/odishatv-khabar/media/media_files/2025/12/19/kiss-2025-12-19-15-23-24.jpg)
KISS Photograph: (OTV)
OHRCରେ ପହଞ୍ଚିଛି କିସ୍ ଛାତ୍ର ମୃତ୍ୟୁ ମାମଲା । ସ୍ବାଧୀନ ଭାବେ ଘଟଣାର ତଦନ୍ତ ପାଇଁ ଓଡ଼ିଶା ମାନବାଧିକାର କମିଶନ ନିକଟରେ ଆବେଦନ ହୋଇଛି। ଘଟଣା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ଆବେଦନ ହୋଇଛି । ପରିବାରକୁ ୧ କୋଟି କ୍ଷତିପୂରଣ ପାଇଁ OHRCରେ ଆବେଦନ କରାଯାଇଛି।
ଏମିତିକି KISS, KIMS ମ୍ୟାନେଜମେଣ୍ଟର ଭୂମିକା, ଅବହେଳା ଏବଂ ଉତ୍ତଦାୟୀତ୍ବକୁ ନେଇ ତଦନ୍ତ କରାଯାଉ ବୋଲି ଆବେଦନକାରୀ ତାଙ୍କ ଦାବିରେ ଦର୍ଶାଇଛନ୍ତି। ତଥ୍ୟ ଓ ପ୍ରମାଣ ପାଇଁ ପୋଷ୍ଟମର୍ଟମ ରିପୋର୍ଟ, ଭିସେରା ରିପୋର୍ଟ ସହ ସିସିଟିଭି ଫୁଟେଜ, ହଷ୍ଟେଲ ରେକର୍ଡ ଚେକ କରାଯାଉ ବୋଲି ଆବେଦନପତ୍ରରେ କୁହାଯାଇଛି। ଆଗକୁ ଏଭଳି ଅଘଟଣ ଯେପରି ନହୁଏ ସେଥିପାଇଁ ଘଟଣା ପାଇଁ ଦାୟୀ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କଡା ଆଇନଗତ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରାର୍ଥନା କରାଯାଇଛି । ...
ଏମିତି ପରିବେଶରେ ରହୁଛନ୍ତି ପିଲା
କିସର ଅଡୁଆ ଦିନକୁ ଦିନ ବଢ଼ୁଛି । ପାରା ଭାଡ଼ି ଭଳି ରହୁଛନ୍ତି, ଚୂଡ଼ା ଚିନି ଖାଉଛନ୍ତି କିସରେ ରହୁଥିବା ଛାତ୍ରଛାତ୍ରୀ । କିସ୍ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ବେଳେ ଏଭଳି ଅବ୍ୟବସ୍ଥା ଦେଖିଲା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଟିମ୍। କିସ୍ କୁ ଆଉଥରେ ଯିବୁ, ପରିବେଶକୁ ଅନୁଧ୍ୟାନ କରିବୁ । ତଦନ୍ତ ପାଇଁ ଯାଇଥିବା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ରଖିଛନ୍ତି ଏଭଳି ପ୍ରତିକ୍ରିୟା । ପିଲାଙ୍କ ପାଠପଢ଼ା, ଖାଦ୍ୟ, ରହଣି ଆଦି ବ୍ୟବସ୍ଥା ଅନୁଧ୍ୟାନ କରିବୁ। ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ପୋଲିସ୍ କୁ ମାଗିଛୁ । କିସ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ରିପୋର୍ଟ ମାଗିଛୁ।
କାହିଁକି ପିଲାର ମୃତ୍ୟୁ ପରେ ପୋଷ୍ଟମର୍ଟମ କଲେନି ତଦନ୍ତ କରୁଛୁ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା । ଏମିତିକି ଅସ୍ବାସ୍ଥ୍ୟକର ପରିବେଶରେ ପିଲାଙ୍କୁ ରଖାଯାଉଥିବା ଦେଖିବାକୁ ପାଇଛନ୍ତି ଟିମ୍ । ପିଲାଙ୍କୁ ପାରା ଭାଡ଼ି ଭଳି ରଖାଯାଉଥିବା ନେଇ ଟିମ୍ ଦେଖିବାକୁ ପାଇଛନ୍ତି। ଆଉ ଥରେ ତଦନ୍ତ ପାଇଁ ଯିବେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କ ଟିମ୍ । ତଦନ୍ତ ପରେ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ରିପୋର୍ଟ ଦେବେ ।
Mystery Death: ପୁରୁଷ ବନ୍ଧୁଙ୍କ ଘରେ ଅଧ୍ୟାପିକାଙ୍କ ଲାସ୍, କାଳ ହେଲା କି ଲିଭ୍-ଇନ୍ ରିଲେସନ୍ ?

Troubling Past of KISS: କିସର ରେକର୍ଡ ଖରାପ ! ଆଗରୁ ଯାଇଛି ଅନେକ ଜୀବନ

Reality Check at KISS: ଖୋଲିଗଲା କିସର ଗୁମର, ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି ଛାତ୍ରଛାତ୍ରୀ

Parole Jump: ପାରୋଲରେ ଯାଇ ଚକମା ଦେଲେ ୨ କଏଦୀ, ଫେରିନାହାନ୍ତି ଜେଲକୁ

Gruesome Family Tragedy: କୁଳାଙ୍ଗାର ପୁଅ ଶିଳପୁଆରେ ବାପାମାଆଙ୍କ ମୁଣ୍ଡକୁ ଛେଚିଲା, କରତରେ କାଟି ଖଣ୍ଡ ଖଣ୍ଡ କଲା

Invisible Yet Deadly: ବିନାଶ ଲେଖିବ ଜୈବିକ ଅସ୍ତ୍ରଶସ୍ତ୍ର, ଜାଣନ୍ତୁ ଏହାକୁ କାହିଁକି କୁହାଯାଏ ସାଇଲେଣ୍ଟ କିଲର?

Rent Turned Deadly: ଭଡ଼ା ଟଙ୍କା ଦେବା ପାଇଁ ମାଲିକାଣୀଙ୍କୁ ଘରକୁ ଡ଼ାକିଲେ, ଲୁଗାରେ ତଣ୍ଟି ଚିପି ଜୀବନ ନେଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)