୨୦୨୪ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଟିମ୍ରେ କେଉଁମାନେ ସ୍ଥାନ ପାଇବେ, ତାହାକୁ ନେଇ ଏବେ ଜୋର୍ସୋର୍ରେ ଚର୍ଚ୍ଚା ଚାଲିଛି। ଟି-୨୦ ଆନ୍ତର୍ଜାତିକ ଛଡ଼ା ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ର ଚଳିତ ସିଜନ୍ ମଧ୍ୟ ବିଶ୍ୱକପ୍ ପାଇଁ ଚୟନର ମାପକାଠି ହୋଇଥିବାରୁ ଦାବିଦାରଙ୍କ ସଂଖ୍ୟା ବଢ଼ୁଛି।
ପ୍ରାୟ ୧୫ ମାସ ପରେ ଆଘାତରୁ ସୁସ୍ଥ ହୋଇ ଆଇପିଏଲ୍ ଜରିଆରେ କ୍ରିକେଟ୍କୁ ଫେରିଛନ୍ତି ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତ। ଏହି ଲିଗ୍ ତାଙ୍କ ପାଇଁ ୨୦୨୪ ଟି-୨୦ ବିଶ୍ୱକପ୍ ଟିମ୍ରେ ସ୍ଥାନ ପାଇବା ଲାଗି ଶେଷ ସୁଯୋଗ। ଏଥିରେ ତାଙ୍କୁ ନିଜ ଫର୍ମ ଓ ଫିଟ୍ନେସ୍ ସାବ୍ୟସ୍ତ କରିବାକୁ...
ଉଭୟ ରେଡ୍ ଓ ହ୍ୱାଇଟ୍ ବଲ୍ କ୍ରିକେଟ୍ରେ ନିଜ ଉପଯୋଗିତା ସାବ୍ୟସ୍ତ କରିଛନ୍ତି ଭାରତର ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ସେ ଥିଲେ ଟିମ୍ର ସବୁଠାରୁ ପ୍ରଭାବଶାଳୀ ସ୍ପିନର୍।
ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତର ଯୁବ ଖେଳାଳି ଧ୍ରୁବ ଜୁରେଲ୍ଙ୍କ ପ୍ରଦର୍ଶନକୁ ନେଇ ଏବେ ଖୁବ୍ ଚର୍ଚ୍ଚା। ପ୍ରଶ୍ନ ଉଠୁଛି ଯେ ଟେଷ୍ଟ ଟିମ୍ରେ ୱିକେଟ୍କିପର୍-ବ୍ୟାଟର୍ ଭାବେ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନ ନେଇପାରିବେ କି ଜୁରେଲ୍?
ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡକୁ ହରାଇ ସିରିଜ୍କୁ ସମାନ ସ୍ଥିତିକୁ ଆଣିବା ପରେ ଏବେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଭାରତ ମାଟିରେ ଧରାଶାୟୀ ହେବ କି ଇଂଲଣ୍ଡର ‘ବାଜ୍ବଲ୍’ ରଣନୀତି? ବିଫଳ ହେବେ କି ମୁଖ୍ୟ କୋଚ୍ ବ୍ରେଣ୍ଡନ୍ ମ୍ୟାକୁଲମ୍?
ଚଳିତ ରଣଜୀ ସିଜନ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଥିବା ଚେତେଶ୍ୱର ପୂଜାରାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଭାରତୀୟ ଟେଷ୍ଟ୍ ଟିମ୍କୁ ଫେରିବେ କି ଏହି ଅଭିଜ୍ଞ ବ୍ୟାଟର୍? ଇଂଲଣ୍ଡ ବିପକ୍ଷ ଶେଷ ତିନି ଟେଷ୍ଟରେ ପାଇବେ କି ସୁଯୋଗ?
ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ୍ରେ ଦମ୍ଦାର ପ୍ରଦର୍ଶନ କରିଛନ୍ତି ଭାରତର ଶିବମ୍ ଦୁବେ। ଏବେ ପ୍ରଶ୍ନ ଉଠିଛି ଯେ ଜୁନ୍ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆରେ ସୁଯୋଗ ପାଇବେ କି ଏହି ପେସ୍ ବୋଲିଂ ଅଲ୍ରାଉଣ୍ଡର୍?
୨୦୨୪ ଭାରତୀୟ ଟିମ୍ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ? ଏହି ବର୍ଷ ଆଇସିସି ଟ୍ରଫି ପାଇଁ ଟିମ୍ର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବ କି? କ୍ରମାଗତ ତୃତୀୟ ଥର ଡବ୍ଲ୍ୟୁଟିସି ଫାଇନାଲ୍ରେ ପ୍ରବେଶ ପାଇଁ ଭାରତର ଦାବିଦାର ମଜଭୁତ ହୋଇପାରିବ କି?
ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍ ୨୦୨୪ ପାଇଁ ଟିମ୍କୁ ପାଞ୍ଚ ଥର ଚାମ୍ପିଅନ୍ କରାଇଥିବା ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ କରିଛି। ଏହାକୁ ନେଇ ଭାରତୀୟ କ୍ରିକେଟ୍ ମହଲରେ ଖୁବ ଚର୍ଚ୍ଚା ହେଉଛି। ଏହା ସହିତ ପ୍ରଶ୍ନ ଉଠିଛି ଯେ ଆଇପିଏଲ୍ରେ ଆଗକୁ କ’ଣ କରିବେ...
ଭାରତୀୟ ଯୁବ ଖେଳାଳିମାନେ ଏବେ ଟି-୨୦ କ୍ରିକେଟ୍ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଯେ ସେମାନଙ୍କ ମଧ୍ୟରେ ଟିମ୍କୁ ୨୦୨୪ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତାଇବାର ସାମର୍ଥ୍ୟ ରହିଛି କି?
ଭାରତୀୟ ଟି-୨୦ ଟିମ୍ର ‘ନୂଆ ଫିନିଶର୍’ ଭାବେ ରିଙ୍କୁ ସିଂହଙ୍କ ଅଭ୍ୟୁଦୟ ହୋଇଛି। ଏବେ ପ୍ରଶ୍ନ ଉଠୁଛି, ଭାରତର ଟି-୨୦ ବିଶ୍ୱକପ୍ ଟିମ୍ରେ ସୁଯୋଗ ପାଇବେ କି ଏହି ବିସ୍ଫୋରକ ବାମହାତି ବ୍ୟାଟର୍?
୨୦୨୩ ଦିନିକିଆ ବିଶ୍ୱକପ୍ ପରେ ଟିମ୍ ଇଣ୍ଡିଆର ଦୁଇ ଶ୍ରେଷ୍ଠ ଖେଳାଳି - ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ପ୍ରଶ୍ନ ଉଠିଛି । ଟୁର୍ଣ୍ଣାମେଣ୍ଟରେ ଦମ୍ଦାର ପ୍ରଦର୍ଶନ କରିଥିବା ବିରାଟ ଓ ରୋହିତ ଆଗକୁ ଆଉ କେତେ ଦିନ ଖେଳିବେ?
୨୦୨୩ ଦିନିକିଆ ବିଶ୍ୱକପ୍ର ଫାଇନାଲ୍ରେ ଅଷ୍ଟ୍ରେଲିଆ ଠାରୁ ଭାରତର ପରାଜୟ ପରେ ଦେଶର କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ଠାରୁ ନେଇ ଡ୍ରେସିଂରୁମ୍ରେ ଖେଳାଳିଙ୍କ ପର୍ଯ୍ୟନ୍ତ - ସମସ୍ତେ ନିରାଶ ହୋଇଥିଲେ। ଏହା ଏବେ ବଡ଼ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ପ୍ରଶ୍ନ ଉଠୁଛି ଯେ ଏହି ପରାଜୟ ଟିମ୍...
୨୦୨୩ ଦିନିକିଆ ବିଶ୍ୱକପ୍ରେ ଦୃଢ଼ ପ୍ରଦର୍ଶନ କରୁଥିବା ଭାରତୀୟ ଯୁବ ବ୍ୟାଟର୍ ଶ୍ରେୟସ ଆୟରଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଟିମ୍ରେ ତାଙ୍କ ଉପସ୍ଥିତି ଖୁବ୍ ଗୁରୁତ୍ୱ ରଖେ। ସେ ମଧ୍ୟକ୍ରମର ବାଦ୍ଶାହ, ତାଙ୍କ ବିନା ଟିମ୍ର ବ୍ୟାଟିଂ ଲାଇନ୍ଅପ୍ ସତେ ଯେମିତି ଅସମ୍ପୂର୍ଣ୍ଣ।
ଜଣେ ଖେଳାଳି ଭାବେ ଅଧୁରା ରହିଯାଇଥିଲା ରାହୁଲ ଦ୍ରାବିଡ଼ଙ୍କ ବିଶ୍ୱକପ୍ ବିଜୟର ସ୍ୱପ୍ନ। ଦୁଇ ବର୍ଷ ହେଲା ସେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଦ୍ରାବିଡ଼ଙ୍କ ସେହି ସ୍ୱପ୍ନ ସାକାର ହେବ କି? ତାଙ୍କ ପ୍ରଶିକ୍ଷଣରେ ଟିମ୍ ଇଣ୍ଡିଆ ଏଥର ଜିତିବ କି ବିଶ୍ୱକପ୍?
୨୦୨୩ ଦିନିକିଆ ବିଶ୍ୱକପ୍ରେ ଭାରତୀୟ ବୋଲର୍ଙ୍କୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା। ପେସର୍ ଯଶପ୍ରୀତ ବୁମ୍ରା ହୁଅନ୍ତୁ ବା ମହମ୍ମଦ ଶାମୀ ଅଥବା କୁଲଦୀପ ଯାଦବ, ରବୀନ୍ଦ୍ର ଜାଡ଼େଜାଙ୍କ ଭଳି ସ୍ପିନର୍ - ସେମାନଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ବଳରେ ଉଜ୍ଜ୍ୱଳ ହୋଇଛି ତୃତୀୟ ବିଶ୍ୱ ମୁକୁଟ ଜିତିବାର ସମ୍ଭାବନା।...
ଆଘାତରୁ ସୁସ୍ଥ ହୋଇ ପ୍ରତ୍ୟାବର୍ତ୍ତନ ପରେ ନୂଆ ଅବତାରରେ ଭାରତୀୟ ୱିକେଟ୍କିପର୍-ବ୍ୟାଟର୍ ଲୋକେଶ ରାହୁଲ। ଏବେ ସେ ସାଜିଛନ୍ତି ମଧ୍ୟକ୍ରମର ମେରୁଦଣ୍ଡ। କେବଳ ବ୍ୟାଟର୍ ଭାବେ ନୁହନ୍ତି, ୱିକେଟ୍କିପର୍ ଭାବରେ ମଧ୍ୟ ତୁଲାଉଛନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା।
ବିଶ୍ୱକପ୍ରେ ରୋହିତ ଶର୍ମାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା। ଏ ଯାବତ ରୋହିତ କେବଳ ଅଧିନାୟକ ଭାବେ ନୁହନ୍ତି, ଜଣେ ବ୍ୟାଟର୍ ଭାବେ ମଧ୍ୟ ସଫଳ ହୋଇଛନ୍ତି। ତେବେ ପୁରୁଣା ରୂପକୁ ଫେରିଥିବା ହିଟ୍ମ୍ୟାନ୍ଙ୍କୁ କ’ଣ ଆଗକୁ ଆଶାନୁରୂପ ସଫଳତା ମିଳିପାରିବ? ସେ କ’ଣ ଟିମ୍ ଇଣ୍ଡିଆର ୧୨...
ଭାରତରେ ଆରମ୍ଭ ହୋଇଯାଇଛି ୨୦୨୩ ଦିନିକିଆ ବିଶ୍ୱକପ୍। ଏଥର ମୁକୁଟର ଦାବିଦାରମାନଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ଟିମ୍ ଇଣ୍ଡିଆ। ତେବେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବି ରହିଛି ଦୌଡ଼ରେ।
୨୦୨୩ ବିଶ୍ୱକପ୍ ଟିମ୍ରେ ବିଶେଷଜ୍ଞ ବୋଲର୍ମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ସେମାନେ ଟିମ୍ର ବଡ଼ ଆଶା। ତେବେ ଏସିଆ କପ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପରେ ବିଶ୍ୱକପ୍ ଭଳି ବଡ଼ ମଞ୍ଚରେ କମାଲ୍ କରିପାରିବେ କି ଭାରତୀୟ ବୋଲର୍?