/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757318345.jpg)
BJD leader Shreemayee Mishra
ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଚର୍ଚ୍ଚା। ଦୀର୍ଘଦିନର ନୀରବତା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ନିଜ ଅସନ୍ତୋଷ ଝାଡିଛନ୍ତି ଏହି ନାରୀ ନେତ୍ରୀ। ଯଦିଓ ସେ ସିଧାସଳଖ କାହା ନାଁ ନେଇ ନାହାନ୍ତି ତେବେ ଅଯୋଗ୍ୟ ରାଜା କହି ସେ ଟାର୍ଗେଟ କରିଛନ୍ତି।
ଶ୍ରୀମୟୀ ଲେଖିଛନ୍ତି, ଧୃତରାଷ୍ଟ୍ର ହସ୍ତିନାପୁରର ରାଜା ଭାବେ ଦ୍ରୌପଦୀଙ୍କ ଅପମାନ ହେଉଥିବା ସଭାରେ ଅଧ୍ୟକ୍ଷତା କରୁଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ ଏହି ଅପମାନ ରୋକିବାକୁ ଚେଷ୍ଟା କରିନଥିଲେ। ଧୃତରାଷ୍ଟ୍ରଙ୍କର ତାଙ୍କ ପ୍ରତ୍ରମାନଙ୍କ ବିଶେଷତଃ ଦୁର୍ଯ୍ୟୋଧନ ପ୍ରତି ଅନ୍ଧ ପ୍ରୀତି ତାଙ୍କୁ ନୀରବ ରହିବାକୁ ପ୍ରଭାବିତ କରିଥିଲା। କିଛି ଲୋକ ଧୃତରାଷ୍ଟ୍ର ପରି ଅନ୍ଧ ଯେଉଁମାନେ ଅନ୍ୟାୟ ରୋକିବାକୁ ପ୍ରକୃତ ପ୍ରୟାସ କରନ୍ତି ନାହିଁ। ଇତିହାସ ଏପରି ଅଯୋଗ୍ୟ ରାଜାଙ୍କୁ କେବେ କ୍ଷମା କରେ ନାହିଁ, କାରଣ ସେମାନଙ୍କର ନୀରବତା ଦୁଃଖଦ ପରିଣାମ ଆଣିଥାଏ। ତେବେ ଏଠାରେ ପ୍ରଶ୍ନ କିଏ ସେ ଅଯୋଗ୍ୟ ରାଜା ? କାହାର ନୀରବତା କଥା କହିଛନ୍ତି ଶ୍ରୀମୟୀ ? ରାଜ୍ୟ ରାଜନୀତିରେ ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ଉପାଖ୍ୟାନକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏପଟେ ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ନିଶାନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ଶ୍ରୀମୟୀ ମିଶ୍ର ଆମ ସହିତ ଅଛନ୍ତି। ନବୀନ ତାଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି। ସୋସିଆଲ ମିଡିଆରେ ଆମେ ଆମ ଭାବନାକୁ ବ୍ୟକ୍ତ କରୁ । ଏଥିରେ ଦଳ ସହିତ କୌଣସି ସମ୍ପର୍କ ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)