/odishatv-khabar/media/post_attachments/uploadimage/library/16_9/16_9_0/SMARTPHONE_1757760118.jpg)
SMARTPHONE
ଆଜିର EMI ଯୁଗରେ ଟଙ୍କା ନଦେଇ ଦାମୀ ଫୋନ୍ କିଣିବା ଭାରି ସହଜ । ଜିରୋ ଡାଉନ ପେମେଣ୍ଟରେ ବି କିଣି ହେଉଛି ମହଙ୍ଗା ଫୋନ୍ । କିନ୍ତୁ ଅନେକ ଗ୍ରାହକ ଲୋନ୍ ନେବା ପରେ ସୁଝୁନଥିବା ଦେଖାଯାଉଛି । ଏଥିପାଇଁ ସମସ୍ୟାରେ ପଡୁଛନ୍ତି ଋଣଦାତା କମ୍ପାନୀ ଓ ବ୍ୟାଙ୍କ ।
ତେଣୁ EMI ବା ଲୋନ୍ରେ ଫୋନ କିଣିବା ପରେ ଲୋନ ପରିଶୋଧ କରୁନଥିବା ଲୋକଙ୍କ ପାଇଁ ନୂଆ ନିୟମ ଆଣିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ । ଲୋନ୍ରେ ନିଆଯାଉଥିବା ଫୋନ୍କୁ ଏବେ ଦୂରରୁ ଲକ୍ କରିପାରିବେ ଫାଇନାନ୍ସ କମ୍ପାନୀ ଏବଂ ବ୍ୟାଙ୍କ । ଋଣଦାତାଙ୍କୁ ଏହି ଅନୁମତି ଦେବାକୁ ବିଚାର କରୁଛି RBI ।
ଲୋନ ନେବା ସମୟରେ ଫୋନରେ ଏକ ଆପ୍ ଇନଷ୍ଟଲ ହେବ । ଏହା ଡିଭାଇସକୁ ଲକ୍ କରିବାକୁ ଉଦ୍ଧିଷ୍ଟ । ଉକ୍ତ ଆପ୍ ମାଧ୍ୟମରେ ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନୀଗୁଡିକ ଦୂରରେ ଥାଇ ବି ଲୋନରେ ନିଆଯାଇଥିବା ଫୋନକୁ ଲକ୍ କରିପାରିବେ ।
ନିୟମ ଅନୁସାରେ ଫୋନ ଲକ୍ କରିବା ପୂର୍ବରୁ ଋଣଗ୍ରହୀତାଙ୍କୁ ପ୍ରାକ୍ ସୂଚନା ଦିଆଯିବ । ଗ୍ରାହକଙ୍କ ଡାଟା ଯେମିତି ସୁରକ୍ଷିତ ରହିବ ତା' ଉପରେ ବି ଧ୍ୟାନ ଦିଆଯିବ । ଏପରି ବ୍ୟବସ୍ଥା ଆଣି ରିଜର୍ଭ ବ୍ୟାଙ୍କ ଲୋନ୍ ଆଦାୟ ପାଇଁ ଋଣଦାତାଙ୍କୁ ଅଧିକ କ୍ଷମତା ଦେବା ସହ ଲୋନକର୍ତ୍ତାଙ୍କ ମୋବାଇଲ ଡାଟାକୁ ମଧ୍ୟ ସୁରକ୍ଷିତ ରଖିପାରିବ ।
Jaish-e-Mohammed Connection Exposed: ଲାଲକିଲ୍ଲାକୁ କିଏ କଲା ରକ୍ତ ରଞ୍ଜିତ? ଇଏ ସେଇ ମାଷ୍ଟରମାଇଣ୍ଡ୍

Audience Attacks Actor: ଜୀବନ୍ତ ଅଭିନୟକୁ ଦେଖି ହିତାହିତ ଜ୍ଞାନ ହରାଇଲେ ଦର୍ଶକ: ଚେୟାର ଫିଙ୍ଗିଲେ, କଳାକାରଙ୍କୁ ମାଡ଼ ମାରିଲେ

Shivraj Singh Chouhan: ପାହାଳ ରସଗୋଲା ଖାଇଲେ କେନ୍ଦ୍ରମନ୍ତ୍ରୀ, ସ୍ବାଦକୁ ପ୍ରଶଂସା କଲେ, ସାଥିରେ ମଧ୍ୟ ନେଲେ

Delhi Blast: ଦିଲ୍ଲୀ ବିସ୍ଫୋରଣକୁ ନେଇ ବଡ ତଥ୍ୟ: ୨ ବର୍ଷ ଧରି ଚାଲିଥିଲା ଯୋଜନା!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)