Advertisment

Preplan Murder: ଚା କରୁଥିଲା ସ୍ତ୍ରୀ ... ସ୍ବାମୀ ମାରିଦେଲା ଗୁଳି ! ବୁର୍ଖା ନପିନ୍ଧି ବାହାରକୁ ଚାଲିଯିବାରୁ ସହିପାରିଲାନି ସ୍ବାମୀ

ଚା କରୁଥିଲା ସ୍ତ୍ରୀ, ସ୍ବାମୀ ମାରିଦେଲା ଗୁଳି ! ବୁର୍ଖା ନପିନ୍ଧି ସ୍ତ୍ରୀ ବାହାରକୁ ଚାଲିଯିବାରୁ ସହିପାରିଲାନି ସ୍ବାମୀ। ପ୍ରବଳ ଗାଳିକଲା ଶେଷକୁ ଗୁଳିମାରିଦେଲା । ମା’କୁ ଗୁଳିମାରି ଦୁଇ ଝିଅଙ୍କୁ ବି ହତ୍ୟା କରିଦେଲା ନିଷ୍ଠୁର ବାପା ।

author-image
OTV Bureau
ଅଦ୍ୟତନ ହୋଇଛି
Man kills Wife and two Daughters

Man kills Wife and two Daughters Photograph: (OTV)

ଚା କରୁଥିଲା ସ୍ତ୍ରୀ, ସ୍ବାମୀ ମାରିଦେଲା ଗୁଳି ! ବୁର୍ଖା ନପିନ୍ଧି ସ୍ତ୍ରୀ ବାହାରକୁ ଚାଲିଯିବାରୁ ସହିପାରିଲାନି ସ୍ବାମୀ। ପ୍ରବଳ ଗାଳିକଲା ଶେଷକୁ ଗୁଳିମାରିଦେଲା । ମା’କୁ ଗୁଳିମାରି ଦୁଇ ଝିଅଙ୍କୁ ବି ହତ୍ୟା କରିଦେଲା ନିଷ୍ଠୁର ବାପା । ଖାଲି ମାରିଲାନି, ୯ ଫୁଟ୍ ଗାତ ତଳେ ପୋତିଦେଲା ସ୍ତ୍ରୀ ଆଉ ୨ ଝିଅଙ୍କୁ ।

Advertisment

୫ ଛୁଆଙ୍କ ବାପାର ବର୍ବର କାଣ୍ଡ। ବୁର୍ଖା ପାଇଁ ତ୍ରିପଲ ମର୍ଡର ! ଉତ୍ତରପ୍ରଦେଶ ସାମଲୀ ଜିଲ୍ଲାରେ ଭୟଙ୍କର ଘଟଣା। ଏ ହେଉଛି ସେହି ସ୍ବାମୀ ଯିଏ ତା ସ୍ତ୍ରୀର ମୁଣ୍ଡକୁ ଗୁଳି ମାରି ନିର୍ମମ ଭାବେ ହତ୍ୟା କରିଛି। ଖାଲି ସ୍ତ୍ରୀ ନୁହେଁ ଗୁଳି ଶବ୍ଦରେ ନିଦରୁ ଉଠି ମା’ ମା’ ଡାକ ଛାଡୁଥିବା ଦୁଇ ଝିଅଙ୍କୁ ବି ଛାଡ଼ିନି ଏ ବାପା। 

୯ ନଭେମ୍ବର ୨୦୨୪, ମଧ୍ୟରାତ୍ର। ୫ ଛୁଆ ଆଉ ସ୍ତ୍ରୀ ଶୋଇଥାଆନ୍ତି। ଏତିକିବେଳେ ଉଠିଲା ଅଭିଯୁକ୍ତ ଫାରୁକ। ସ୍ତ୍ରୀକୁ କହିଲା ଚା କରିବା ପାଇଁ। ରୋଷେଇ ଘରକୁ ଯାଇ ଚା କରୁଥିଲେ ସ୍ତ୍ରୀ। ଠିକ୍ ସେତିକିବେଳେ ଫାରୁକ ଘରେ ରଖିଥିବା ବନ୍ଧୁକ ଆଣି ସ୍ତ୍ରୀ ମୁଣ୍ଡକୁ ଗୁଳି କରିଦେଲା। ନିଦରେ ଶୋଇଥିବା ପିଲା ଉଠି ପଡ଼ିଲେ। ରୋଷେଇ ଘରକୁ ଧାଇଁ ଆସିଲା ୧୪ ବର୍ଷର ବଡ଼ ଝିଅ। ରକ୍ତମୁଖା ବାପା ଝିଅକୁ ବି ଛାଡ଼ିଲାନି , ବଡ ଝିଅକୁ ଗୁଳିକରି ମାଟିରେ ଶୁଆଇଦେଲା। ତାପଛେ ପଛେ ଆସିଲା ସାନ ଝିଅ। ଦୁଇଜଣଙ୍କୁ ମାରିସାରି କ୍ରୋଧରେ ଜର୍ଜରିତ ମଣିଷମରା ବାପା ୬ ବର୍ଷର ସାନଝିଅର ତଣ୍ଟି ଚିପି ତାକୁ ବି ମାରିଦେଲା। ୩ଜଣଙ୍କୁ ହତ୍ୟା କରିସାରି ସେଇ ରାତିରେ ହିଁ ସେ ପୋତିଦେଲା ୯ ଫୁଟ୍ ଗାତରେ।

Advertisment

ତେବେ ଗାତ କଣ ସେ ହତ୍ୟା କରିସାରି ଖୋଳିଲା ? ଏ ମଣିଷମରା ମଣିଷ ନିଜ ସ୍ତ୍ରୀକୁ ହତ୍ୟା କରିବ ବୋଲି ପୂର୍ବରୁ ପ୍ଲାନ କରିଥିଲା। ସବୁବେଳେ ନିଜ ସ୍ତ୍ରୀ ସହ ପାଟିତୁଣ୍ଡ କରେ ଫାରୁକ। ସ୍ବାମୀର ମାଡଗାଳି ସହିନପାରି ଛୁଆଙ୍କୁ ଧରି ନିଜ ବାପାଙ୍କ ଘରକୁ ଚାଲିଯାଇଥିଲେ ପତ୍ନୀ। ହେଲେ ଏଇ କିଛି ଦିନ ହେବ ସେ ଶ୍ବଶୁର ଘରକୁ ଯାଇ ସ୍ତ୍ରୀ-ପିଲାଙ୍କୁ ଆଣିକି ଆସିଥିଲା। ହେଲେ ତା ଆଣିବା ପଛରେ ଥିଲା ହତ୍ୟା ଯୋଜନା। ସେଥିପାଇଁ ସେ ପୂର୍ବରୁ ଶୌଚାଳୟାରେ ଖୋଳିଥିଲା ୯ ଫୁଟର ଗାତ। ୯ ତାରିଖ ବିଳମ୍ବିତ ରାତିରେ ହତ୍ୟା କରି ଖୋଳିଥିବା ଗାତରେ ପକାଇ କଂକ୍ରିଟ୍ କରିଦେଇଥିଲା। 

ତେବେ ନିଜ ସ୍ତ୍ରୀକୁ ଫାରୁକ ମାରିଲା କାହିଁକି ? ହତ୍ୟାର ପ୍ରକୃତ କାରଣ କଣ ? ଦର୍ଶକ ବନ୍ଧୁ ଯୁଗ ବଦଳିଲାଣି, ସମୟ ବଦଳିଲାଣି, ହେଲେ ମଣିଷର ନୀଚ ମାନସିକତା ଆଜି ବି ଯାଇନି। ହତ୍ୟାର ପ୍ରକୃତ କାରଣ ଅଭିଯୁକ୍ତ ଫାରୁକ ପୋଲିସ ଆଗରେ ଯାହା କହିଛି ତାହା ଶୁଣିଲେ ଆପଣ ବି ଛି ଛି କରିବେ। ୧୮ ବର୍ଷ ତଳେ ଫାରୁକର ବାହାଘର ହେଇଥିଲା। ସେହିଦିନଠୁ ଫାରୁକ ତା ସ୍ତ୍ରୀକୁ କାହାକୁ ବି ଦେଖିବାକୁ ଦେଇନଥିଲା। ସବୁବେଳେ ସେ ସ୍ତ୍ରୀକୁ ଲୁଚେଇ ରଖିବା ଭଳି ରଖୁଥିଲା। ହୋଟେଲରେ ରୋଷେୟା ଭାବେ କାମ କରି ଯାହା ରୋଜଗାର କରୁଥିଲା ସେତିକିରେ ଚଳୁଥିଲେ ସ୍ତ୍ରୀ ଆଉ ୫ ଛୁଆ। ସେମାନେ ଭଲରେ ବି ଖାଇପିଇ ପାରୁନଥିଲେ। ସେଥିପାଇଁ ଫାରୁକର ସ୍ତ୍ରୀ ଚାହିଁଥିଲା ନିଜେ ଘରୁ ଗୋଡ କାଢି କିଛି କାମଧନ୍ଦା କରିବା ପାଇଁ। ନିଜ ପିଲାଙ୍କୁ ପାଠ ପଢାଇ, ଭଲରେ ଖୁଆଇପିଆଇ ମଣିଷ କରିବାକୁ ଚାହୁଁଥିଲା, ସେଥିପାଇଁ ସେ ଦୁଇ ମାସ ତଳେ ଗୋଟେ ଦୋକାନରେ ଯାଇ କାମ କରୁଥିଲା। ଯାହା ସ୍ବାମୀ ଫାରୁକ ଦେହରେ ଗଲାନି। ବୁର୍ଖା ଖୋଲି ବାହାରେ ଯାଇ ସ୍ତ୍ରୀର କାମ କରିବାକୁ ସହିପାରିନଥିଲା ଫାରୁକ। ସେଥିପାଇଁ ସେ ବାରମ୍ବାର କଳିଝଗଡ଼ା କରୁଥିଲା ସ୍ତ୍ରୀ ସହ। ହେଲେ ଅବୁଝା ହୋଇଥିଲା ସ୍ତ୍ରୀ ଏବଂ କାମ କରିବାକୁ ଯାଉଥିଲା। ସେଥିପାଇଁ ତାକୁ ହତ୍ୟା କରିବାକୁ ସେ ଯୋଜନା କରିଥିଲା। ସାମଲୀ ଏସପିଙ୍କ କହିବା ଅନୁସାରେ ଫାରୁକ ଏତେ ରକ୍ଷଣଶୀଳ ଥିଲା ଯେ ରାସନ କାର୍ଡରେ ମଧ୍ୟ ନିଜ ସ୍ତ୍ରୀର ନାଁ ଦେଇନଥିଲା। କାରଣ ବାହାରକୁ ଯାଇ ସେଥିପାଇଁ ଫଟୋ ଉଠାଇବାକୁ ପଡିବ। 

ସବୁଠୁ ଆଶ୍ଚର୍ଯ୍ୟର କଥା ସ୍ତ୍ରୀ ଆଉ ଦୁଇ ଝିଅଙ୍କୁ ହତ୍ୟା କରି ଶୌଚାଳୟରେ ପୋତିବା ପରେ ବି ସେଇ ଘରେ ରହୁଥିଲା ଫାରୁକ। ଅନ୍ୟ ୩ ଛୁଆ ଯେତେବେଳେ ମା’ ଓ ଦୁଇ ଭଉଣୀଙ୍କୁ ଖୋଜିଲେ ସେତେବେଳେ ଫାରୁକ ତାଙ୍କୁ କହିଥିଲା କି ଯେ ମା’ ବାହାରକୁ କାମ କରିବାକୁ ଯାଇଛି। ଆଉଦୁଇ ଝିଅ ବି ତାଙ୍କ ସହ ଯାଇଛନ୍ତି।  ଅନେକ ଦିନ ହେବ ପାଖପଡୋଶୀ ଫାରୁକର ସ୍ତ୍ରୀ ଆଉ ଦୁଇ ଝିଅଙ୍କୁ ଦେଖିବାକୁ ପାଉନଥିଲେ। ସେଥିପାଇଁ ଗାଁ ମୁଖିଆ ଏକଥା ପୋଲିସକୁ ଜଣାଇଥିଲେ। ପୋଲିସ ଫାରୁକକୁ ଡାକି ପଚରାଉଚରା କରିଥିଲା। ଆଉ ତାଆରି ଭିତରେ ସବୁ ସତ କଥା ମାନିଯାଇଥିଲା ଏହି ନୃଶଂସ ମଣିଷ। କହିଥିଲା ନିଜ ହାତରେ ମୁଁ ମାରିଦେଇଛି ମୋ ସ୍ତ୍ରୀ ଆଉ ଦୁଇ ଝିଅଙ୍କୁ। ଆଉ ମାରିସାରି ଶୌଚାଳୟରେ ପୋତିଦେଇଛି। ଏହାପରେ ପୋଲିସ ଘଟଣାସ୍ଥଳକୁ ଯାଇ ମାଟିଖୋଳି ଉଦ୍ଧାର କରିଥିଲା ଫାରୁକର ସ୍ତ୍ରୀ ଆଉ ଦୁଇ ଝିଅଙ୍କୁ। ଟ୍ରିପଲ ମର୍ଡର ମାମଲାରେ ପୋଲିସ ତାକୁ ଗିରଫ କରି ଜେଲରେ ପୂରାଇଛି। 

Advertisment
Related Articles
Advertisment