ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୩ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।
ଅର୍ଥନୈତିକ ରିପୋର୍ଟ ୨୦୨୫ରେ ସୁନା ଦର କମ୍ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ଲଗାତର ୨-୩ ଦିନ ହେଲା ସୁନା ଦର ହୁ ହୁ ହୋଇ ବଢୁଛି। ଗତକାଲି ଠାରୁ ଆଜିର ଦର ଉଚ୍ଚା ରହିଛି।
ବ୍ରାଜିଲରେ ରହିଥିବା ନେଲୋର ପ୍ରଜାତିର ଗାଇ ଭାୟାଟିନା-୧୯ ରେକର୍ଡ ମୂଲ୍ୟରେ ବିକ୍ରି ହୋଇଛି। ବ୍ରାଜିଲର ମିନେସ ଗେରିସରେ ଏହା ବିଶ୍ବର ସବୁଠାରୁ ମହଙ୍ଗା ଗାଇର ମାନ୍ୟତା ହାସଲ କରିଥିଲା। ଭାୟାଟିନା-୧୯କୁ ୪.୮ ମିଲିୟନ ଡଲାର ବା ଭାରତୀୟ ମୁଦ୍ରାରେ ୪୧ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା।
ସୁନା କିଣିବାକୁ ଚାହୁଁଛନ୍ତି କି ? କିଣିବା ପୂର୍ବରୁ ଜାଣନ୍ତୁ ଆଜିର ସୁନା ଦର। ଆଜି ସୁନା ଦରରେ ହେଲା ପରିବର୍ତ୍ତନ । ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୮୪,୩୩୦ ଟଙ୍କା ରହିଛି ।
ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି, ନିର୍ବାଚନ ଥିବାରୁ ବିହାରକୁ ଫୋକସ୍ ଦିଆଯାଇଥିବା ବେଳେ ଓଡ଼ିଶାକୁ ଅବହେଳା କରାଯାଇଛି। କିନ୍ତୁ ରାଜ୍ୟ ବିଜେପିର ଯୁକ୍ତି ପୂର୍ବ ଅପେକ୍ଷା ଢେର୍ ଅଧିକ ମିଳିଛି।
ଦେଶର ମଧ୍ୟବିତ୍ତ ମହିଳାଙ୍କ ପାଇଁ ୨୦୨୫ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି l
ଆସନ୍ତୁ ଜାଣିବା କେଉଁ ଦେଶରେ କେତେ ସୁନା ରହିଛି ଏବଂ ବିଶ୍ୱ ସ୍ତରରେ ସୁନା ଗଚ୍ଛିତ ରଖିବାରେ ଭାରତ କେଉଁ ସ୍ଥାନ ଅଧିକାର କରିଛି...
ଦେଶର ମଧ୍ୟବିତ୍ତ ମହିଳାଙ୍କ ପାଇଁ ୨୦୨୫ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି l SHG ମହିଳାଙ୍କ ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ବୋଲି କହିବା ସହ ୫୦ ବର୍ଷ ପାଇଁ ରାଜ୍ୟକୁ ସୁଧ ମୁକ୍ତ ଋଣ ଦିଆଯିବ ବୋଲି ବଜେଟ ଉପସ୍ଥାପନ ବେଳେ ସୂଚନା ଦେଇଛନ୍ତି ନିର୍ମଳା l
ଆର୍ଥିକ ବିକାଶ ଲାଗି କୃଷି, MSME, ପୁଞ୍ଜିନିବେଶ ଓ ରପ୍ତାନି ଭଳି ୪ଟି ଦିଗକୁ ଗ୍ରୋଥ୍ ଇଞ୍ଜିନ୍ ବା ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିବେଚନା କରିଛନ୍ତି ସରକାର। ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଘୋଷଣା ହୋଇଥିବା ବେଳେ ଯୁବକଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେବା ନେଇ ହୋଇଛି ବ୍ୟବସ୍ଥା।
ବରିଷ୍ଠ ନାଗରିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସେମାନଙ୍କ ଲାଗି ଟ୍ୟାକ୍ସ ଡିଡକ୍ସନକୁ 50 ହଜାରରୁ ଡବଲ୍ କରି ଲକ୍ଷେ ଟଙ୍କା କରିଛନ୍ତି ଅର୍ଥମନ୍ତ୍ରୀ। ଏମିତିକି ପୂର୍ବରୁ ବାର୍ଷିକ 2 ଲକ୍ଷ 40 ହଜାର ଟଙ୍କାର ଘରଭଡ଼ା ଉପରେ TDS ଲାଗୁଥିବା ବେଳେ ଏହାକୁ 6 ଲକ୍ଷ ଟଙ୍କାକୁ ବଢ଼ାଯାଇଛି।
କେନ୍ଦ୍ର ସରକାର କୋବାଲ୍ଟ, ଲିଥିୟମ୍-ଆୟନ୍ ବ୍ୟାଟେରୀ ସ୍କ୍ରାପ୍, ସୀସା, ଜିଙ୍କ୍ ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରୁ ମୌଳିକ ସୀମା ଶୁଳ୍କ (Basic Customs Duty) ହଟାଇ ଦେଇଛନ୍ତି ।
ଇଲେକ୍ଟ୍ରିକ ଗାଡି କିଣିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର ଆଣିଛି ବଜେଟ ୨୦୨୫-୨୦୨୬।
ଚଳିତ ବଜେଟରେ ନିର୍ମଳା ବିହାରର ମଧୁବନୀ ଶାଢି ପିନ୍ଧିଛନ୍ତି। ଏହି ଶାଢ଼ି ମାଧ୍ୟମରେ ସେ ମଧୁବନୀ କଳା ପ୍ରତି ତାଙ୍କର ସମ୍ମାନ ପ୍ରକାଶ କରିବା ସହ ଏହାକୁ ପ୍ରୋତ୍ସାହିତ କରିବାର ବାର୍ତ୍ତା ମଧ୍ୟ ଦେଇଥିଲେ। ଏପରି ପରିସ୍ଥିତିରେ, ଆସନ୍ତୁ ଜାଣିବା ଏହି ଶାଢ଼ି କିଏ ଅର୍ଥମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି।
୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାମରଣ। ବଜେଟରେ କ’ଣ ଶସ୍ତା ହେଲା ଏହି ଘୋଷଣାକୁ ଅପେକ୍ଷା କରିଥାନ୍ତି ସବୁ ବର୍ଗର ଲୋକେ। ଲୋକଙ୍କର ଏହି ଅପେକ୍ଷାକୁ ଭରଣା କରିଛନ୍ତି ସୀତାରମଣ।
ଏଥିସହ ବିହାରରେ ହେବ ମଖାନା ବୋର୍ଡ। ଏଥିରେ ନିୟୋଜିତ ଲୋକଙ୍କୁ FPOs ରେ ସଂଗଠିତ କରାଯିବ। ବୋର୍ଡ ମାକାନା ଚାଷୀମାନଙ୍କୁ ତାଲିମ ସହାୟତା ଯୋଗାଇବ ଏବଂ ସମସ୍ତ ସରକାରୀ ଯୋଜନାରେ ସାମିଲ୍ କରିବା ପାଇଁ ମଧ୍ୟ କାର୍ଯ୍ୟ କରିବ।
ବଜେଟ୍ରେ ଇନ୍କମ୍ ଟ୍ୟାକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୧୨ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଛାଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।
ବଜେଟରେ ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ଗୁରୁତ୍ୱ ଦେବା ସହ ଅର୍ଥମନ୍ତ୍ରୀ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି ।
ଏଥର ବଜେଟ୍ରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ କୃଷି ଧନ ଜନ ଯୋଜନାକୁ ପ୍ରାଥମିକତା ଦିଆଯାଇଛି। ଏହାଦ୍ୱାରା ୧.୭ କୋଟି କୃଷକ ଉପକୃତ ହେବେ।
ଲୋକସଭାରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ବଜେଟ ଅଭିଭାଷଣ ଆରମ୍ଭ କରିଛନ୍ତି। ଖୋଲିଛି ନିର୍ମଳାଙ୍କ ବଜେଟ୍ ପେଢ଼ି। ସଂସଦରେ ପେପର୍ ଲେସ୍ ବଜେଟ୍ ଉପସ୍ଥାପନ ହୋଇଛି।
ବଜେଟ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତିଙ୍କଠାରୁ ଅନୁମୋଦନ ନେଇଥିଲେ। ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ନିର୍ମଳା ସୀତାରମଣଙ୍କୁ ବଜେଟ ଉପସ୍ଥାପନ ପୂର୍ବରୁ ଆଶୀର୍ବାଦ କରିଥିଲେ।
ଆପଣ ଜାଣିଛନ୍ତି କି ବଜେଟ୍ର ପ୍ରଚଳନ କାହିଁକି ଆରମ୍ଭ ହୋଇଥିଲା ? ଦେଶର ପ୍ରଥମ ବଜେଟ୍ କେବେ ଏବଂ କିଏ ଉପସ୍ଥାପନ କରିଥିଲେ? ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା ରୋଚକ କାହାଣୀ...
ଦାମ୍ ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ୍ LPG ସିଲିଣ୍ଡର ଦାମ୍ ଏବେ ୧୭୯୭ ଟଙ୍କା ହୋଇଛି। ଏହାପୂର୍ବରୁ ସିଲିଣ୍ଡର ପିଛା ୧୮୦୪ଟଙ୍କା ଥିଲା।
ଏହା ପୂର୍ବରୁ ୧ ଫେବୃଆରୀ ୨୦୨୦ ଏବଂ ୨୮ ଫେବୃଆରୀ ୨୦୧୫ରେ ବଜେଟ୍ ଯୋଗୁ ସେୟାର ବଜାର ଶନିବାର ମଧ୍ୟ ଖୋଲା ରହିଥିଲା ।
ବଜେଟ ଇଂଲିଶ ଶବ୍ଦ Budgetରୁ ଆସିଛି। ଏହି ଶବ୍ଦର ଅର୍ଥ ସରକାରଙ୍କ ଅର୍ଥ ବ୍ୟବସ୍ଥାକୁ ବୁଝାଇଥାଏ। ଏହା ମୂଳ ରୂପେ ଫ୍ରେଞ୍ଚ ଶବ୍ଦ Bougetteରୁ ଆସିଛି ଯାହାର ଅର୍ଥ ଚମଡ଼ା ବ୍ରିଫକେଶ।
ଏଥର ମନେ ହେଉଛି ଯେ ସରକାର ମୁଦ୍ରାସ୍ଫୀତି ଏବଂ ଟିକସ କ୍ଷେତ୍ରରେ ଅନେକ ଘୋଷଣା କରିପାରନ୍ତି। ଏଗୁଡ଼ିକ ମଧ୍ୟରୁ ସବୁଠାରୁ ବଡ଼ ଉପହାର ଟିକସ ଛାଡ଼ ଆକାରରେ ମିଳିବାର ସମ୍ଭାବନା ଅଛି।ତେବେ ଏଥର ବଜେଟ୍ରେ ଥିବା ୭ଟି ସମ୍ଭାବନା ବିଷୟରେ ଜାଣନ୍ତୁ...