ଏକଦା ନିଜ କ୍ୟାରିଅର୍କୁ ଆଗକୁ ନେବା ପାଇଁ ଗୁପ୍ଚୁପ୍ ବିକିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ନେଇ ଏବେ ଭାରତୀୟ କ୍ରିକେଟ୍ରେ ବେଶ୍ ଚର୍ଚ୍ଚା । ଜୁନିଅର୍ କ୍ରିକେଟ୍, ପ୍ରଥମ-ଶ୍ରେଣୀ କ୍ରିକେଟ୍, ଆଇପିଏଲ୍ର ସଫଳ ଯାତ୍ରା ପରେ ସେ ନିଜ ପଦାର୍ପଣ ଟେଷ୍ଟରେ ହିଁ ଶତକ ଲଗାଇ ନିଜ ପ୍ରତିଭାର ପରାକାଷ୍ଠା...
ସୁନୀଲ ଛେତ୍ରୀଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଫୁଟ୍ବଲ୍ ଟିମ୍ ଗୋଟିଏ ମାସ ମଧ୍ୟରେ ଦୁଇଟି ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଜିତିବା ସହ ଫିଫା ମାନ୍ୟତାର ଟପ୍-୧୦୦କୁ ପ୍ରତ୍ୟାବର୍ତ୍ତନ କରିଛି । ଚଳିତ ବର୍ଷ ଟିମ୍ ସମ୍ମୁଖରେ ବିଶ୍ୱକପ୍ କ୍ୱାଲିଫାୟର୍, ଏସିଆଡ୍ ଭଳି ବଡ଼ ଚାଲେଞ୍ଜ୍ ରହିଛି । ଏବେ ଚର୍ଚ୍ଚା...
୨୦୨୩ ବିଶ୍ୱକପ୍ରେ କିଏ ହେବ ଟିମ୍ ଇଣ୍ଡିଆର ୱିକେଟ୍କିପର୍-ବ୍ୟାଟର୍? ଏହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ରିଷଭ ପନ୍ତ ଅନ୍ଫିଟ୍ ଥିବାରୁ ତାଙ୍କ ବିକଳ୍ପ ଖୋଜାଚାଲିଛି । ୱିକେଟ୍କିପର୍-ବ୍ୟାଟର୍ ଭାବେ ପନ୍ତଙ୍କ ଅନୁପସ୍ଥିତିରେ ପ୍ରଥମ ପସନ୍ଦ ହେଉଛନ୍ତି ଲୋକେଶ ରାହୁଲ । ଏହାଛଡ଼ା ଦୌଡ଼ରେ ଈଶାନ କିଶନ,...
ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଡବ୍ଲ୍ୟୁଟିସି ଫାଇନାଲ୍ରେ ପରାଜିତ ହେବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ରୋହିତ କ’ଣ ଆଗାମୀ ଦୁଇ ବର୍ଷ ଯାଏଁ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ରହିବେ? ଟେଷ୍ଟ ଟିମ୍ର ନେତୃତ୍ୱ ନେବା ପାଇଁ ଏବେ ଭାରତ ପାଖରେ କ’ଣ କୌଣସି ବଳିଷ୍ଠ...
ଚର୍ଚ୍ଚା ହେଉଛି ଯେ ଟେଷ୍ଟ କ୍ରିକେଟ୍ରେ ଭାରତର ତିନି ପ୍ରମୁଖ ବ୍ୟାଟର୍ - ବିରାଟ କୋହଲି, ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ସମୟ ସରିଆସିଲାଣି । ସେମାନଙ୍କ ବିକଳ୍ପ ଖୋଜିବା ଜରୁରୀ ହୋଇଯାଇଛି । ଆଗାମୀ ଦୁଇ ବର୍ଷ ଅର୍ଥାତ୍ ପରବର୍ତ୍ତୀ ଡବ୍ଲ୍ୟୁଟିସି ଫାଇନାଲ୍କୁ ଆଖି ଆଗରେ...
ଦୀର୍ଘ ଦିନ ପରେ ଭାରତୀୟ ଟେଷ୍ଟ ଟିମ୍କୁ ଫେରିଥିବା ବ୍ୟାଟର୍ ଅଜିଙ୍କ୍ୟ ରାହାଣେଙ୍କୁ ଏବେ ଖୁବ୍ ଚର୍ଚ୍ଚା । ସେ ଡବ୍ଲ୍ୟୁଟିସି ଫାଇନାଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଉଲ୍ଲେଖନୀୟ ଇନିଂସ୍ ଖେଳି ଟିମ୍କୁ ଫଲୋଅନ୍ ସଙ୍କଟରୁ ବଞ୍ଚାଇଥିଲେ । ଏବେ ପ୍ରଶ୍ନ ଉଠିଛି, ଟେଷ୍ଟ ଟିମ୍ରେ ନିଜ ସ୍ଥାନ...
ଆଇପିଏଲ୍ ୨୦୨୩ର ଲିଗ୍ ରାଉଣ୍ଡ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷ ‘କର ବା ମର’ ମ୍ୟାଚ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ଶତକ ହାସଲ କରିଥିଲେ, କିନ୍ତୁ ତାହା ଯଥେଷ୍ଟ ନ ଥିଲା। ମ୍ୟାଚ୍ ହାରିଯିବାରୁ ବାଙ୍ଗାଲୋର ଟିମ୍ ପ୍ଲେଅଫ୍ରୁ ବଞ୍ଚିତ ହୋଇଥିଲା। ଏହା ସହିତ ପୁଣି...
ବାମହାତି ପେସର୍ ମୋହସିନ୍ ଖାନ୍ ଭାରତୀୟ କ୍ରିକେଟ୍ରେ ଆଉ ଅପରିଚିତ ନାହାନ୍ତି । ପୂର୍ବ ସିଜନ୍ ଭଳି ଚଳିତ ସିଜନ୍ରେ ବି ତାଙ୍କ ପ୍ରତିଭା ସମସ୍ତେ ଦେଖିଛନ୍ତି । ଆଘାତଜନିତ ସମସ୍ୟା ତାଙ୍କୁ ଅଟକାଇ ପାରି ନାହିଁ । ଗୋଟିଏ ପରେ ଗୋଟିଏ ସିଜନ୍ରେ ଯେଉଁ ମୁମ୍ବାଇ ଇଣ୍ଡିଆନ୍ସ...
ଆଇପିଏଲ୍ ୨୦୨୩ ସିଜନ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ତେବେ ସଦ୍ୟତମ ଚର୍ଚ୍ଚା ତାଙ୍କ ଅବସରଜନିତ ନୁହେଁ, ତାଙ୍କ ଉପଯୋଗୀ ବ୍ୟାଟିଂ ପ୍ରଦର୍ଶନ ଓ ଦୃଢ଼ ନେତୃତ୍ୱକୁ ନେଇ।
ଆଉ ମାସେ ପରେ ଆଇସିସି ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ର ଫାଇନାଲ୍ ମ୍ୟାଚ୍। ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ଫାଇନାଲ୍ରେ ସ୍ଥାନ ପାଇଛି। ଭାରତୀୟ ଟିମ୍ ଆଗରେ ରହିଛି ଅଷ୍ଟ୍ରେଲିଆ। ବଡ଼ ପ୍ରଶ୍ନ ହେଉଛି, ଏଥର ଟିମ୍ ଇଣ୍ଡିଆର ଟେଷ୍ଟ୍ କ୍ରିକେଟ୍ରେ ବିଶ୍ୱବିଜୟୀ ହେବାର ସ୍ୱପ୍ନ ସାକାର ହେବ...
ଅଜିଙ୍କ୍ୟ ରାହାଣେଙ୍କ ୨.୦ ଅବତାରକୁ ନେଇ ଏବେ ବେଶ୍ ଚର୍ଚ୍ଚା। ସେ ଆଇପିଏଲ୍ ୨୦୨୩ରେ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଥିବା ବେଳେ ନିକଟରେ ଡବ୍ଲ୍ୟୁଟିସିର ଫାଇନାଲ୍ ମ୍ୟାଚ୍ ପାଇଁ ୧୫ ମାସର ବ୍ୟବଧାନ ପରେ ଭାରତୀୟ ଟେଷ୍ଟ୍ ଟିମ୍ରେ ସ୍ଥାନ ପାଇଛନ୍ତି। ଏବେ ଟ୍ରାକ୍କୁ ଫେରୁଛି ରାହାଣେଙ୍କ କ୍ୟାରିଅର।...
ଆଇପିଏଲ୍ର ପୂର୍ବ ସିଜନ୍ରେ ଦିନେଶ କାର୍ତ୍ତିକ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଫିନିଶର୍ ଭୂମିକାକୁ ସୁଚାରୁ ରୂପେ ତୁଲାଇଥିଲେ, ହେଲେ ଚଳିତ ସିଜନ୍ରେ ସେହି ଭୂମିକା ଆଉ ତାଙ୍କୁ ସୁହାଉ ନାହିଁ। ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଫିକା ପଡ଼ିଗଲାଣି। କ୍ୟାରିଅରର ଅନ୍ତିମ ସୋପାନରେ ପହଞ୍ଚିଲେଣି କାର୍ତ୍ତିକ।
ଭାରତର ବିସ୍ଫୋରକ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା। ଏକଦା ନିଜ ବ୍ୟାଟିଂ ପାଇଁ ଅଜସ୍ର ପ୍ରଶଂସା ସାଉଁଟିଥିବା ସୂର୍ଯ୍ୟ ଆଜି କ୍ରମାଗତ ବିଫଳତା ପାଇଁ ସମାଲୋଚନାର ଶରବ୍ୟ ହୋଇଛନ୍ତି। ନିଜ ଚମକ ହରାଉଛନ୍ତି ମିଷ୍ଟର ୩୬୦।
ସଲିମ୍ ଦୁରାନୀ ଥିଲେ ଭାରତର ସବୁଠାରୁ ପ୍ରତିଭାଶାଳୀ ଓ ଷ୍ଟାଇଲିଶ୍ କ୍ରିକେଟର୍ଙ୍କ ମଧ୍ୟରେ ଅନ୍ୟତମ। ନିଜ ସମୟରେ ଖୁବ୍ ଲୋକପ୍ରିୟ ଥିଲେ ଏହି ଅଲ୍ରାଉଣ୍ଡର୍। ଦର୍ଶକଙ୍କ ଡିମାଣ୍ଡରେ ଛକା ମାରିବାର ସାମର୍ଥ୍ୟ ବି ଥିଲା ତାଙ୍କର। ତାଙ୍କ ବିୟୋଗ ବହୁ କ୍ରିକେଟ୍ପ୍ରେମୀ ଓ ପୂର୍ବତନ କ୍ରିକେଟର୍ଙ୍କୁ କରିଛି ମର୍ମାହତ।
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ର ୧୬ତମ ସଂସ୍କରଣରେ କିଏ ଜିତିବ ମୁକୁଟ? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା । ଗୁଜରାଟ ଟାଇଟନ୍ସର ମୁକୁଟ ବଜାୟ ରଖିପାରିବେ କି ହାର୍ଦ୍ଦିକ ପାଣ୍ଡ୍ୟା? ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରି ଥର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସକୁ...
ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ରେ ଟିମ୍ ଇଣ୍ଡିଆର ପରାଜୟକୁ ନେଇ ଏବେ ଖୁବ ଚର୍ଚ୍ଚା। ଏହା ସହିତ ଟିମ୍ର ୨୦୨୩ ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ଉପରେ ଲାଗିଯାଇଛି ପ୍ରଶ୍ନଚିହ୍ନ। ତେବେ କାହିଁକି ହାରିଲା ରୋହିତ ସେନା? କେଉଁଠି ରହିଲା ସମସ୍ୟା?
ବର୍ଡର-ଗାଭାସ୍କର ଟ୍ରଫିରେ ନିରନ୍ତର ଭଲ ବ୍ୟାଟିଂ ପ୍ରଦର୍ଶନ କରିଥିଲେ ଅକ୍ଷର ପଟେଲ୍। ବୋଲିଂରେ ସୁଯୋଗ ପାଇବା ସ୍ଥଳେ ନେଇଥିଲେ ଜରୁରୀ ୱିକେଟ୍। ଏବେ ଚର୍ଚ୍ଚା ହେଉଛି ଯେ ଭାରତର ନିର୍ଭରଯୋଗ୍ୟ ଅଲ୍ରାଉଣ୍ଡର୍ ହୋଇପାରିବେ କି ଅକ୍ଷର?
ଟେଷ୍ଟ କ୍ରିକେଟର୍ ଅଭିଜ୍ଞ ବ୍ୟାଟର୍ ବିରାଟ କୋହଲିଙ୍କ ନୈରାଶ୍ୟଜନକ ଫର୍ମକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଟିମ୍ ଇଣ୍ଡିଆ ପାଇଁ ଏହା ଚିନ୍ତାର ବିଷୟ ହୋଇଛି। ଘରୋଇ ମାଟିରେ ତ ସେ ବାରମ୍ବାର ବିଫଳ ହେଉଛନ୍ତି, ବିଦେଶରେ ହେବାକୁ ଥିବା ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ତାଙ୍କ...
ଟିମ୍ ଇଣ୍ଡିଆର ‘ବ୍ରହ୍ମାସ୍ତ୍ର’, ପେସର୍ ଯଶପ୍ରୀତ ବୁମ୍ରା ଅନେକ ଦିନ ହେଲା ପିଠି ଯନ୍ତ୍ରଣାଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏବେ ସର୍ଜରୀ କରାଯିବା ସ୍ଥଳେ ସେ ପାଞ୍ଚ-ଛଅ ମାସ କ୍ରିକେଟ୍ରୁ ଦୂରରେ ରହିବେ। ଆଇପିଏଲ୍ ୨୦୨୩ରୁ ସେ ବାଦ୍ ପଡ଼ିସାରିଲେଣି। ପ୍ରଶ୍ନ ଉଠୁଛି ଯେ ଅକ୍ଟୋବର-ନଭେମ୍ବରରେ ଭାରତରେ...
ଲଗାତାର ଖରାପ ପ୍ରଦର୍ଶନ, ଦୁର୍ବଳ ସଟ୍ ଚୟନ ଓ ଦୟନୀୟ ଫର୍ମ ସତ୍ତ୍ୱେ ଲୋକେଶ ରାହୁଲ ଭାରତୀୟ ଟେଷ୍ଟ ଟିମ୍ରେ ନିଜ ସ୍ଥାନ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି । କ୍ରିକେଟ୍ ପଡ଼ିଆ, ଇଣ୍ଟର୍ନେଟ୍ ମିଡିଆ, କ୍ରିକେଟ୍ ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଛି ଯେ ରାହୁଲଙ୍କ ପାଖରେ ଏମିତି...