• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Business Updates

passport
ଏଥର କମ୍ପାନି ନିର୍ଦ୍ଦେଶକଙ୍କ ପାସ୍‌ପୋର୍ଟ ତଥ୍ୟ ସଂଗ୍ରହ କରିବେ ସରକାର

ନୂଆଦିଲ୍ଲୀ: ପିଏନ୍‌ବି ଜାଲିଆତି ପରେ ସରକାରଙ୍କ ଚେତା ପଶିଛି। ଏଭଳି ଠକେଇ ଯେମିତି ଆଉ ନହୁଏ ଏହାକୁ ରୋକିବା ପାଇଁ ଏବେ ତତ୍ପର ହୋଇଉଠିଛନ୍ତି। ଏଥିପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ବିଚାରବିମର୍ଶ କରୁଛନ୍ତି। ବିଭିନ୍ନ କମ୍ପାନି ନିର୍ଦ୍ଦେଶକଙ୍କ ପାସ୍‌ପୋର୍ଟ ତଥ୍ୟ ସଂଗ୍ରହ କରିବା ଉପରେ ବିଚାର କରୁଛନ୍ତି ସରକାର। ସମସ୍ତଙ୍କର ଏକ ସ୍ୱତନ୍ତ୍ର ପରିଚୟ ନମ୍ବର ରହିଛି। ନିର୍ଦ୍ଦେଶକ ପରିଚୟ ନମ୍ବର (ଡିଆଇଏନ୍‌) ଥିବା ସବୁ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ତଥ୍ୟ ହାସଲ କରାଯିବ। […]

  • Friday, 16 July 2021
bank
ଆପଣଙ୍କ ଜରୁରୀ କାମ ସାରି ଦିଅନ୍ତୁ  : ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ନୂଆଦିଲ୍ଲୀ : ଆପଣଙ୍କ ପାଇଁ ଏହା ନିଶ୍ଚୟ ଏକ ଜରୁରୀ ଖବର। କାରଣ ସମୟ ଆଗରୁ ଯଦି ଏହା ନକରନ୍ତି ତ ଅସୁବିଧାରେ ପଡିପାରନ୍ତି। ଚଳିତ ମାସରେ ଯଦି ଆପଣଙ୍କର କିଛି ବ୍ୟାଙ୍କ ସମ୍ବନ୍ଧୀୟ ଜରୁରୀ କାମ ରହିଛି, ତାହେଲେ ଶୀଘ୍ର ଶେଷ କରି ଦିଅନ୍ତୁ। କାରଣ ମାର୍ଚ୍ଚ ଶେଷ ସପ୍ତାହରେ ୪ଦିନ ଅର୍ଥାତ୍ ୨୯ମାର୍ଚ୍ଚରୁ ଏପ୍ରିଲ ୧ ପର୍ଯ୍ୟନ୍ତ ବ୍ୟାଙ୍କ ସହିତ ସରକାରୀ କାର୍ଯ୍ୟାଳୟ ବି ବନ୍ଦ ରହିବ। ମାର୍ଚ୍ଚ ୨୯ ତାରିଖରେ ଭଗବାନ ମହାବୀର […]

  • Friday, 16 July 2021
excell
‘ସର୍ଫ ଏକ୍ସେଲ’ ପାଇଁ ‘ମାଇକ୍ରୋସଫ୍ଟ ଏକ୍ସେଲ’ ହଟହଟା

ନୂଆଦିଲ୍ଲୀ : ସଫ୍ଟୱେର ସମ୍ରାଟ ମାଇକ୍ରୋସଫ୍ଟର ଏକ୍ସେଲ ଆପ୍‌ ଏବେ ଗୁଗଲ ପ୍ଲେ ଷ୍ଟୋରରେ ହଟହଟା ହୋଇଛି। ଏପରି ସ୍ଥିତି ନିଜ ଭୁଲ ପାଇଁ ନୁହେଁ, ବରଂ ‘ସର୍ଫ ଏକ୍ସେଲ’ର ଭୁଲ ପାଇଁ ଉପୁଜିଛି। ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍‌ର ଡିଟରଜେଣ୍ଟ ବ୍ରାଣ୍ଡ ‘ସର୍ଫ ଏକ୍ସେଲ’ର ହୋଲି ବିଜ୍ଞାପନ ପ୍ରତି ଲୋକଙ୍କ ଆକ୍ରୋଶ ଏବେ ‘ମାଇକ୍ରୋସଫ୍ଟ ଏକ୍ସେଲ’ ଆଡ଼କୁ ମୁହାଁଇଛି। ଏହି ବିଜ୍ଞାପନ ହିନ୍ଦୁଙ୍କ ଧାର୍ମିକ ମନୋଭାବକୁ ଆଘାତ ପହଞ୍ଚାଉଥିବା ଦର୍ଶାଇ ଲୋକେ #BoycottSurfExcel ଏବଂ #BoycottHindustanUniliver ଆଦି […]

  • Friday, 16 July 2021
oyo1
୧୪୦୦ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ‘ଓୟୋ’

ନୂଆଦିଲ୍ଲୀ : ଦେଶର ଲୋକପ୍ରିୟ ଅନ୍‌ଲାଇନ୍‌ ହୋଟେଲ୍‌ ଚେନ୍‌ ‘ଓୟୋ’ ୨୦୧୯ ସୁଦ୍ଧା ଭାରତ ସମେତ ଦକ୍ଷିଣ ଏସିଆର କେତୋଟି ଦେଶରେ ପ୍ରାୟ ୧୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ କରିବ। ବିଶେଷ କରି ବୈଷୟିକ ଭିତ୍ତିଭୂମି ସମୃଦ୍ଧି ଓ କମ୍ପାନୀର ପରିଚାଳନାଗତ ଖର୍ଚ୍ଚ ଉଠାଇବା ପାଇଁ ଲିଡରଶିପ୍‌ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ହେବ। କମ୍ପାନୀର ସିଇଓ ଆଦିତ୍ୟ ଘୋଷ ଏହା କହିଛନ୍ତି। ଦକ୍ଷିଣ ଏସିଆ ସମେତ ଭାରତରେ ଏହାର ଅବସ୍ଥିତିକୁ ଆହୁରି ସୁଦୃଢ଼ କରିବା ପାଇଁ କମ୍ପାନୀ […]

  • Friday, 16 July 2021
Gold Ornaments
ରେକର୍ଡ ସ୍ତରରୁ ୭,୯୦୦ ଟଙ୍କା ଶସ୍ତା ହେଲା ସୁନା

ଗୁରୁବାର ସୁନା ପ୍ରତି ୧୦ ଗ୍ରାମକୁ ୪୮,୫୦୦ ଟଙ୍କା ଉପରେ ମଧ୍ୟ ଥିଲା। ହେଲେ ଆଜି ସୁନା ଦରରେ ସାମାନ୍ୟ ହ୍ରାସ ପାଇଛି।

real estate
ଛିଣ୍ଡୁନି ରିୟଲ ଇଷ୍ଟେଟ୍ ଟିକସ ମାମଲା

ନୂଆଦିଲ୍ଲୀ: ରିୟଲ୍ ଇଷ୍ଟେଟ୍ କ୍ଷେତ୍ରକୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)ର କେଉଁ ଥାକରେ ରଖାଯିବ ତାହା ଏ ଯାଏ ସ୍ଥିର ହୋଇ ପାରିନାହିଁ। ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦ ବୈଠକ ବସିଥିବା ବେଳେ ଏ ସମ୍ପର୍କିତ ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏଥିରେ କୌଣସି ନିଷ୍ପତ୍ତି ନିଆଯାଇ ପାରିଲାନାହିଁ। ବୈଠକ ପରେ ଜେଟ୍‌ଲୀ କହିଛନ୍ତି, ରିୟଲ ଇଷ୍ଟେଟ୍‌ ଏବଂ ଲଟେରି ଉପରେ କେତେ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ […]

  • Friday, 16 July 2021
petrol
ବଢ଼ିଲା ତୈଳ ଦର

ନୂଆ ଦିଲ୍ଲୀ : ବଢ଼ିଲା ତୈଳ ଦର। ଆଜି ଲଗାତର ତୃତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ହୋଇଛି। ବର୍ଦ୍ଧିତ ଦାମ୍ ଅନୁସାରେ ଦିଲ୍ଲୀରେ ଗତ ୩ ଦିନ ଭିତରେ ପେଟ୍ରୋଲ ଲିଟର ପିଛା ୭୬ ପଇସା ବଢିଥିବା ବେଳେ ଡିଜେଲ ୮୬ ପଇସା ବଢିଛି। ତୈଳ କମ୍ପାନୀଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢିଥିବାରୁ ଏହାର ପ୍ରଭାବ ପଡିଛି। ସେପଟେ ବର୍ଦ୍ଧିତ ତୈଳ ଦରକୁ ନେଇ ଖାଉଟିଙ୍କ […]

  • Friday, 16 July 2021
indrani
ବଢ଼ିଲା ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍‌ସ ପାଇଁ ଅଡୁଆ

ଭୁବନେଶ୍ୱର : ବଢ଼ିଲା ଇନ୍ଦ୍ରାଣୀ ପଟ୍ଟନାୟକ ମାଇନ୍‌ସ ପାଇଁ ଅଡୁଆ। ଆଜି କମ୍ପାନିର ବିଭିନ୍ନ ଖଣି ଓ ଠିକଣାରେ ଚଢ଼ଉ କରିଛି ଆୟକର ବିଭାଗ। ଟିକସ ଯାଞ୍ଚ ନେଇ ସଂସ୍ଥାର ୧୫ରୁ ୧୬ ସ୍ଥାନରେ ରେଡ୍ କରିଛି ଆୟକର ବିଭାଗ। ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ରାଉରକେଲା ଘର, କାର୍ଯ୍ୟାଳୟ ଓ ବିଭିନ୍ନ ଖଣି କାର୍ଯ୍ୟାଳୟରେ ଚଢ଼ଉ ହୋଇଛି। ଭୁବନେଶ୍ୱର ସହିଦନଗରରେ ଥିବା କମ୍ପାନିର ଅଫିସରେ ମଧ୍ୟ ରେଡ୍ ହୋଇଛି। ଏଥିସହ ଯୋଡାସ୍ଥିତ ତାଙ୍କ ଅଫିସରେ ମଧ୍ୟ ଆୟକର ବିଭାଗ […]

  • Friday, 16 July 2021
finance
ପଞ୍ଚଦଶ ଅର୍ଥ କମିଶନଙ୍କୁ ସାକ୍ଷାତ କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ଭୁବନେଶ୍ୱରରେ ପଞ୍ଚଦଶ ଅର୍ଥ କମିଶନଙ୍କ ବୈଠକ। ଆଜି ଅର୍ଥ କମିଶନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବିପତ୍ର ଦିଆଯିବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ୨୦୨୦ରୁ ୨୦୨୫ମସିହା, ଏହି ୫ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ପାଇଁ କେଉଁ ଯୋଜନା କରାଯିବ ଓ କେତେ ଅର୍ଥ ବ୍ୟୟ କରାଯିବ, ସେ ନେଇ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ଅର୍ଥ କମିଶନ ଆଲୋଚନା କରୁଛନ୍ତି। ଗତକାଲି କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂଙ୍କ ନେତୃତ୍ୱରେ ୧୭ […]

  • Friday, 16 July 2021
conclave-up 12
ଭୁବନେଶ୍ୱରରେ କ୍ୟାପିଟାଲ ଗୁଡ୍ସ ଇନ୍ ଷ୍ଟିଲ୍ ସେକ୍ଟର କନ୍‌କ୍ଲେଭ୍‌

ଭୁବନେଶ୍ୱର : ଦେଶରେ ଇସ୍ପାତ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ବର୍ତ୍ତମାନର ଉତ୍ପାଦନ ପରିମାଣକୁ ଅାହୁରି ବଢ଼ାଇବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ଦେଶରେ ବର୍ତ୍ତମାନ ବାର୍ଷିକ ୧୩୪ ମିଲିଅନ ଟନ୍ ଇସ୍ପାତ ଉତ୍ପାଦନ ହେଉଅଛି। ଅାଉ ୧୭୦ ମିଲିଅନ ଟନ୍ ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ୧୦ ଲକ୍ଷ କୋଟି ଟଙ୍କାର ନିବେଶ ଅାବଶ୍ୟକ ରହିଛି। ଏହା ଭିତରୁ ଦେଢ଼ ଲକ୍ଷ କୋଟି ଟଙ୍କା କେବଳ ମେସିନାରୀ ବା ଯନ୍ତ୍ରାଂଶ […]

  • Friday, 16 July 2021
stock
ଖସିଲା ସେନ୍‌ସେକ୍ସ ; ସର୍ବନିମ୍ନ ସ୍ତରରେ ଟଙ୍କାର ମୂଲ୍ୟ

ନୂଆଦିଲ୍ଲୀ : ଅାଜି ମଧ୍ୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଅାଜି ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୩ ଟଙ୍କା ୭୭ ପଇସା ରହିଛି। ସେହିପରି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।  ଏହା ବ୍ୟାରେଲ୍ ପିଛା ୮୬ ଦଶମିକ ଏକ ଏକ ଡଲାରରେ ପହଞ୍ଚିଛି, ଯାହାକି ୪ ବର୍ଷରେ ସର୍ବାଧିକ। ଏସବୁର ପ୍ରଭାବ ପଡ଼ଛି ଭାରତୀୟ ଷ୍ଟକ୍ ମାର୍କେଟରେ । ଅାଜି ବମ୍ବେ ଷ୍ଟକ୍ ଏକ୍ସଚେଂଜର […]

  • Friday, 16 July 2021
Jio-broadband
୨୫ ପ୍ରମୁଖ ସହରରେ ଜିଓଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ

ଭୁବନେଶ୍ୱର: ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ ଏବେ ରାଜ୍ୟର ୨୫ଟି ପ୍ରମୁଖ ନଗର ଓ ସହରରେ ସେବା ପ୍ରଦାନ ଆରମ୍ଭ କରିଛିି। ନିକଟରେ ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁର ସହରରେ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ ହେବା ସହିତ ଜିଓଫାଇବର ଏବେ ଭୁବନେଶ୍ୱର, କଟକ, ପୁରୀ, ଜଟଣି, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡା, ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ବଲାଙ୍ଗୀର, କେନ୍ଦୁଝର, ଭବାନିପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, […]

  • Thursday, 15 July 2021
jio
ରାଇଟ୍‌ସ ଇସ୍ୟୁରୁ ୫୩,୧୨୪.୨୦ କୋଟି ଟଙ୍କା ହାସଲ କଲା ରିଲାଏନ୍ସ

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ମାତ୍ର ୫୮ ଦିନ ମଧ୍ୟରେ ବିଶ୍ୱସ୍ତରୀୟ ନିବେଶକଙ୍କ ଦ୍ୱାରା ପୁଞ୍ଜିନିବେଶ ଓ ରାଇଟ୍‌ସ୍ ଇସ୍ୟୁ ଜରିଆରେ ୧,୬୮,୮୧୮ କୋଟି ଟଙ୍କାରୁ ଅଧିକ ପୁଞ୍ଜି ହାସଲ କରିଛି। ବିଶ୍ୱସ୍ତରୀୟ ନିବେଶକଙ୍କ ଠାରୁ ଏହା ୧,୧୫,୬୯୩.୯୫ କୋଟି ଟଙ୍କା ଓ ରାଇଟସ୍ ଇସ୍ୟୁ ଜରିଆରେ ୫୩,୧୨୪.୨୦ କୋଟି ଟଙ୍କା ପୁଞ୍ଜି ହାସଲ କରିଛି। ସମଗ୍ର ବିଶ୍ୱରେ ଏତେ କମ୍ ସମୟରେ ଭିତରେ ସାମଗ୍ରିକ ଭାବେ ଏତେ ଅଧିକ ପୁଞ୍ଜି ହାସଲ ଆଗରୁ କେବେ […]

mittal
୨ ହଜାର କୋଟି ଟଙ୍କା ନିବେଶ କରିବ ମିତ୍ତଲ

ଭୁବନେଶ୍ୱର: ନବୀନ-ମିତ୍ତଲ ପୁଞ୍ଜିନିବେଶ ଆଲୋଚନା। ଓଡ଼ିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟିର ପୁଞ୍ଜିନିବେଶ କରିବ ମିତ୍ତଲ ଗ୍ରୁପ୍। ଓଡ଼ିଶାରେ ପୁଞ୍ଜିନିବେଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଲକ୍ଷ୍ମୀ ମିତ୍ତଲଙ୍କ ଆଲୋଚନା ହୋଇଛି। ଓଡ଼ିଶାରେ ଉତ୍ପାଦିତ ହେଉଥିବା ଖଣିଜ ଦ୍ରବ୍ୟକୁ ଓଡ଼ିଶାରେ ମୂଲ୍ୟଯୁକ୍ତ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟିର ପୁଞ୍ଜିନିବେଶ କରାଯିବା ନେଇ […]

gold ornaments
ମହଙ୍ଗା ହେଲା ସୁନା

ଗତ ସପ୍ତାହରେ ଲଗାତାର ଭାବେ ସୁନା-ରୂପା ଦରରେ ବୃଦ୍ଧି ଘଟିଥିବା ବେଳେ ଚଳିତ ସପ୍ତାହର ପ୍ରଥମ ଦିନରେ Multi Commodity Exchange(MCX)ରେ ସୁନା ଦର ହ୍ରାସ ପାଇଥିଲା।

vivo
୫ ହଜାର ଟଙ୍କା ଯାଏ ଶସ୍ତା ହେଲା ଏହି ୨ଟି ଦମ୍‌ଦାର୍‌ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଭିଭୋ (Vivo) ଏହାର ୨ଟି ସ୍ମାର୍ଟଫୋନ୍‌ Vivo VX50 ଓ Vivo V19ର ଦାମ୍‌ କରିଛି। ଏବେ ଭାରତରେ ଏହି ଫୋନ୍‌କୁ ଆପଣ ଶସ୍ତାରେ କିଣିପାରିବେ। ଭାରତରେ Vivo X50ର ଦାମ୍‌ ୫ ହଜାର ଟଙ୍କା କମିଛି। MySmartPriceର ସୂଚନା ଅନୁସାରେ, Vivo V19ର ଦାମ୍‌ ଭାରତରେ ୩ ହଜାର ଟଙ୍କା କମିଛି। Vivo VX50… ଲଞ୍ଚ୍‌ ସମୟରେ ଭାରତରେ Vivo X50ର ଦାମ୍‌ ୩୪,୯୯୦ ଟଙ୍କା ଥିଲା ଓ ଗ୍ରାହକଙ୍କ ପାଇଁ 8GB + […]

  • Tuesday, 13 July 2021
Mushroom farmer
ଛତୁ ଯୋଗାଉଛି ରୋଜଗାର : ମାସକୁ ୪୦ ହଜାରରୁ ଅଧିକ ରୋଜଗାର କରୁଛନ୍ତି ଭାସ୍କର

ଲୋକେ ଆଜିକାଲି ଚାକିରି ପଛରେ ଧାଇଁ ଧାଇଁ ବାହାରକୁ ଚାଲିଯାଉଛନ୍ତି । କିନ୍ତୁ ନିଜର ପରିଶ୍ରମ ଓ ନିଷ୍ଠା ଯୋଗୁଁ ଛତୁ ମଞ୍ଜି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି ଭାସ୍କର ପାତ୍ର ।

Capture
ରେକର୍ଡ ଭାଙ୍ଗିଲା ସୁନା ଦର

ନୂଆଦିଲ୍ଲୀ: ଲଗାତାର ଭାବେ ସୁନା ଦର ବଢ଼ିବାରେ ଲାଗିଛି। ଆଜି ଭାରତୀୟ ବଜାରରେ ସୁନା ଦର ସବୁଠୁ ରେକର୍ଡ ଭାଙ୍ଗି ୩୮ ହଜାରରେ ପହଞ୍ଚିଛି। ସପ୍ତାହେ ଧରି ସୁନା ଦର ବଢ଼ିବାରେ ଲାଗିଛି। ମୁମ୍ବାଇ ବଜାରରେ ସୁନା ଦର ଆଜି ୧୦ ଗ୍ରାମ ପ୍ରତି ୩୮ ହଜାରରୁ ଅଧିକ ଥିବାବେଳେ ପାଖାପାଖି ଏହି ଦର ଅନ୍ୟ ରାଜ୍ୟରେ ରହିଛି। ଗତକାଲିଠୁ ଆଜି ମଧ୍ୟରେ ପ୍ରାୟ ହଜାରେ ଟଙ୍କା ସୁନାର ଦର ବଢ଼ିଛି। ଆମେରିକା ଏବଂ ଚୀନ୍‌ ମଧ୍ୟରେ […]

  • Monday, 12 July 2021
oppo
ଜାଣନ୍ତୁ କେବେଠୁ ଭାରତୀୟ ବଜାରରେ ମିଳିବ Oppo K3 ଫୋନ୍‌

ନୂଆଦିଲ୍ଲୀ: Oppo ଏହାର ନୂଆ ସ୍ମାର୍ଟ ଫୋନ୍‌ Oppo K3 ଭାରତରେ ଲଞ୍ଚ୍‌ କରି ସାରିଛି।  ଜୁଲାଇ ୨୩ରୁ ଭାରତୀୟ ବଜାରରେ ଏହି ଫୋନ୍‌ର ବିକ୍ରି ଆରମ୍ଭ ହେବ। ଫାଷ୍ଟ୍‌ ଚାର୍ଜିଂ ପାଇଁ ଏହି ସ୍ମାର୍ଟ ଫୋନ୍‌ରେ VOOC 3.0 ସପୋର୍ଟ ରହିଛି। ଭାରତରେ Oppo ର ଏହି ନୂଆ ସ୍ମାର୍ଟ ଫୋନ୍‌ର ଦାମ୍‌ ୧୬ ହଜାର ୯୯୦ଟଙ୍କା ରହିଛି। ଏହି ଦାମ୍‌ରେ ଆପଣ ୬ GB RAM, ୬୪ GB ଷ୍ଟୋରେଜ୍‌ ଭାରିଆଣ୍ଟ୍‌ ସହ ଆହୁରି ଅନେକ ସୁବିଧା ପାଇ […]

  • Monday, 12 July 2021
Gold
କମିଲା ସୁନା ଦର

ଗତ ସପ୍ତାହରେ ଲଗାତାର ଭାବେ ସୁନା-ରୂପା ଦରରେ ବୃଦ୍ଧି ଘଟିଥିବା ବେଳେ ଆଜି ଦର ହ୍ରାସ ପାଇଛି। ସପ୍ତାହର ପ୍ରଥମ ଦିନରେ Multi Commodity Exchange(MCX)ରେ ଆଜି ସୁନା ଦର ହ୍ରାସ ପାଇଛି।

vodaphone
୧୯ ଟଙ୍କା ପ୍ଲାନ୍‌ରେ ମିଳୁଛି ଡାଟା, ଅନ୍ ଲିମିଟେଡ କଲିଂ

ନୂଆଦିଲ୍ଲୀ:ଭୋଡାଫୋନ ଆଇଡିଆ ତାର ଗ୍ରାହକଙ୍କ ପାଇଁ ଆଣୁଛି ଅଲଗା ଦାମ୍‌ ଓ ଅଲଗା ଭାଲିଡିଟିର ଶସ୍ତା ପ୍ରି-ପେଡ୍‌ ଅଫର। ଉପଭୋକ୍ତା ନିଜର ବଜେଟ ଅନୁସାରେ  ନିଜ ପସନ୍ଦର ପ୍ଲାନ୍‌ ବାଛି ପାରିବେ। ଏତେ ପ୍ରକାରର ଅଫର ରହିଛି ଯେ ଉପଭୋକ୍ତା ଦ୍ୱନ୍ଦ୍ୱରେ ପଡ଼ିଯିବେ କେଉଁଟା ନେବେ। ତେବେ ଆମେ ଏଠାରେ ଆପଣଙ୍କୁ ଭୋଡାଫୋନ ଆଇଡିଆର ସବୁଠାରୁ ଶସ୍ତା ୫ଟି ପ୍ରିପେଡ  ଅଫର ବିଷୟରେ କହିବୁ। ଶୁଣି ଆଶ୍ଚର୍ଯ୍ୟ ହେବେ ଏହାର ଦାମ୍‌ ୧୯ଟଙ୍କାରୁ ଆରମ୍ଭ ହୋଇ ୨୬୯ […]

  • Monday, 12 July 2021
iphone
IPhoneର ଦାମ୍‌ ୯୧ ଲକ୍ଷ ଟଙ୍କା !

ନୂଆଦିଲ୍ଲୀ: IPhone ମହଙ୍ଗା , ଏକଥା ସମସ୍ତେ ଜାଣନ୍ତି । ହେଲେIPhone ର ଦାମ ୯୧ ଲକ୍ଷ ଟଙ୍କା ! ଏମିତି ଏକ IPhone  ମାର୍କେଟକୁ ଆସିଛି ଯାହାର ଦାମ୍‌ ୯୧ ଲକ୍ଷ ଟଙ୍କା। କମ୍ପାନୀ ଏହି ଫୋନରେ ଅନେକ ସ୍ପେଶାଲ ଫିଚର ସବୁ ରଖିଛି ଯାହାକି ଅନ୍ୟ ମୋବାଇଲଠାରୁ ଏହାକୁ ସ୍ୱତନ୍ତ୍ର କରିଛି। ତା’ଛଡା IPhoneର ଲକ୍‌ଜୁରୀ ମେକ୍‌ଅପର ଟ୍ରେଣ୍ଡ ଦିନକୁ ଦିନ ବଢୁଛି। ଏ ଦିଗରେ ଋଷିଆ ଡିଜାଇନର କମ୍ପାନୀ କେଭିଅର ସବୁଠାରୁ ଆଗରେ।  […]

  • Sunday, 11 July 2021
scooter
ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରାରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ସ୍କୁଟର

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଶୋଭାଯାତ୍ରାରେ ସାମିଲ ହୋଇଛି ମେଡ ଇନ୍‌ ଇଣ୍ଡିଆ ଗାଡ଼ି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଚେୟାରପର୍ସନ ଆନନ୍ଦ ମହିନ୍ଦ୍ରାଙ୍କ ସୂଚନା ଅନୁଯାୟୀ, ଭାରତ ନିର୍ମିତ Peugeot Motorcycles (PMTC) ସ୍କୁଟର ଫ୍ରାନ୍ସ  ରାଷ୍ଟ୍ରପତିଙ୍କ ଶୋଭାଯାତ୍ରାରେ ମଧ୍ୟରେ ସାମିଲ ହୋଇଥିବା ପ୍ରଥମ ଇ-ସ୍କୁଟର ଅଟେ। ଏହି ଇଲେକ୍ଟ୍ରିକ ସ୍କୁଟରକୁ ଭାରତ ଫ୍ରାନ୍ସ ରପ୍ତାନୀ କରାଯାଇଥିଲା। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ସବ୍‌ସିଡାରୀ ଜାନୁଆରୀ ୨୦୧୫ରେ ଏହି ଗାଡ଼ିର ୫୧ ପ୍ରତିଶତ ଷ୍ଟକ୍‌ କିଣିଥିଲା। ଏବେ କମ୍ପାନୀ […]

  • Sunday, 11 July 2021
 Poultry Farmer
ଜଗଦୀଶଙ୍କୁ ଭିନ୍ନ ପରିଚୟ ଦେଇଛି ଫାଇଟର କୁକୁଡ଼ା ଚାଷ : ଗୋଟିଏ କୁକୁଡ଼ାର ମୂଲ୍ୟ ୬ରୁ ୧୦ ହଜାର

ପେଶାରେ ଜଣେ ବେସରକାରୀ ସଂସ୍ଥାର କର୍ମଚାରୀ, ହେଲେ ନିଶା ଚାଷ ପ୍ରଣାଳୀରେ କିଛି ନୂଆ କରି ଦେଖାଇବା। ଇଣ୍ଟରନେଟରେ ଚାଷ ପାଇଁ ନୂଆ କୌଶଳ ଖୋଜୁ ଖୋଜୁ ଦେଖିଥିଲେ ତାମିଲନାଡୁର ଦାମୀ ଫାଇଟର କୁକୁଡ଼ା । ଫାଇଟର କୁକୁଡ଼ା ସମ୍ପର୍କରେ ଜାଣିବା ପରେ ବିଳମ୍ବ ନକରି ଆରମ୍ଭ କଲେ କୁକୁଡ଼ା ଚାଷ, ଯାହା ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି । କୁକୁଡ଼ା ଚାଷ ସହ ଛେଳି ଚାଷ କରି ସେ ଆଜି ଶିକ୍ଷିତ ବେକାରୀଙ୍କ ପାଇଁ ସାଜିଛନ୍ତି ଉଦାହରଣ।

3232323
ଜିଓର ସବୁଠାରୁ ଶସ୍ତା ପ୍ଲାନ, ରହିଛି ଏହିସବୁ ସୁବିଧା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ଆଜି ଅଲ‌୍‍-ଇନ‌୍‍-ୱାନ ପ୍ଲାନ ଘୋଷଣା କରିଛି। ଯଦିଓ ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ‌୍‍ ଉପଭୋକ୍ତାଙ୍କ ପାଇଁ  ଅଲ‌୍‍-ଇନ‌୍‍-ୱାନ ପ୍ଲାନ ଘୋଷଣା କରାଯାଇଥିଲା, ତେବେ ଏହି ପ୍ଲାନରେ ରିଲାଏନ୍ସ ଜିଓ ଡାଟା ସହିତ ଜିଓରୁ ଜିଓ ଏବଂ ଅନ୍ୟ ନେଟର୍ୱକୁ କଲିଂ ବ୍ୟବସ୍ଥା ମଧ୍ୟ ସାମିଲ କରାଯାଇଛି। ଜିଓ ଫୋନ‌୍‍ର ଏହି ନୂତନ ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ସରଳ ହେବା ସହିତ ଏହାକୁ ବୁଝିବା ପାଇଁ ମଧ୍ୟ ସହଜ […]

  • Saturday, 10 July 2021