/odishatv-khabar/media/media_files/2025/12/19/man-burns-stranger-2025-12-19-19-36-35.jpg)
Man Burns Stranger Photograph: (OTV)
ଟଙ୍କା ପାଇଁ ଏ ମଣିଷ କ 'ଣ ନିଜକୁବି ମାରିପାରେ ? ବିଶ୍ୱାସ ନହେଲେବି ଘଟଣାଟି ସତ। ଏକ କୋଟି ଟଙ୍କାର ଲାଇଫ୍ ଇନ୍ସ୍ୟୁରାନ୍ସ ପାଇଁ ଅନ୍ୟକୁ ମାରି ନିଜେ ମୃତ ବୋଲି ସେ ପ୍ରମାଣବି ଦେଇପାରେ। ସେହି ଅପରାଧୀ ଜଣଙ୍କ ହେଲେ ୩୫ ବର୍ଷୀୟ ଗଣେଶ ଚୌଭନ। ଏକ ଘରୋଇ ଫାଇନାନ୍ସ କଂପାନୀର ସେ ଡିଷ୍ଟ୍ରିକ୍ ହେଡ୍। ହେଲେ ସେ ଯାହା କରିଛି, ତାହା କୋଉ ସଭ୍ୟ ମଣିଷ ଏଭଳି ଚିନ୍ତା କରିନପାରେ। ନିଶାସକ୍ତ ଜଣେ ବାଟୋଇକୁ କାର୍ରେ ବସାଇ ତାକୁ ଅତି ନିର୍ମମ ଭାବେ ଜାଳିଦେଇଛି ଗଣେଶ।
ଅଭିଯୁକ୍ତକୁ କେମିତି ଖୋଜି ପାଇଥିଲା ପୋଲିସ ?
୧୪ ଡିସେମ୍ୱର ୨୦୨୫, ରବିବାର ସକାଳ ସମୟ। ମହାରାଷ୍ଟ୍ରର ଲାଟୁର ଜିଲ୍ଲାର ଅଉସା ତାଲୁକା ଅଂଚଳର ଘଟଣା। ଏକ କାର୍ରେ ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଭାବେ ଜଳିଯାଇଥିବା ଖବର ଆସି ପହଞ୍ଚେ ପୋଲିସ୍ ପାଖରେ। ଜଳିଯାଇଥିବା କାର ମାଲିକର ପତ୍ତା ଖୋଜୁଖୋଜୁ ଜଣାପଡେଯେ, କାରଟିକୁ ସେ ତାଙ୍କର ଜଣେ ସଂପର୍କୀୟଙ୍କୁ ଭଡାରେ ଦେଇଛନ୍ତି। ଆଉ ସେହି ସପର୍କୀୟଙ୍କ ଠିକଣା- ବ୍ୟାଙ୍କ୍ ରିକଭରି ଏଜେଣ୍ଟ, ଗଣେଶ ଚୌଭନ। ହେଲେ ତଦନ୍ତ ବେଳେ ଗଣେଶ ଘରକୁ ଫେରିନାହାନ୍ତି ଏବଂ ତାଙ୍କ ଫୋନ୍ ବନ୍ଦ ଥିବା ପରିବାର ଲୋକେ ପୋଲିସକୁ କହିଥିଲେ। ଏହି ତଥ୍ୟ ଆଧାରରେ ଲାଟୁର ଏସପି ଭାବି ନେଇଥିଲେ ଯେ ମୃତକ ହେଉଛନ୍ତି ଗଣେଶ ଚୌଭନ। ହେଲେ ଯେତେବେଳେ ତଦନ୍ତର ପ୍ରକ୍ରିୟା ଆଗକୁ ବଢେ, ପୋଲିସ୍ ହାତରେ ଲାଗିଥିଲା ନୂଆନୂଆ ତଥ୍ୟ। ଗଣେଶ ନିଜେ ମୃତ ବୋଲି ଦର୍ଶାଯାଇଥିବା ତଥ୍ୟରେ ଏମିତି ଅନେକ ଜରୁରି ତଥ୍ୟ ନଥିଲା। ଯାହାକୁ ନେଇ ବଢିଥିଲା ମହାରାଷ୍ଟ୍ର ପୋଲିସର ସନ୍ଦେହ। ପୋଲିସ୍ ମୃତ ଗଣେଶଙ୍କ ଜୀବନ ସଂପର୍କରେ ଅଧିକ ତଥ୍ୟ ଯୋଗାଡ କରିବାକୁ ଲାଗେ। ଶେଷରେ ଗଣେଶ ଜଣେ ମହିଳାଙ୍କସହ ସଂପର୍କରେ ଥିବା ବୋଲି ପୋଲିସ ଜାଣିବାକୁ ପାଇଥିଲା। ଆଉ ସେହି ମହିଳାଙ୍କୁ ପଚରାଉଚରା ବେଳେ ଖୋଲିଥିଲା ଏକ ନକଲି ମୃତ୍ୟୁ ଘଟଣାର ଅସଲ କଥା।
ପୋଲିସ କହିଛିଯେ, ଘଟଣା ପରେ ଗଣେଶ ସେହି ମହିଳାଙ୍କ ସଂପର୍କରେ ରହିଥିଲା। ଅନ୍ୟ ଏକ ମୋବାଇଲ୍ ଫୋନରେ ସେ ମହିଳାଙ୍କୁ ମେସେଜ୍ ଓ ଚାଟିଂ ବି କରୁଥିଲା। ଆଉ ଶେଷରେ ପୋଲିସ ଯାହାକୁ ମୃତ ଭାବିନେଇଥିଲା ସେ ଏବେବି ଜୀବିତ, ଏକଥା ପୋଲିସ ଜାଣିବାକୁ ପାଇଥିଲା। ତେବେ କାର୍ ଭିତରେ ପୋଡି ମରିଥିବା ବ୍ୟକ୍ତିଜଣଙ୍କ କିଏ ? ଏନେଇ ତନାଘନା କରିଥିଲା ପୋଲିସ୍। ପୋଲିସ୍ ଗଣେଶ ବ୍ୟବହାର କରୁଥିବା ଅନ୍ୟ ଫୋନଟିକୁ ଟ୍ରାକ୍ କରିବାକୁ ଲାଗେ। ସେଇଠୁ ପୋଲିସ କୋଲ୍ହାପୁର ଏବଂ ସିନ୍ଧୁଦୁର୍ଗ ଜିଲ୍ଲାର ବିଜୟଦୁର୍ଗରୁ ଗିରଫ କରିଥିଲା ଅଭିଯୁକ୍ତ ଗଣେଷ ଚୌଭନକୁ।
ତେବେ ଅପରାଧୀ କାହିଁକି ଓ କେମିତି ରଚିଥିଲା ନିଜ ଫେକ୍ ମର୍ଡର ପ୍ଲାନ ?
ଗଣେଶକୁ ପଚରାଉଚରା ବେଳେ ପୋଲିସ୍ ଜାଣିବାକୁ ପାଇଥିଲାଯେ, ଅଭିଯୁକ୍ତ ନିଜ ନାଁରେ ଏକ କୋଟିର ଜୀବନବୀମା କରିଥିଲା ଏବଂ ସେ ଚାହୁଁଥିଲାଯେ ଘରପାଇଁ କରିଥିବା ଋଣକୁ ପରିଶୋଧ କରିବାକୁ। ଆଉ ତାକୁ ହାସଲ କରିବାକୁ ଯାଇ ସେ ରଚିଥିଲା ନିଜ ମର୍ଡର ପ୍ଲାନ୍ ସେ ପୁଣି ନକଲି ଢଙ୍ଗରେ।
୧୩ ଡିସେମ୍ୱର ୨୦୨୫। ଗଣେଶର ମାଇଣ୍ଡରେ ଚାଲିଥିଲା ଫେକ୍ ମର୍ଡର ପ୍ଲାନ୍। ତେବେ କେମିତି ଓ କୋଉଠି ସେ ନେଇ ସେ ବାରମ୍ବାର ଚିନ୍ତା କରୁଥିଲା। ଆଉ ସେଦିନ କାର୍ରେ ଯାଉଥିବା ବେଳେ ଅଉସାର ତୁଲ୍ଜାପୁର ଟି-ଜଙ୍କ୍ସନ ନିକଟରେ ୫୦ ବର୍ଷୀୟ ଗୋବିନ୍ଦ ଯାଦବ ନାମକ ଜଣ ବାଟୋଇଙ୍କୁ ସେ ଲିଫ୍ଟ ଦେଇଥିଲା। ପୋଲିସ୍ କହିଛିଯେ, ଯେହେତୁ ଗୋବିନ୍ଦ ନିଶାସକ୍ତ ଥିଲା ତେଣୁ ତାର ଫାଇଦା ନେବାକୁ ଚିନ୍ତା କରିଥିଲା ଗଣେଶ। ବାଟରେ ସେମାନେ ଖାଇଥିଲେ ଆଉ ତାପରେ କାର୍ ଯାଇଥିଲା ପତି-ବନବଦ ରୋଡ୍ ଆଡକୁ। ସେଠାରେ କାରଟିକୁ ପାର୍କିଂ କରିବା ପରେ ଗୋବିନ୍ଦ ଯାଦବ କିଛି ଖାଇଥିଲା। ଆଉ ଗାଡି ଭିତରେ ଆରାମରେ ଶୋଇପଡିଥିଲା। ହେଲେ ଗଣେଶ ଚୌଭନ, ଗୋବିନ୍ଦକୁ ଡ୍ରାଇଭର ସିଟକୁ ଆଣି ସିଟ୍ ବେଲଟ ଚାଇଟ୍ କରି ବାନ୍ଧି ଦେଇଥିଲା। ଡ୍ରାଇଭର ସିଟ୍ ପାଖରେ ଦିଆସିଲି କାଠି ଓ କିଛି ପ୍ଲାଷ୍ଟିକ୍ ବ୍ୟାଗ୍ ରଖି ସେ ନିଆଁ ଲଗାଇ ଦେଇଥିଲା । ଆଉ ପୋଲିସ୍ ଓ ନିଜ ପରିବାରକୁ ବାଟବଣା କରିବା ପାଇଁ ନିଜ ବ୍ରେସ୍ଲେଟ୍କୁ ଗୋବିନ୍ଦ ଯାଦବ ପାଖରେ ପକାଇ ଦେଇଥିଲା।
ମହାରାଷ୍ଟ୍ର ପୋଲିସ୍ ଆହୁରି କହିଛି ଯେ ଅଭିଯୁକ୍ତ ଗଣେଶ ଆର୍ଥିକ ଅଭାବ ଅନଟନ ଭିତରେ ଗତି କରୁଥିଲା। ମୁମ୍ୱାଇ ଓ ଲାଟୁରରେ ଫ୍ଲାଟ୍ କିଣିବା ପାଇଁ ସେ ପାଖାପାଖି ୯୭ ଲକ୍ଷ ଟଙ୍କା ଋଣ କରିଥିଲା। ତା ସହିତ ନିଜ ପତ୍ନୀ ଓ ପ୍ରେମିକାର ଖର୍ଚ୍ଚବି ତୁଲାଇବାକୁ ପଡୁଥିଲା। ସେଥିପାଇଁ ସେ ରଚିଥିଲା ଏହି ଫେକ୍ ମର୍ଡର ପ୍ଲାନ। ଏକ କୋଟି ଟଙ୍କା ପାଇଥିଲେ ସେ ତାର ସହୁ ଋଣ ଶୁଝି ଦେଇଥାନ୍ତା। ଆଉ ତାର ପରିଣାମ ଥିଲା ଏହି କୋଲ୍ଡ ବ୍ଲଡେଡ୍ ମର୍ଡର। ତେବେ ଅଭିଯୁକ୍ତ ଗଣେଶ ଚୌଭନ ନାଁରେ ହତ୍ୟା ମାମଲା ଋଜ୍ଜୁ ହୋଇଥିବା ବେଳେ ଏହି ଘଟଣାରେ ଆଉ କାହାର ସଂପୃକ୍ତି ରହିଛି, ସେ ନେଇ ତଦନ୍ତ କରୁଛି ମହାରାଷ୍ଟ୍ର ପୋଲିସ୍।
Reality Check at KISS: ଖୋଲିଗଲା କିସର ଗୁମର, ଅସ୍ବାସ୍ଥ୍ୟକର ପରିବେଶରେ ରହୁଛନ୍ତି ଛାତ୍ରଛାତ୍ରୀ

Troubling Past of KISS: କିସର ରେକର୍ଡ ଖରାପ ! ଆଗରୁ ଯାଇଛି ଅନେକ ଜୀବନ

Mystery Death: ପୁରୁଷ ବନ୍ଧୁଙ୍କ ଘରେ ଅଧ୍ୟାପିକାଙ୍କ ଲାସ୍, କାଳ ହେଲା କି ଲିଭ୍-ଇନ୍ ରିଲେସନ୍ ?

KISS Student Murder: OHRCରେ କିସ୍ ଛାତ୍ର ହତ୍ୟା ମାମଲା, ସ୍ବାଧୀନ ଭାବେ ଘଟଣାର ତଦନ୍ତ ପାଇଁ ଆବେଦନ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)