/odishatv-khabar/media/media_files/2025/11/13/conspiracy-2025-11-13-20-19-59.jpg)
Conspiracy Photograph: (OTV)
ଡିସେମ୍ବର ୬ରେ ଦୋହଲିଯାଇଥାନ୍ତା ଦେଶ। ଭାରତର ରାଜଧାନୀ ଦିଲ୍ଲୀରେ ଆତଙ୍କୀ ଖେଳିଥାନ୍ତେ ରକ୍ତର ହୋଲି। ୬ଟି ସ୍ଥାନରେ କରିଥାନ୍ତେ ଭୟଙ୍କର ସିରିଜ୍ ସିରିଜ ବିସ୍ଫୋରଣ । ଲାଲକିଲ୍ଲା ବ୍ଲାଷ୍ଟ ତଦନ୍ତରେ ଗିରଫ ଆତଙ୍କୀଙ୍କ ମୁହଁରୁ ଏଭଳି ସତ ଉଗାରିଛି ତଦନ୍ତକାରୀ ସଂସ୍ଥା। ବାବ୍ରି ସମଜିଦ ଭଙ୍ଗା ଘଟଣାର ପ୍ରତିଶୋଧ ନେବାକୁ ଜୈଶ୍-ଏ-ମହମ୍ମଦ କରିଥିଲା ସଂଘାତିକ ପ୍ଲାନ୍ । ଅପରେସନରେ ସାମିଲ କରିଥିଲା ୩୨ଟି କାର୍ । କାହିଁକି, କେଉଁଠି, କେମିତି ଆତଙ୍କୀ କରିଥାନ୍ତେ ବ୍ଲାଷ୍ଟ୍, ପଢ଼ନ୍ତୁ ଏଇ ରିପୋର୍ଟ।...
ତାରିଖ ୬ । ଟାର୍ଗେଟ ବି ୬ । ଡିସେମ୍ବର ୬ରେ ଦୋହଲିଯାଇଥାନ୍ତା ଦିଲ୍ଲୀ । ୬ଟି ସ୍ଥାନରେ ହୋଇଥାନ୍ତା ସିରିଜ୍ ବିସ୍ଫୋରଣ । ବାବ୍ରି ମସଜିଦ୍ ଭଙ୍ଗାର ପ୍ରତିଶୋଧ ନେଇଥାନ୍ତେ ଆତଙ୍କୀ । ଜାନୁଆରୀରୁ ଚାଲିଥିଲା ବଡ଼ ଷଡ଼ଯନ୍ତ୍ର ।୨୦୦ ଅତି ଶକ୍ତିଶାଳୀ ଆଇଇଡି ହୋଇଥିଲା ପ୍ରସ୍ତୁତ ।
ଦିଲ୍ଲୀ ବିସ୍ଫୋରଣ ମାମଲାରେ ତଦନ୍ତ ଯେତିକି ଆଗଉଛି, ଆତଙ୍କୀଙ୍କ ଖତରନାକ ଯୋଜନାର ଖୁଲାସା ସେତିକି ହେଉଛି। ହୋସ୍ ଉଡ଼ାଇଦେଇଛି ତଦନ୍ତକାରୀ ସଂସ୍ଥା ପାଇଥିବା ଭୟାନକ ତଥ୍ୟ।
୨୦୦୮ ମୁମ୍ବାଇ ୨୬/୧୧ ଆକ୍ରମଣଠାରୁ ବି ଆହୁରି ବଡ଼ ବିସ୍ଫୋରଣ ଘଟାଇବାକୁ ଯୋଜନା କରିଥିଲା ହ୍ୱାଇଟ୍-କଲାର ଆତଙ୍କବାଦୀ ମଡ୍ୟୁଲ। ଡିସେମ୍ବର ୬ରେ ଦିଲ୍ଲୀ ଦେଖିଥାନ୍ତା ଭୟଙ୍କର ଧ୍ବଂସଲୀଳା। ଫରିଦାବାଦ ଓ ଗୁରୁଗ୍ରାମ ସମେତ ଦିଲ୍ଲୀର ୬ଟି ସ୍ଥାନରେ ହୋଇଥାନ୍ତା ବଡ଼ ବ୍ଲାଷ୍ଟ।
ଦିଲ୍ଲୀର ଏହି ସବୁ ସ୍ଥାନ ରହିଥିଲା ଆତଙ୍କୀଙ୍କ ଟାର୍ଗେଟରେ- ଜନବହୁଳ ଅଞ୍ଚଳ ଇଣ୍ଡିଆ ଗେଟ୍, ରେଲୱେ ଷ୍ଟେସନ, ଲାଲକିଲ୍ଲା, ଗୌରୀ ଶଙ୍କର ମନ୍ଦିର, କନଷ୍ଟିଟ୍ୟୁସନ କ୍ଲବ ଏବଂ କିଛି ପ୍ରମୁଖ ସପିଂ ମଲ୍। ଏହି ଜାଗା ଗୁଡ଼ିକରେ କାର ବର୍ତ୍ତି ବିସ୍ଫୋରକରେ ହୋଇଥାନ୍ତା ବ୍ଲାଷ୍ଟ । ତେବେ କାହିଁକି ଡିସେମ୍ବର ୬କୁ ବାଛିଥିଲେ ଆତଙ୍କୀ ? କାରଣ ୧୯୯୨ ମସିହା ଡିସେମ୍ବର ୬ରେ ହିଁ ଅଯୋଧ୍ୟା ବାବ୍ରି ମସଜିଦ ଭାଙ୍ଗି ଦିଆଯାଇଥିଲା। ଏଣୁ ସେହି ଦିନକୁ ହିଁ ରକ୍ତର ହୋଲି ଖେଳିବାକୁ ବାଛିଥିଲେ ଆତଙ୍କବାଦୀ ।
ସିରିଜ୍ ବ୍ଲାଷ୍ଟ ପ୍ଲାନ୍
ବାବ୍ରି ମସଜିଦ୍ ଭଙ୍ଗା ଘଟଣାର ପ୍ରତିଶୋଧ ପାଇଁ ହୋଇଥିଲା ସିରିଜ୍ ବ୍ଲାଷ୍ଟ ପ୍ଲାନ୍। ଏକାସାଙ୍ଗରେ ଏକାଧିକ ସ୍ଥାନରେ ଆକ୍ରମଣ କରି ଅଧିକରୁ ଅଧିକ ଧନଜୀବନର କ୍ଷୟକ୍ଷତି ଘଟାଇବା ଓ ଧାର୍ମିକ ସ୍ଥାନରେ ଆକ୍ରମଣ ଦ୍ୱାରା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ୨୦୦ରୁ ଅଧିକ ଶକ୍ତିଶାଳୀ ଆଇଇଡି ତିଆରି କରିଥିଲା ଆତଙ୍କୀ ଡାକ୍ତର ମଡ୍ୟୁଲ।...
ଜୈଶ୍-ଏ-ମହମ୍ମଦର ଆତଙ୍କୀ ମଡ୍ୟୁଲ
ଦିଲ୍ଲୀ ହମଲା ପାଇଁ ୫ଟି ପର୍ଯ୍ୟାୟରେ ପ୍ରସ୍ତୁତ ହୋଇଥିଲା ପ୍ଲାନ୍। ପ୍ରଥମ ପର୍ଯ୍ୟାୟରେ ଗଠନ ହୋଇଥିଲା ଜୈଶ୍-ଏ-ମହମ୍ମଦର ଆତଙ୍କୀ ମଡ୍ୟୁଲ। ଦ୍ବିତୀୟ ପର୍ଯ୍ୟାୟରେ ନୁହ ଓ ଗୁରୁଗ୍ରାମରେ IED ଓ ଗୋଳାବାରୁଦ ପାଇଁ କଞ୍ଚାମାଲ୍ ସଂଗ୍ରହ କରାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ବିସ୍ଫୋରଣ ପାଇଁ ଆଇଇଡି ପ୍ରସ୍ତୁତ ସହିତ ସମ୍ଭାବ୍ୟ ଟାର୍ଗେଟ ସ୍ଥାନଗୁଡ଼ିକୁ ଯାଞ୍ଚ କରିଥିଲା ହ୍ବାଇଟ୍ କୋଲାର ଟେରର ମଡ୍ୟୁଲ। ପରେ ମଡ୍ୟୁଲ୍ ସଦସ୍ୟଙ୍କ ମଧ୍ୟରେ ଆଇଇଡି ବାଣ୍ଟି ଦିଆଯାଇଥିଲା । ଚୂଡ଼ାନ୍ତ ତଥା ପଞ୍ଚମ ପର୍ଯ୍ୟାୟରେ ଥିଲା ବିସ୍ଫୋରଣ ଯୋଜନା।
ତଦନ୍ତକାରୀ ସଂସ୍ଥା ଅନୁସାରେ, ପ୍ରଥମେ ଗତ ଅଗଷ୍ଟ ମାସରେ ବିସ୍ଫୋରଣ ଯୋଜନା ଥିଲା । କିନ୍ତୁ ପ୍ରସ୍ତୁତିରେ ବିଳମ୍ବ ଯୋଗୁଁ ଡିସେମ୍ବର ୬କୁ ନୂଆ ତାରିଖ ଭାବେ ବଛାଯାଇଥିଲା। ଆଉ ଏକ ଚାଞ୍ଚଲ୍ୟକର କଥା ହେଲା, ଆତଙ୍କୀ ଅପରେସନରେ ସାମିଲ ହୋଇଥିଲା ପ୍ରାୟ ୩୨ଟି କାର୍। ଯେଉଁଗୁଡ଼ିକ ପୁରୁଣା ଏବଂ ଏକାଧିକ ଥର ବିକ୍ରି ହୋଇସାରିଥିଲା। ଏସବୁ ଗାଡ଼ିରେ ବିସ୍ଫୋରକକୁ ବିଭିନ୍ନ ସ୍ଥାନକୁ ପଠାଯାଇଥାନ୍ତା। ଗୋଟିଏ ଗାଡ଼ି ବ୍ଲାଷ୍ଟ ହୋଇଥିବାବେଳେ ଏପର୍ଯ୍ୟନ୍ତ ଆଉ ୩ଟି ଗାଡ଼ିକୁ ଖୋଜିପାଇଲାଣି ତଦନ୍ତକାରୀ ଟିମ୍।
୨୦୦୮ରେ ବି ସିରିଜ ବିସ୍ଫୋରଣରେ ଥରିଉଠିଥିଲା ଦିଲ୍ଲୀ । କରୋଲବାଗ, କନ୍ନଟପ୍ଲେସ୍ ଓ ଗ୍ରେଟର କୈଳାଶରେ ଏକାସାଙ୍ଗରେ ବିସ୍ଫୋରଣ ଘଟି ୩୦ ଜଣଙ୍କର ଜୀବନ ଯାଇଥିଲା । ଆହତ ହୋଇଥିଲେ ଶତାଧିକ ଲୋକ । ସେହିବର୍ଷ ଫୁଲବଜାରରେ ଟିଫିନ ବୋମା ବ୍ଲାଷ୍ଟ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୨୦୧୧ରେ ଦିଲ୍ଲୀ ହାଇକୋର୍ଟ ପରିସରରେ ଘଟିଥିବା ଆତଙ୍କୀ ବିସ୍ଫୋରଣରେ 15 ଜଣଙ୍କ ଜୀବନ ଯାଇଥିଲା। ତେବେ ସୁରକ୍ଷା ଏଜେନ୍ସିର ତତ୍ପରତା ଯୋଗୁଁ ପୁଣିଥରେ ବଡ଼ଧରଣର ବିପଦରୁ ଅଳ୍ପରେ ବର୍ତ୍ତି ଯାଇଛି ଦିଲ୍ଲୀ ।
Ajit Patra in CBI Net: କୁଖ୍ୟାତ ଦଲାଲ ଅଜିତ ପାତ୍ରକୁ ଗିରଫ କଲା ସିବିଆଇ, ପୂର୍ବ ସରକାରରେ ପାଉଥିଲା ଭିଆଇପି ସୁବିଧା

The Mind Games of Terror: ରହସ୍ୟ ଭେଦୁଛି NIA, ଉଚ୍ଚଶିକ୍ଷିତଙ୍କ ମସ୍ତିଷ୍କରେ ଆତଙ୍କର ବିଷ ଭରୁଥିଲା କିଏ ?

Bribe Scandal Unfolds: ଜଣେ କିରାଣି ୧୫ ଲକ୍ଷ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ, ଜଜଙ୍କ ବିରୋଧରେ ବି ଏତଲା ରୁଜୁ କଲା ACB

Job Promise or Trap? ଚାକିରି ନାଁରେ ଦେହ ବେପାର, ହୋଟେଲ୍ ରୁମ୍ରେ ଚାଲିଥିଲା କେଳେଙ୍କାରୀ

What Krishna Spoke in the Kuru Sabha: କୁରୁସଭାରେ କୃଷ୍ଣ କ'ଣ କହିଲେ ଓ ସମସ୍ତଙ୍କ କଥା ଶୁଣି କ'ଣ ଉତ୍ତର ଦେଲେ ଦୁର୍ଯ୍ୟୋଧନ?

Public Mood Favors Whom ? ନୂଆପଡ଼ାରେ ରେକର୍ଡ ଭୋଟିଂ - କାହା ସପକ୍ଷରେ ଜନମତ ?

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)