/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757335951.jpg)
Jagatsinghpur Floods
ଜଗତସିଂହପୁରରେ ବନ୍ୟା । କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକରେ ବନ୍ୟା ପାଣିି ପଶିଛି । କୁଜଙ୍ଗର ଦୁଇଟି ଗାଁ ସାହାରାଡିଆ ଏବଂ ହରିପୁରରେ ବନ୍ୟା ପାଣି ପଶିବା ଯୋଗୁ ଲୋକମାନେ ନାହିଁନଥିବାର ହଇରାଣ ହେଉଛନ୍ତି । ଗାଁକୁ ସଂଯୋଗ କରୁଥିବା ରାସ୍ତା ଉପରେ ବନ୍ୟାପାଣି ଚାଲୁଥିବାରୁ ଗମନାଗମନ ପ୍ରଭାବିତ ହୋଇଛି। ପିଲାମନେ ସ୍କୁଲ-କଲେଜ ଯାଇପାରୁନାହାନ୍ତି । ମହାନଦୀ ଏବଂ ପାଇକା ନଦୀର ବନ୍ୟା ପାଣି ପ୍ରବେଶ କରିବାରୁ ଶହ ଶହ ଏକର ଚାଷ ଜମିରେ ଫସଲ ନଷ୍ଟ ହୋଇଛି।
ସେପଟେ ତିର୍ତ୍ତୋଲରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି କୋଟକଣା ପଂଚାୟତର ଆଦିବାସୀ ସାହି। ପ୍ରାୟ ୨୦ରୁ ଊର୍ଦ୍ଦ୍ବ ପରିବାର ପାଣି ଘେରରେ ରହିଛନ୍ତି। ବିପନ୍ନଙ୍କ ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କରିନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ସେଇଭଳି ମଣିଜଙ୍ଗା ବ୍ଳକର ଗୋପାଳ ସାହିରେ ୫୦ ପରିବାର ବନ୍ୟାପାଣି ପଶିବାରୁ ଲୋକେ ଘର ଛାଡ଼ି ନଦୀବନ୍ଧରେ ଆଶ୍ରୟ ନେଇଛନ୍ତି। ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହେବାସହ ୨ହଜାରରୁ ଉର୍ଦ୍ଧ୍ବ ଗୋରୁଗାଈ ପାଣିଘେରରେ ରହିଛନ୍ତି। ଅନ୍ୟପଟେ ତିର୍ତ୍ତୋଲ ବିଡିଓ ଆଦିବାସୀ ସାହିରେ ପହଂଚି ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)