Advertisment

Indian Dhaba: ଢାବାର ଆୟ ଦିନକୁ ୨୭ ଲକ୍ଷ, ଦିନେ ଟେଣ୍ଟରୁ ଆରମ୍ଭ ହୋଇଥିଲା...ଆଜି ଏକ ବିରାଟ ସାମ୍ରାଜ୍ୟ

ଅମ୍ରିକ୍ ସୁଖଦେବ ଢାବା ଆଜି କେବଳ ଏକ ଢାବା ନୁହେଁ ବରଂ ଗୋଟିଏ ପୂରା ଫୁଡ୍ ଏମ୍ପାୟର । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ସଫଳତାର ଆରମ୍ଭ ଗୋଟିଏ ଛୋଟିଆ ଟେଣ୍ଟରୁ ହୋଇଥିଲା।

author-image
Manas Ranjan Mohanty
indian-dhaba

indian-dhaba Photograph: (OTV)

କେବେ ଭାବିଛନ୍ତି କି ରାସ୍ତା କଡ଼ରେ ଥିବା ଗୋଟିଏ ସାଧାରଣ ଢାବା ମଧ୍ୟ କୌଣସି ଲଗଜୁରୀ ହୋଟେଲ୍ ଭଳି ଦିନକୁ ୨୭ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବ? ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହା ୧୦୦ପ୍ରତିଶତ ସତ। ଜଣେ ବ୍ୟକ୍ତିଙ୍କର ଏହି କାହାଣୀ ଏତେ ମଜାଦାର, ପ୍ରେରଣାଦାୟୀ ଯେମିତି କୌଣସି ଫିଲ୍ମର ସ୍କ୍ରିପ୍ଟ । 

Advertisment

ଅମ୍ରିକ୍ ସୁଖଦେବ ଢାବା ଆଜି କେବଳ ଏକ ଢାବା ନୁହେଁ ବରଂ ଗୋଟିଏ ପୂରା ଫୁଡ୍ ଏମ୍ପାୟର । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ସଫଳତାର ଆରମ୍ଭ ଗୋଟିଏ ଛୋଟିଆ ଟେଣ୍ଟରୁ ହୋଇଥିଲା।

୧୯୫୬ - ଯେତେବେଳେ ଗୋଟିଏ ଟେଣ୍ଟ ଓ ଡାଲି-ରୁଟି ଇତିହାସ ଲେଖିଥିଲା

୧୯୫୬ରେ ସର୍ଦ୍ଦାର ପ୍ରକାଶ ସିଂହ ଜୀ ହରିୟାଣାରେ ଟେଣ୍ଟ ଲଗାଇ ଢାବା ଆରମ୍ଭ କରିଥିଲେ। ନା କିଛି ଫ୍ୟାନ୍ସି ବୋର୍ଡ, ନା କିଛି ମାର୍କେଟିଙ୍ଗ୍, କେବଳ ଟ୍ରକ୍ ଡ୍ରାଇଭର ଓ କ୍ୟାବ୍ ଚାଳକମାନଙ୍କ ପାଇଁ ଶସ୍ତା ଓ ଘରୋଇ ଡାଲି ରୁଟି । ଅନେକ ଥର ପଇସା ନ ଥିଲେ ମାଗଣାରେ ବି ଖୁଆଇ ଦେଉଥିଲେ ଏବଂ ଏହିଭଳି ତାଙ୍କର ମାର୍କେଟିଙ୍ଗ୍ ହୋଇଗଲା। ଟ୍ରକ୍ ଡ୍ରାଇଭରମାନେ ହିଁ ତାଙ୍କର ଚାଲୁଥିବା-ବୁଲୁଥିବା ବିଜ୍ଞାପନ ବୋର୍ଡ ଥିଲେ। 

Advertisment

୧୯୯୦ରେ ସର୍ଦ୍ଦାର ଜୀଙ୍କ ପୁଅମାନେ - ଅମ୍ରିକ୍ ଓ ସୁଖଦେବ ପୁରା କାମ ସମ୍ଭାଳି ନେଲେ ଏବଂ ଏଠା ପରଠୁ  ଢାବାଟି ଲୋକପ୍ରିୟ ହୋଇଗଲା । ଆଜିର ସ୍ଥିତି ଏମିତି ଯେ ଦିନକୁ ୯୦,୦୦୦ ଗ୍ରାହକ ପର୍ଯ୍ୟନ୍ତ ଏଠାରେ ଖାଆନ୍ତି। ୫୦୦ରୁ ଅଧିକ କର୍ମଚାରୀ ଅଛନ୍ତି।  ଜମି ତାଙ୍କର । ଢାବା ବି ନିଜର ଏବଂ ସବୁଠାରୁ ଖାସ୍ କଥା କୌଣସି ବଡ଼ ଧରଣର ପ୍ରମୋଶନ ନାହିଁ… କେବଳ ମାଉଥ ପବ୍ଲିସିଟି। ସୁଖଦେବ ଢାବା ଦିନକୁ ୨୭ ଲକ୍ଷ ଆୟ କରୁଛି ।

ସଫଳତାର ସିକ୍ରେଟ୍ କ’ଣ? 

୧. ଟ୍ରକ୍ ଡ୍ରାଇଭରଙ୍କ ହୃଦୟ ଜିତାଇଲା ଭଳି ଆତିଥ୍ୟ
• ଆରମ୍ଭରୁ ହିଁ ଟ୍ରକ୍ ଡ୍ରାଇଭରଙ୍କୁ ପ୍ରାଥମିକତା… କେତେବେଳେ ଖାଇବା ମାଗଣାରେ ବି ଦେଇ ଦେଉଥିଲେ।
• ସେହି ଲୋକମାନେ ଅନ୍ୟମାନଙ୍କୁ କହିଲେ ଏବଂ ସୁଖଦେବ ବ୍ରାଣ୍ଡ ତିଆରି ହେଲା।

୨. ମାଲିକ ନିଜେ ପ୍ରତିଦିନ ଖାଦ୍ୟ ଟେଷ୍ଟ କରନ୍ତି 
• ଆଜିବି ଖାଦ୍ୟ ପ୍ରଥମେ ମାଲିକ ଚାଖନ୍ତି । 
• ଏହା ହିଁ ଢାବାର ସିକ୍ରେଟ୍ ୱିପନ୍। କ୍ୱାଲିଟିରେ କେବେ କମ୍ପ୍ରୋମାଇଜ କରନ୍ତି ନାହିଁ।

୩. ସ୍ପିଡ୍ ଓ ସ୍କିଲ୍‌ର ମିଶ୍ରଣ ହେଉଛି ସୁଖଦେବ ସର୍ଭିସ୍
ଏଠି ଖାଦ୍ୟ ଏକଦମ୍ ଠିକ୍ ସମୟରେ ମିଳିଯାଏ, ମାନେ ଖାଇବା ପାଇଁ ଅପେକ୍ଷା କରିବାକୁ ପଡ଼େ ନାହିଁ। 

୪. ଜିରୋ ବିଜ୍ଞାପନ, ୧୦୦% ବିଶ୍ୱାସ
• ନା ବଡ଼ ବଡ଼ ହୋର୍ଡିଙ୍ଗ୍ସ୍, ନା ଟିଭି ଆଡ୍
• କେବଳ ଗୋଟିଏ ସିମ୍ପଲ୍ ଫଣ୍ଡା… ଭଲ ଖାଦ୍ୟ, ସ୍ପିଡ୍ ସର୍ଭିସ୍, ଖୋଲା ହୃଦୟ

Advertisment
Related Articles
Advertisment