Advertisment

BJP Leaders Meet In Delhi: ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ...

ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ ବସିଛି । ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

author-image
Sujit kumar Swain
BJP Leaders Meet In Delhi

BJP Leaders Meet In Delhi

ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ । ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ ବସିଛି । ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ଅଛନ୍ତି । ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଠକରେ ଉପସ୍ଥିତ ଅଛନ୍ତି । ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ବୈଠକରେ ଆଲୋଚନା ଚାଲିଥିବା ସୂଚନା ମିଳିଛି ।

Advertisment

ଏପଟେ ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି । ଭୋଟିଂରୁ ବିରତ ରହିବ ବିଜେଡି । ଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା । ଦଳୀୟ ସାଂସଦଙ୍କ ସୂତ୍ରରୁ ଏଭଳି ସୂଚନା । ରାଜ୍ୟସଭାରେ ଅଛନ୍ତି ବିଜେଡିର ୭ ସାଂସଦ । ସି.ପି. ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି ଏନଡିଏ । ମୈଦାନରେ ଇଣ୍ଡି ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ରହିଛନ୍ତି । କାହାକୁ ବି ସମର୍ଥନ କରିବନି ବିଜେଡି ।

BJP BJP Odisha
Advertisment
Related Articles
Advertisment