Advertisment

Termination Notice: କଂପାନୀ ସିଇଓ ସମେତ ୩୦୦ ଜଣଙ୍କ ଗଲା ଚାକିରି ! ସୋସିଆଲ ମିଡିଆରେ ଚହଳ

ସୋସିଆଲ୍ ମିଡିଆରେ ଜଣେ ୟୁଜର୍ସ ଅଫିସର ଏକ ଅଜବ ଘଟଣା ଶେୟାର୍ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଛି। ରେଡିଟ୍‌ରେ ଶେୟାର୍ ହୋଇଥିବା ଏହି ପୋଷ୍ଟ୍‌ ଅନୁଯାୟୀ, କମ୍ପାନୀର ଏଚ୍‌ଆର୍‌ ଟିମ୍‌ ଏକ ନୂତନ ଅଫ୍‌ବୋର୍ଡିଂ ଅଟୋମେସନ୍‌ ଟୁଲ୍‌ ଟେଷ୍ଟ୍‌ କରୁଥିଲେ

author-image
Manas Ranjan Mohanty
JOB

JOB Photograph: (OTV)

ସୋସିଆଲ୍ ମିଡିଆରେ ଜଣେ ୟୁଜର୍ସ ଅଫିସର ଏକ ଅଜବ ଘଟଣା ଶେୟାର୍ କରିଛନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇ ଦେଇଛି। ରେଡିଟ୍‌ରେ ଶେୟାର୍ ହୋଇଥିବା ଏହି ପୋଷ୍ଟ୍‌ ଅନୁଯାୟୀ, କମ୍ପାନୀର ଏଚ୍‌ଆର୍‌ ଟିମ୍‌ ଏକ ନୂତନ ଅଫ୍‌ବୋର୍ଡିଂ ଅଟୋମେସନ୍‌ ଟୁଲ୍‌ ଟେଷ୍ଟ୍‌ କରୁଥିଲେ, ଅର୍ଥାତ୍‌ ଏମିତି ଏକ ସଫ୍ଟ୍‌ଓ୍ୱାୟାର୍‌ ଯାହା କର୍ମଚାରୀମାନଙ୍କୁ ‘ଏକ୍ସିଟ୍‌ ଇମେଲ୍‌’ ପଠାଇବାର କାମ୍‌ କରେ। କିନ୍ତୁ କେହି ଜଣେ ଭୁଲ୍‌ରେ ସିଷ୍ଟମ୍‌କୁ ଟେଷ୍ଟ୍‌ ମୋଡ୍‌ରୁ ଲାଇଭ୍‌ ମୋଡ୍‌ରେ ସ୍ୱିଚ୍‌ କରିନଥିଲେ ଏବଂ ଦେଖୁ ଦେଖୁ କମ୍ପାନୀର ସିଇଓଙ୍କ ସମେତ ସମସ୍ତ ୩୦୦ କର୍ମଚାରୀ ଙ୍କୁ “ଟର୍ମିନେସନ୍‌ ନୋଟିସ୍‌” ଚାଲିଗଲା । 

Advertisment

ଏକାଥରକେ ଗଲା ୩୦୦ ଚାକିରି !

ପୋଷ୍ଟ୍‌ ଅନୁଯାୟୀ, ଇମେଲ୍‌ର ଆରମ୍ଭ ଏଭଳି ହୋଇଥିଲା ଆପଣଙ୍କର ଅଫିସର ଶେଷ କାର୍ଯ୍ୟ ଦିନ୍‌ ତତ୍କାଳ ଲାଗୁ ହେବ।” ଏହି ମେଲ୍‌ ଇନ୍‌ ବକ୍ସରେ ପହଞ୍ଚିବା ମାତ୍ରେ କର୍ମଚାରୀମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଜଣେ ମ୍ୟାନେଜର୍‌ ମଜାକରେ ପଚାରିଥିଲେ, “ପ୍ୟାକିଂ ଆରମ୍ଭ କରିଦେବ୍‌?

”ଆଇଟି ଟିମ୍‌ର ସ୍ପଷ୍ଟୀକରଣ୍

ଶୀଘ୍ର ହିଁ କମ୍ପାନୀର ଆଇଟି ଟିମ୍‌ ଏକ ବଡ଼ ଅଲ୍‌-କ୍ୟାପ୍‌ସ୍‌ ମେସେଜ୍‌ ପଠାଇଥିଲେ, “କାହାକୁ ବି କଂପାନୀରୁ କଢ଼ାଯାଇନି । ଦୟାକରି ଆପଣଙ୍କ ଆଇଡି କାର୍ଡ୍‌ ଜମା କରନ୍ତୁ ନାହିଁ।” ଏହି ସ୍ପଷ୍ଟୀକରଣ୍‌ ପରେ କର୍ମଚାରୀମାନେ ଆଶ୍ବସ୍ତ ହୋଇଥିଲେ । କିନ୍ତୁ ଇଣ୍ଟର୍‌ନେଟ୍‌ରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । 

Advertisment
Advertisment
Related Articles
Advertisment