Advertisment

Gold And Silver Price Update: ବଢ଼ୁଛି ସୁନା, କମୁଛି ରୁପା: ଚିନ୍ତାରେ ଗ୍ରାହକ

ବଢ଼ୁଛି ସୁନା, କମୁଛି ରୁପା। ଗଲା କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସୁନା ରୁପା ଦରକୁ ନେଇ ଚିନ୍ତାରେ ଗ୍ରାହକ। କାରଣ ଗଲା ୭ ଦିନ ମଧ୍ୟରେ ପୁଣି ଥରେ ଲମ୍ବା ଡିଆଁ ମାରିବାକୁ ପ୍ରସ୍ତୁତ ସୁନା।

author-image
Chinmayee Sahoo
Gold Silver

Gold Silver Photograph: (OTV)

ବଢ଼ୁଛି ସୁନା, କମୁଛି ରୁପା। ଗଲା କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସୁନା ରୁପା ଦରକୁ ନେଇ ଚିନ୍ତାରେ ଗ୍ରାହକ। କାରଣ ଗଲା ୭ ଦିନ ମଧ୍ୟରେ ପୁଣି ଥରେ ଲମ୍ବା ଡିଆଁ ମାରିବାକୁ ପ୍ରସ୍ତୁତ ସୁନା। ଗଲା ସପ୍ତାହକ ମଧ୍ୟରେ ୪ ହଜାରରୁ ଅଧିକ ଟଙ୍କା ବଢ଼ିଲାଣି। ୨୨ କ୍ୟାରେଟ୍ ସୁନା ଏକ ଲକ୍ଷ ୧୯ ହଜାରରୁ ବଢ଼ି ବଢ଼ି ଏବେ ୧ ଲକ୍ଷ ୨୨ ହଜାରରେ ପହଞ୍ଚିଛି।

Advertisment

ତା’ ସହ ରୁପା ଦର ବି କେବେ କମୁଛି ପୁଣି କେବେ ବଢ଼ୁଛି। ସପ୍ତାହକ ତଳେ ରୁପା କିଲୋ ପିଛା ଏକ ଲକ୍ଷ ୯୮ ହଜାର ଥିବା ବେଳେ ୨ ଲକ୍ଷ ୧୦ ହଜାରକୁ ପାର କରିଛି। ଦୁଇ ଦିନ ତଳେ ତାହା ୨ ଲକ୍ଷ ୧୫ ହଜାର ଥିଲା।

•    ବଢ଼ୁଛି ସୁନା, କମୁଛି ରୁପା 
•    ପୁଣି ଥରେ ସୁନା, ରୁପା ଦରକୁ ନେଇ ଚିନ୍ତାରେ ଗ୍ରାହକ 
•    ସପ୍ତାହକରେ ୪ ହଜାର ବଢ଼ିଲାଣି ସୁନା 
•    ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ୧ ଲକ୍ଷ ୨୨ ହଜାର 
•    ରୁପା ଦର କେବେ କମୁଛି, କେବେ ବଢ଼ୁଛି 
•    ରୁପା କିଲୋ ପିଛା ଦର ୨ ଲକ୍ଷ ୧୦ ହଜାର

Advertisment
Gold Silver Gold And Silver Prices Update
Advertisment
Related Articles
Advertisment