/odishatv-khabar/media/media_files/2025/12/20/jagatsinghpur-lady-killed-2025-12-20-16-25-57.jpg)
JAGATSINGHPUR-LADY-KILLED Photograph: (OTV)
ସବୁଦିନ୍ ଲାଗୁଥିଲା ଶାଶୁବୋହୂଙ୍କ କଳି । ରାତି ପାହିଲେ ଖିଟିରି ପିଟିରି ହେଉଥିଲେ । ବୁଧବାର ରାତିରେ ପୁଣି ମୁହାଁମୁହିଁ ହୋଇଥିଲେ ଶାଶୁ-ବୋହୂ । ଖବର ପାଇ ସମାଧାନ କରିବାକୁ ପହଞ୍ଚିଗଲେ ପିଉସୀ । ରାଗରେ ପଞ୍ଚମ ବୋହୂ ପିଉସୀକୁ ଟେକି କଚାଡ଼ି ଦେଲା ।
ମୃତ ମହିଳାଙ୍କ ପୁଅ କହିଛନ୍ତି ଛଡ଼ାଇବାକୁ ଆସିବାରୁ ମା’କୁ ଟେକି ତଳେ କଚାଡ଼ି ଦେଲେ ଭାଉଜ । ଗୁରୁତର ଅବସ୍ଥାରେ ହସ୍ପିଟାଲ ଆଣିଲେ । ସେଠାରେ ମୃତ ଘୋଷଣା କଲେ ଡାକ୍ତର । ଘଟଣାଟି ଘଟିଛି ଜଗତସିଂହପୁର ଥାନା ଓଡ଼ିଶ ଗାଁରେ ।
ଗାଁର ସ୍ବର୍ଣ୍ଣଲତା ବିଶ୍ବାଳଙ୍କ ପରିବାରରେ ସବୁଦିନେ କଳିଝଗଡ଼ା ଲାଗି ରହୁଥିଲା । ଶାଶୁ ସ୍ବର୍ଣ୍ଣଲତା ଏବଂ ବୋହୂ ଐଶ୍ବର୍ଯ୍ୟାଙ୍କ ମଧ୍ୟରେ ଦୈନିକ ପାଟିତୁଣ୍ଡ ହୁଏ । ବେଳେ ବେଳେ ଝଗଡ଼ା ତୁଟାଇବାକୁ ଘରଠାରୁ ଅଳ୍ପ କେଇ କିଲୋମିଟର ଦୂରରେ ଥିବା ସ୍ବର୍ଣ୍ଣଲତାଙ୍କ ଝିଅ ବାଲିକୁଦା ଥାନା ଜେନାମଣି ଗାଁର ସବିତା ବିଶ୍ବାଳ ପହଞ୍ଚି ଆପୋଷ ସମାଧାନ କରି ଫେରି ଆସନ୍ତି ।
ବୁଧବାର ରାତିରେ ଝଗଡ଼ା ଖବର ପାଇବା ପରେ ପୁଅକୁ ଧରି ବାପଘରେ ପହଞ୍ଚିଥିଲେ ସବିତା । ସବିତା ଏବଂ ତାଙ୍କ ପୁଅକୁ ଦେଖି ଝଗଡ଼ା ଉଗ୍ରରୂପ ଧରିଥିଲା । ଅଭିଯୋଗ ଅନୁସାରେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଐଶ୍ବର୍ଯ୍ୟା, ତାଙ୍କ ବାପା, ମା, ମାମୁ, ଭଉଣୀ ପ୍ରମୁଖ ମିଳିତ ଭାବେ ସବିତା ଏବଂ ତାଙ୍କ ପୁଅକୁ ମାରଧର କରିଥିଲେ ।
ପୁଅକୁ ମିଳିତ ଭାବେ ପିଟିବା ବେଳେ ଅଟକାଇବାକୁ ଚେଷ୍ଟା କରିଥିଲେ ସବିତା । ଏତିକି ବେଳେ ପୁତୁରା ବୋହୂ ଐଶ୍ବର୍ଯ୍ୟା ପିଉସୀ ଶାଶୁ ସବିତାଙ୍କୁ ଠେଲି ତଳେ ପକାଇ ଦେବା ସହ ଉପରକୁ ଉଠାଇ ତଳେ କଚାଡ଼ି ଦେଇଥିଲେ । ତଳେ ଥିବା ଏକ ପଥରରେ ସବିତାଙ୍କ ଛାତି ମାଡ଼ ହୋଇଥିଲା ।
ଘଟଣା ସଂପର୍କରେ ସବିତାଙ୍କ ପୁଅ ବିଭୁପ୍ରସାଦ ଜଗତସିଂହପୁର ଥାନାରେ ଏତଲା କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଶାଶୁ ବୋହୂଙ୍କ କଳି ତୁଟାଇବାକୁ ଯାଇ ପିଉସୀ ବଳି ପଡ଼ିବା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
Baijayant Panda Reaches Assam: ଆସାମ ଗସ୍ତରେ ବୈଜୟନ୍ତ, ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

Operation Hawkeye Strike: ଅପରେସନ୍ 'ହକ୍ଆଇ': ଘନ ଘନ ଆକ୍ରମଣ; ଯୁଦ୍ଧ ନୁହେଁ, ହତ୍ୟାର ପ୍ରତିଶୋଧ କହିଲେ ରାଷ୍ଟ୍ରପତି

Vigilance Raid: ଫରେଷ୍ଟ ରେଞ୍ଜରଙ୍କ ଘରେ ରେଡ୍, ପୁଳାପୁଳା ନଗଦ ଟଙ୍କା ଓ ସୁନା ଗହଣ ଜବତ

Rajdhani Express Coaches Derail: ରାଜଧାନୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ, ଏକାଧିକ ବଗି ଲାଇନଚ୍ୟୁତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)