିକଙ୍କର ବିଶାଳ କର୍ପୋରେଟ୍ ଲିଙ୍କ୍ ଥିବା ଆଉ ବିଶ୍ବବିଦ୍ୟାଳୟର ଆୟର ଉତ୍ସ ତଥା ଦେଶ ବାହାରୁ ଆସୁଥିବା ଫଣ୍ଡିଂ ସମ୍ପର୍କରେ ଜାଣିବାକୁ ଏବେ ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।
ଅଲ ଫଲାହ ୟୁନିଭର୍ସିଟି ନିଜ ୱେବ୍ ସାଇଟରେ ଆକ୍ରିଡେସନ୍ ମାନ୍ୟତା ମିଳିଥିବା ଦର୍ଶାଇଥିବାରୁ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ NAAC ପକ୍ଷରୁ ଜାରି ହୋଇଛି ସୋ' କଜ୍ ନୋଟିସ୍।
ଲାଲକିଲ୍ଲା ବ୍ଲାଷ୍ଟର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଆତଙ୍କୀ ଡାକ୍ତର ଉମରର ଆଉ ଏକ ଭିଡିଓ ବି ସାମ୍ନାକୁ ଆସିଛି। ବିସ୍ଫୋରଣ ପୂର୍ବରୁ ବଦରପୁର ଟୋଲଗେଟ ସିସିଟିଭିରେ ଉମର ଆଇ ଟ୍ବେଣ୍ଟି କାର ଡ୍ରାଇଭ କରି ଯାଉଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସେପଟେ ବିସ୍ଫୋରଣରେ ଆଉ ଜଣେ ଗୁରୁତର ଆହତଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା 13ରେ ପହଞ୍ଚିଛି।
Bribe Scandal Unfolds: ଜଣେ କିରାଣି ୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ, ଜଜଙ୍କ ବିରୋଧରେ ବି ଏତଲା ରୁଜୁ କଲା ACB

Job Promise or Trap? ଚାକିରି ନାଁରେ ଦେହ ବେପାର, ହୋଟେଲ୍ ରୁମ୍ରେ ଚାଲିଥିଲା କେଳେଙ୍କାରୀ

What Krishna Spoke in the Kuru Sabha: କୁରୁସଭାରେ କୃଷ୍ଣ କ'ଣ କହିଲେ ଓ ସମସ୍ତଙ୍କ କଥା ଶୁଣି କ'ଣ ଉତ୍ତର ଦେଲେ ଦୁର୍ଯ୍ୟୋଧନ?

Public Mood Favors Whom ? ନୂଆପଡ଼ାରେ ରେକର୍ଡ ଭୋଟିଂ - କାହା ସପକ୍ଷରେ ଜନମତ ?

Chartered Accountant Blackmailed: ପ୍ରାଇଭେଟ ଭିଡିଓ ଲିକ୍ କରିବାକୁ ଧମକ ଦେଲେ ୩ କୋଟି ନେଇଗଲେ....ଶେଷରେ ଆତ୍ମହତ୍ୟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)