/odishatv-khabar/media/media_files/2025/11/13/cheater-ajit-2025-11-13-19-53-38.jpg)
CHEATER-AJIT Photograph: (OTV)
ସିବିଆଇ ହାତରେ ଗିରଫ କୁଖ୍ୟାତ ଦଲାଲ ଅଜିତ ପାତ୍ରକୁ ନେଇ ବଢୁଛି ଚର୍ଚ୍ଚା । ଥାଟପାଟରେ ଚଳୁଥିଲା । ସରକାରୀ କଳକୁ ବ୍ୟବହାର କରି ଦଲାଲି କରୁଥିଲା । ବିଜେଡି ସରକାର ସମୟରେ ସେ ଥିଲା ବେଶ ପ୍ରଭାବଶାଳୀ । ଦଲାଲି ଟଙ୍କାରେ ରାଜଧାନୀ ଭୁବନେଶ୍ବର ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଆଲିଶାନ ଘର କରିବା ସାଙ୍ଗକୁ ଦାମୀ ଗାଡି ଚଢୁଥିଲା। ଆଉ ନିଜକୁ ବଡ଼ବାବୁର ପରିଚୟ ଦେଇ ସରକାରୀ ଭିଆଇପିର ସୁବିଧା ନେଉଥିଲା । ରାଜସ୍ଥାନରେ ଏକ ଲାଞ୍ଚ କାରବାରରେ ଅଜିତକୁ ବାନ୍ଧିବା ପରେ ତାର ଅନ୍ୟ ଲିଙ୍କକୁ ନେଇ ଅଧିକ ତଦନ୍ତ କରୁଛି ସିବିଆଇ । ...
ଆଲିଶାନ ବଙ୍ଗଳା । ୩ ମହଲା ବିଶିଷ୍ଟ ଏହି ଘର ରହିଛି ଭୁବନେଶ୍ବର ନିଳାଦ୍ରୀ ବିହାରର ସେକ୍ଟର ୪ରେ । କୁଖ୍ୟାତ ଦଲାଲ ଅଜିତ ପାତ୍ରର ଏ ଘର ଦେଖିବା ପରେ ସିବିଆଇ ଅଧିକାରୀଙ୍କ ଆଖି ତରାଟି ଯାଇଥିଲା । ଘର ଭିତରେ ଥିବା ଏକ ଦାମୀ ରେଞ୍ଜରୋଭର ବି ଥିଲା । ଯାହାର ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କାରୁ କମ ହେବ ନାହିଁ । ଏହାକୁ ୨୦୨୨ ମସିହାରେ କିଣିଥିଲା ଅଜିତ ପାତ୍ର ।
ଖାଲି ଏହି ଗୋଟିଏ ନୁହେଁ ଏହିଭଳି ୪ଟି ଦାମୀ କାର ଜବତ କରିଛି ସିବିଆଇ। ସେହିପରି ତା ନିକଟରୁ ୩ କୋଟି ୭୦ ଲକ୍ଷ ନଗଦ ଟଙ୍କା, କେଜିଏ ସୁନା ଅଳଙ୍କାର, ୨୬ଟି ଦାମୀ ସମ୍ପତ୍ତିର କାଗଜପତ୍ର ଓ ୧୨ଟି ଗାଡି ସହ ଡିଜିଟାଲ୍ ଡିଭାଇସ୍ ଜବତ ହୋଇଛି । ଅଜିତ ପାତ୍ର କିଭଳି ଦଲାଲି କରି କୋଟି କୋଟି ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଥିଲା ଏଠାରୁ ଜାଣିପାରିଥିଲା ଏହି କେନ୍ଦ୍ରୀୟ ଏଜେନ୍ସି । ଭୁବନେଶ୍ବରରେ ହିଁ ନିଜର ଠକେଇ ସାମ୍ରାଜ୍ୟ ଗଢିଥିଲା ଅଜିତ ପାତ୍ର ।
କେତେବେଳେ ଆୟକର ଅଧିକାରୀ ତ ଆଉ କେତେବେଳେ ରାଜ୍ୟ ସରକାରଙ୍କ ବଡବାବୁର ପରିଚୟ ଦେଇ ସରକାରୀ ସୁରକ୍ଷା ଭିତରେ ଘୂରି ବଲୁଥିଲା । ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ଗତ ୨୦୨୪ ଜୁନ ମାସ ଠାରୁ ହଠାତ ଭୁବନେଶ୍ବର ଛାଡି ଦେଇଥିଲା ଅଜିତ । ଆଉ ଦିଲ୍ଲୀରେ ରହି ନିଜର ଠକେଇ ନେଟୱର୍କ ଚଳେଇଥିବା ବେଳେ କାବୁ କରିଥିଲା ସିବିଆଇ ।
ଆଇପିଏସ , ଆଇଏଏସଙ୍କ ସହ ଥିଲା ଘନିଷ୍ଠ ସଂପର୍କ
ନିଜ ଜନ୍ମମାଟି ବଲାଙ୍ଗୀରର ପାଟଣାଗଡରୁ ଠକେଇ ବିଦ୍ୟା ଆରମ୍ଭ କରିଥିଲା ଅଜିତ । ଆଉ ଭାୟା ଭୁବନେଶ୍ବର ଦେଇ ଦିଲ୍ଲୀରେ ନିଜର ଆସ୍ଥାନ ଜମାଇ ସାରିଥିଲା । ଓଡିଶାରେ ଦଲାଲ ଅଜିତର ବେଶ ଦବଦବା ଥିଲା । ଏଠାରେ ଏକାଧିକ ଆଇପିଏସ , ଆଇଏଏସଙ୍କ ସହ ଥିଲା ଅତି ଘନିଷ୍ଠ ସଂପର୍କ । କୁହାଯାଉଛି ସେ ଚୁଟକିରେ ଅଫିସରଙ୍କ ବଦଳି କରି ଦେଉଥିବା ବେଳେ କଣ୍ଟ୍ରାକ୍ଟରକୁ ମନ ପସନ୍ଦର ଟେଣ୍ଡର କରାଇ ଦେଉଥିଲା । ଯେଉଁଥିପାଇଁ ଅଜିତ ବିରୋଧରେ ମୁହଁ ଖୋଲିବା ପାଇଁ ମଧ୍ୟ ଲୋକେ ଡରୁଥିଲେ ।
ସିବିଆଇର ଏଫଆଇଆର୍ ଅନୁସାରେ, ଅଜିତ ସରକାରୀ ପ୍ରୋଟୋକଲ ଭିତରେ ଭିଆଇପି ସୁବିଧାର ବେଶ ଫାଇଦା ନେଉଥିଲା । ଯେଉଁଠିକୁ ଯାଉଥିଲା ସେଠି ସରକାରୀ ଘର, ସରକାରୀ ବ୍ୟବସ୍ଥା ଭିତରେ ରହି ପ୍ରୋଟୋକଲରେ ବୁଲୁଥିଲା । ଏପରିକି ହାଇସିକ୍ୟୁରିଟି ଜୋନକୁ ମଧ୍ୟ ଅଜିତର ଥିଲା ଅବାଧ ପ୍ରବେଶ । ନିଜକୁ କେନ୍ଦ୍ର ସରକାରଙ୍କ ପ୍ରଭାବଶାଳୀ ଅଫିସର ପରିଚୟ ଦେଇ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେଉଥିଲା ।
ଅଜିତ ସହ ଥିବା ବଡବଡିଆ ଓ ପ୍ରଭାବଶାଳୀ ଅଫିସରଙ୍କ ସଂପର୍କ ନେଇ ଖୋଳତାଡ କରୁଛି ସିବିଆଇ । ନିଜକୁ ଜିଏସଟି ଇଣ୍ଟେଲିଜେନ୍ସ ଅଧିକାରୀ କହି ୧୮ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ରାଜସ୍ଥାନରୁ ଗିରଫ ହୋଇଥିବା ଏହି ଦଲାଲ ଆଉ କାହାକୁ ଚୂନ ମାରିଛି ତାକୁ ନେଇ ସିବିଆଇ କରୁଛି ତନାଘନା । ସେପଟେ ଏହି ମାମଲାରେ ଅଜିତ ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି ସିବିଆଇ ।
The Mind Games of Terror: ରହସ୍ୟ ଭେଦୁଛି NIA, ଉଚ୍ଚଶିକ୍ଷିତଙ୍କ ମସ୍ତିଷ୍କରେ ଆତଙ୍କର ବିଷ ଭରୁଥିଲା କିଏ ?

Bribe Scandal Unfolds: ଜଣେ କିରାଣି ୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ, ଜଜଙ୍କ ବିରୋଧରେ ବି ଏତଲା ରୁଜୁ କଲା ACB

Job Promise or Trap? ଚାକିରି ନାଁରେ ଦେହ ବେପାର, ହୋଟେଲ୍ ରୁମ୍ରେ ଚାଲିଥିଲା କେଳେଙ୍କାରୀ

Public Mood Favors Whom ? ନୂଆପଡ଼ାରେ ରେକର୍ଡ ଭୋଟିଂ - କାହା ସପକ୍ଷରେ ଜନମତ ?

Chartered Accountant Blackmailed: ପ୍ରାଇଭେଟ ଭିଡିଓ ଲିକ୍ କରିବାକୁ ଧମକ ଦେଲେ ୩ କୋଟି ନେଇଗଲେ....ଶେଷରେ ଆତ୍ମହତ୍ୟା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)