Advertisment

Big Changes in Labour Law: ଆଉ ଗ୍ରାଚୁଇଟି ପାଇଁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି , ‍ବଦଳିଲା ଆହୁରି ଅନେକ ନିୟମ

ଦରମାକୁ ନେଇ ଗୋଟିଏ କୋଡ୍ । ଇଣ୍ଡଷ୍ଟ୍ରି ଓ ୱାର୍କଫୋର୍ସ ଭିତରର ସମ୍ପର୍କ ଓ ଆବଶ୍ୟକତାକୁ ନେଇ ଗୋଟିଏ କୋଡ୍ ।  ସାମାଜିକ ନିରାପତ୍ତାକୁ ନେଇ ଗୋଟିଏ କୋଡ୍ । ଏବଂ କାମବେଳେ ସେଫଟି, ସ୍ୱାସ୍ଥ୍ୟ, ଯେଉଁଠି କାମ କରୁଥିବ ତାର ସ୍ଥିତି ପରିସ୍ଥିତି ମାନେ କଣ୍ଡିସନ୍ କେମିତି ରହିବ ତାକୁ ନେଇ ଆଉ ଗୋଟିଏ କୋଡ୍ ।

author-image
Manas Ranjan Mohanty
PF

PF Photograph: (OTV)

ଆଉ ଗ୍ରାଚୁଇଟି ପାଇଁ ୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବନି ବରଂ ଏଣିକି ବର୍ଷକରେ ଆପଣ ଗ୍ରାଚୁଇଟି ପାଇଁ ଏଲିଜିବଲ୍ ହୋଇଯିବେ । କେତେ ଘଣ୍ଟା କାମ କରିବେ, କେବେ ଦରମା ଆସିବ, ଯାହା ପାଖରେ ଆପଣ କାମ କରୁଛନ୍ତି, ସେ କେମିତି ଆପଣଙ୍କ ଶୋଷଣ କରିପାରିବନି, PF-ESI ମିଳିବ, ପର୍ମାନେଣ୍ଟ ଏମ୍ପ୍ଲଇ ଯେମିତି ଫାଇଦା ପାଉଛନ୍ତି, କଣ୍ଟ୍ରାକଚୁଆଲ ବି ଠିକ୍ ସେମିତି ଓ ସେକିତି ଫାଇଦା ପାଇବେ । 

Advertisment

୨୧ ନଭେମ୍ବର, ଶୁକ୍ରବାର । ଭାରତ ସରକାର ଲେବର୍ ଲ’ରେ କିଛି ଏମିତି ଓ ଏତେ ବଡ଼ ପରିବର୍ତ୍ତନ କରିଛନ୍ତି, ଯାହା ଭାରତରେ Workforce Management Systemରେ ଏକ ନୂଆ ଧାରା ଆରମ୍ଭ କରିବ। ଭାରତ ସରକାର ଲାଗୁ କରିଥିବା ୪ ଲେବର୍ କୋଡ୍ସ ଯାହା ପୁରୁଣା ଲେବର ଲ’କୁ ନା କେବଳ ରିପ୍ଲେସ୍ କରିବ, ବରଂ ଚାକିରି ଓ କାମଦାମ କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ ମଧ୍ୟ କରିବ ।

ଆଗରୁ ଆମ ସିଷ୍ଟମରେ ୨୯ଟି ଲେବର୍ ଲ’ ରହିଛି, ଯେଉଁଥିରେ ୧୪୩୬ ରୁଲ୍ସ ଅଛି । ପର୍ମାନେଣ୍ଟ ଏମ୍ପ୍ଲଇ, କଣ୍ଟ୍ରାକଚୁଆଲ୍ ଏମ୍ପ୍ଲଇ – ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଲ ଥିଲା, ଭିନ୍ନ ଭିନ୍ନ ସିଷ୍ଟମ୍ ଥିଲା । ଏବେ ସରକାର ଏ ୨୯ଟି ଲେବର୍ ଲ’କୁ ମୋଟାମୋଟି ୪ଟି ଲେବର୍ କୋଡରେ ରଖି ଆହୁରି ସରଳ କରିଦେଇଛନ୍ତି । ସେମିତି ୧୪୩୬ ରୁଲ୍ସ ଏବେ ୩୫୧ଟିରେ ହିଁ ସୀମିତ ହୋଇଯାଇଛି । ତ ଆମେ ଜାଣିବା ସେ ୪ଟି ନୂଆ ଲେବର୍ କୋଡ କଣ... ଆଉ ତା ଭିତରେ ଥିବା ଗୁରୁତ୍ୱପୂର୍ଣ୍ଣ ପଏଣ୍ଟଗୁଡ଼ାକ କଣ । 

Advertisment

୪ଟା ନୂଆ ଲେବର୍ କୋଡ୍ କଣ

the code on wages, 2019…the industrial relations code, 2020… the code on social security, 2020 and the occupational safety, health and working conditions code, 2020

ଦରମାକୁ ନେଇ ଗୋଟିଏ କୋଡ୍ । ଇଣ୍ଡଷ୍ଟ୍ରି ଓ ୱାର୍କଫୋର୍ସ ଭିତରର ସମ୍ପର୍କ ଓ ଆବଶ୍ୟକତାକୁ ନେଇ ଗୋଟିଏ କୋଡ୍ ।  ସାମାଜିକ ନିରାପତ୍ତାକୁ ନେଇ ଗୋଟିଏ କୋଡ୍ । ଏବଂ କାମବେଳେ ସେଫଟି, ସ୍ୱାସ୍ଥ୍ୟ, ଯେଉଁଠି କାମ କରୁଥିବ ତାର ସ୍ଥିତି ପରିସ୍ଥିତି ମାନେ କଣ୍ଡିସନ୍ କେମିତି ରହିବ ତାକୁ ନେଇ ଆଉ ଗୋଟିଏ କୋଡ୍ । ଏମିତି ଏବେ ୪ଟି କୋଡ୍ ଲାଗୁ କରିଛନ୍ତି ଭାରତ ସରକାର । 

ଏମ୍ପ୍ଲଇର ପରିଚୟ... ଆଗରୁ କଣ ହେଉଥିଲା... ଅନେକ କ୍ଷେତ୍ରରେ ନା ଆପଏଣ୍ଟମେଣ୍ଟ ଲେଟର୍ ମିଳୁଥିଲା, ନା ହିଁ ଆପଣ ଏମ୍ପ୍ଲଇ ବୋଲି ସଠିକ୍ ଏକ ପରିଚୟ ମିଳୁଥିଲା ।  ଏବେ କିନ୍ତୁ ସରକାର Appointment Letterକୁ ମାଣ୍ଡେଟୋରୀ କରିଦେଇଛନ୍ତି।  ତା ଦ୍ୱାରା ଏଣିକି ଆପଣ କାମ କରୁଛନ୍ତି ବୋଲି ଆପଣଙ୍କ ପାଖରେ ଲିଖିତ ପ୍ରୁଫ୍ ରହିବ। ଯାହା ଜବ୍ କ୍ଷେତ୍ରରେ ସ୍ୱଚ୍ଛତା ବଢ଼େଇବ, ଜବ୍ ସିକ୍ୟୁରିଟି ବି ଦେବ ଏମ୍ପ୍ଲମେଣ୍ଟକୁ ପକ୍କା କରିବ । 

ସୋସିଆଲ୍ ସିକ୍ୟୁରିଟି କଭରେଜ୍ – ଆଗରୁ ବହୁତ୍ କମ୍ ଥିଲା ଏବେ କିନ୍ତୁ ଗୋଟିଏ କୋଡ୍ ପୂରା ସୋସିଆଲ୍ ସିକ୍ୟୁରିଟିକୁ ନେଇ ସରକାର ଆଣିଛନ୍ତି ।  ପ୍ଲାଟଫର୍ମ ୱାର୍କର, ଗିଗ୍ ୱାର୍କର୍ ମାନେ ଯେଉଁମାନେ ସାମୟିକ ଛୋଟମୋଟ କାମ କରୁଛନ୍ତି ସେମାନଙ୍କ ପାଇଁ ବି । ଏଥିରେ ସେମାନଙ୍କ ପାଇଁ ବି PF, ESI, Insurance ଏବଂ ଅନ୍ୟ ସୋସିଆଲ୍ ସିକ୍ୟୁରିଟି ବେନିଫିଟ୍ସ ରହିବ । 

ମିନିମମ୍ ୱେଜେସ୍ ମାନେ ଅତିକମରେ କେତେ ଆପଣଙ୍କର ପ୍ରାପ୍ୟ ହେବ – ଆଗରୁ ଏସବୁ କେବଳ ନିର୍ଦ୍ଦିଷ୍ଟ ଇଣ୍ଡ୍ରଷ୍ଟି ବା ଏମ୍ପ୍ଲଏମେଣ୍ଟ ପାଇଁ ଲାଗୁ ରହୁଥିଲା ଓ ଅନେକ ଲୋକଙ୍କ ପାଇଁ ମିନିମମ୍ ୱେଜକୁ ଅଣଦେଖା କରୁଥିଲେ ଏମ୍ପ୍ଲୟର୍ସ । ଏବେ କିନ୍ତୁ Code on Wages, 2019 ଅନୁସାରେ ସମସ୍ତଙ୍କ ପାଇଁ ମିନିମମ୍ ୱେଜ୍ ଲାଗୁ ହେବ ଏବଂ ଠିକ୍ ଟାଇମରେ ସେମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିବ । ମାନେ ଯେମିତି ଯଦି ମାସିକିଆ ଦରମା ଆପଣ ପାଉଛନ୍ତି, ତ ମାସର ୭ତାରିଖ ପୂର୍ବରୁ ଆପଣଙ୍କୁ ଆପଣଙ୍କ ଏମ୍ପ୍ଲୟର୍ ଦରମା ଦେବାକୁ ବାଧ୍ୟ । କିଛି ବି କାରଣ ଦେଖାଇ ସେ ବିଳମ୍ବ କରିପାରିବେନି । ଏହାଦ୍ୱାରା ଆପଣଙ୍କ ଫାଇନାସିଆଲ୍ ସିକ୍ୟୁରିଟି ବହୁତ ବଢ଼ିବ ।

ସ୍ୱାସ୍ଥ୍ୟ ନିରାପତ୍ତା – ଏଣିକି ସବୁ କର୍ମସ୍ଥଳୀରେ କମ୍ପାନୀମାନେ ୪୦ ବର୍ଷରୁ ଅଧିକ ଏମ୍ପ୍ଲଇମାନଙ୍କୁ ମାଗଣା ବାର୍ଷିକ ହେଲ୍ଥ ଚେକ୍ ଅପ୍ କରାଇବେ । ତା ସହ ESI ଆଉ Insurance ବି ପକ୍କା କରାଇବେ । ଯଦି କେଉଁ କମ୍ପାନୀରେ ୧୦ରୁ କମ୍ ଏମ୍ପ୍ଲଇ ଅଛନ୍ତି, ସେମାନଙ୍କ ପାଇଁ ESI ଲାଗୁ କରିବା Voluntary ରହିବ । କିନ୍ତୁ ଯଦି କୌଣସି କମ୍ପାନୀରେ EVEN ଜଣେ ବି କାମ କରୁଛନ୍ତି ଓ ସେ କିଛି ରିସ୍କି କାମ କରୁଛନ୍ତି, ତାହେଲେ ବି ମାଣ୍ଡେଟୋରୀ ତାଙ୍କ ପାଇଁ ଲାଗୁ କରିବାକୁ ପଡ଼ିବ ।

ୱିମେନ୍ ୱାର୍କଫୋର୍ସ ପାର୍ଟିସିପେସନ୍ – ମହିଳାମାନେ ପୁରୁଷଙ୍କ ଭଳି ସମାନ କାମ, ସମାନ ଦରମା, ସମାନ ଗ୍ରୋଥ୍ ଓ ସମାନ ଭ୍ୟାଲୁ ପାଇବେ । ରାତିରେ ବି କାମ କରିବାର ଅଧିକାର ସେମାନଙ୍କୁ ବି ମିଳିବ, ହଁ ଏଥିରେ ସମାନଙ୍କର ସହମତି ରହିବା ଆବଶ୍ୟକ । ଆଉ ମହିଳାଙ୍କ ପାଇଁ କମ୍ପାନୀ ସବୁ ପ୍ରକାରରର ସେଫଟି ମେଜର୍ସ ବି ନେବ । 

ଫିକ୍ସଡ୍ ଟର୍ମ ଏମ୍ପ୍ଲଇ- ମାନେ ଯେଉଁମାନେ କଣ୍ଟ୍ରାକ୍ଟରେ କାମ କରୁଛନ୍ତି ସେମାନଙ୍କ ପାଇଁ ସରକାର ସବୁ ପ୍ରକାରର ନିରାପତ୍ତାକୁ ଏଣିକି ଆହୁରି Ensure କରିଛନ୍ତି ।  FTEs to receive all benefits equal to permanent workers । ମାନେ ନିୟମିତ ଏମ୍ପ୍ଲଇ ଯେମିତି ଓ ଯେତିକି ବେନିଫିଟ୍ ପାଉଛନ୍ତି ଫିକ୍ସଡ ଟର୍ମ ଏମ୍ପ୍ଲଇ ବି ଠିକ୍ ସେମିତି ଓ ସେତିକି ବେନିଫିଟ୍ ପାଇବେ । ଯେମିକିତି ଛୁଟି, ମେଡିକାଲ୍ ଓ ସାମାଜିକ ନିରାପତ୍ତା । ବଡ଼ କଥା ହେଉଛି ଗ୍ରାଚୁଇଟି ପାଇଁ ଆଉ ୫ବର୍ଷ ଅପେକ୍ଷା କରିବାକୁ ପଡ଼ିବନି । ବରଂ ଲଗାତାର ବର୍ଷେ କାମ କଲେ ଆପଣ ଗ୍ରାଚୁଇଟି ପାଇଁ ଏଲିଜବଲ୍ ହେଇଯିବେ । ପର୍ମାନେଣ୍ଟ ଏମ୍ପ୍ଲଇଙ୍କ ଭଳି ସମାନ ଦରମା ମିଳିବ, ଆପ୍ରେଜାଲ୍ ବି ହେବ । ଦରମା ବଢ଼ିବ, ପ୍ରୋଟେକସନ୍ ଆଉ ଠିକ୍ ପ୍ରମୋସନ୍ ବି ମିଳିବ । କେହି ଆପଣଙ୍କୁ କଣ୍ଟ୍ରୋକଚୁଆଲ୍ କହି ଅଣଦେଖା କରିପାରିବେନି....

ଭାରତକୁ ଆହୁରି ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା, ଲଙ୍ଗ୍ ଟର୍ମରେ ଏକ ଦକ୍ଷ ଓ ଶକ୍ତ ୱାର୍କଫୋର୍ସ ତିଆରି କରିବା ଯିଏ ନିଜ କାମକୁ ନେଇ ସ୍ୱାସ୍ଥ୍ୟ, ସାମାଜିକ ଓ ଆର୍ଥିକ ଅବସ୍ଥାକୁ ନେଇ କନଫିଡେଣ୍ଟ ଥିବେ – ସରକାରଙ୍କର ଏଇ ଲକ୍ଷ.. ଯାହା ଏକ୍ ଭାରତ ଶ୍ରେଷ୍ଠ୍ ଭାରତ ଓ ଆତ୍ମନିର୍ଭର ଭାରତକୁ ଆହୁରି ବଳ ଦେବ । 

Advertisment
Related Articles
Advertisment