/odishatv-khabar/media/media_files/2025/12/21/south-africa-shooting-2025-12-21-11-46-50.jpg)
South Africa shooting Photograph: (OTV)
ଅଷ୍ଟ୍ରେଲିଆର ସିଡନୀରେ ଇହୁଦୀ ପର୍ବ ପାଳନ ବେଳେ ଦୁଇ ଜଣ ବାପା ପୁଅଙ୍କ ଗୁଳିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇଥିବା ବେଳେ ଆଜି ପୁଣି ଏକ ଗୁଳିକାଣ୍ଡ ଘଟଣା ସାମନାକୁ ଆସିଛି। ଦକ୍ଷିଣଆଫ୍ରିକାର ସବୁଠୁ ଜନବହୁଳ ସହର ଜୋହାନ୍ସବର୍ଗଠାରେ ଆଖିବୁଜା ଗୁଳିମାଡ କରିଛନ୍ତି କିଛି ଦୁବୃର୍ତ୍ତ।
ଜୋହାନ୍ସବର୍ଗ ନିକଟବର୍ତ୍ତୀ ବେକର୍ସଡାଲ୍ ଟାଉନସିପ୍ରେ ହୋଇଥିବା ଏହି ଗୁଳିକାଣ୍ଡରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣମାରୀ ମାନେ ଗୁଳିମାଡ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।
ପୋଲିସ କହିଛି ଯେ ଗୁଳିକାଣ୍ଡର କାରଣ ତୁରନ୍ତ ଜଣା ପଡିନାହିଁ। ଆକ୍ରମଣକାରୀ ମଧ୍ୟ କିଏ ତାହା ସ୍ପଷ୍ଟ ହୋଇନାହିଁ। ପ୍ରାୟ ୧୨ ଜଣ ସନ୍ଦିଗ୍ଧ ଏହି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ପୋଲିସ୍ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଚଳିତ ମାସରେ ଦକ୍ଷିଣ ଆଫ୍ରିକାରେ ଘଟିଥିବା ଏହା ଦ୍ୱିତୀୟ ଘଟଣା। ଡିସେମ୍ବର ୬ ତାରିଖରେ, ବନ୍ଧୁକଧାରୀମାନେ ପ୍ରିଟୋରିଆ ନିକଟରେ ଏକ ହଷ୍ଟେଲରେ ଆକ୍ରମଣ କରି ୧୨ ଜଣଙ୍କୁ ହତ୍ୟା କରିଥିଲେ, ଯେଉଁଥିରେ ଜଣେ ତିନି ବର୍ଷର ଶିଶୁ ମଧ୍ୟ ଥିଲା।
ଦକ୍ଷିଣ ଆଫ୍ରିକା ବିଶ୍ୱର ସବୁଠାରୁ ଅଧିକ ହିଂସାତ୍ମକ ଅପରାଧ ଘଟେ।
Minor Allegedly Gang-Raped: ରାଜଧାନୀରେ ଅମାନବୀୟ ଘଟଣା, ପୁଣି ନାବାଳିକାଙ୍କୁ ଗଣଦୁଷ୍କର୍ମ

World Meditation Day: ଆଜି ବିଶ୍ବ ଧ୍ୟାନ ଦିବସ, ଭାରତର ପ୍ରାଚୀନ ସଂସ୍କୃତିର ଅମୂଲ୍ୟ ଉପହାର

IIC Suspended: ଚାକିରିରୁ ନିଲମ୍ବିତ ହେଲେ ଥାନାଧିକାରୀ, ଲାଞ୍ଚ ନେଇ ଧରାପଡିଥିଲେ

No PUCC, No Fuel: PUCC ଅଛି ତ? ନହେଲେ ମିଳିବନି ପେଟ୍ରୋଲ୍, ଡିଜେଲ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)