କିଛି ବର୍ଷ ହେଲା ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର କ୍ରମାଗତ ବିଫଳତା ପଛର ମୁଖ୍ୟ କାରଣ ହେଉଛି ଟିମ୍ର ତାରକା ବ୍ୟାଟର୍ ବାବର ଆଜମ୍ଙ୍କ ପ୍ରଦର୍ଶନରେ ଅବନତି । ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବି ଖାସ୍ ପ୍ରଦର୍ଶନ କରିପାରି ନାହାନ୍ତି ଏହି ପୂର୍ବତନ ଅଧିନାୟକ ଏବଂ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ...
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଅପରାଜିତ ଶତକୀୟ ଇନିଂସ୍ ଖେଳି ଟିମ୍ ଇଣ୍ଡିଆକୁ ଦମ୍ଦାର ଢଙ୍ଗରେ ଜିତାଇଛନ୍ତି ସିନିଅର୍ ବ୍ୟାଟର୍ ବିରାଟ କୋହଲି । ତାଙ୍କର ଏହି ପ୍ରଦର୍ଶନକୁ ନେଇ ଏବେ ଖୁବ୍ ଚର୍ଚ୍ଚା । କାହିଁକି ତାଙ୍କୁ ‘କିଙ୍ଗ୍ କୋହଲି’ କୁହାଯାଏ,...
ପ୍ରଦର୍ଶନରେ ନିରନ୍ତରତାର ଅଭାବ, ଦୁର୍ବଳ ଫର୍ମ ଓ ନକାରାତ୍ମକ ଫଳାଫଳ କ’ଣ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ଇଂଲଣ୍ଡ ଟିମ୍ର ‘ବାଜ୍ବଲ୍’ ଦୃଷ୍ଟିକୋଣର ଅନ୍ତ ଘଟାଇବ? ଏହି ଆଇସିସି ଟୁର୍ଣ୍ଣାମେଣ୍ଟ ‘ବାଜ୍ବଲ୍’ ପାଇଁ ହୋଇପାରେ ଏସିଡ୍ ଟେଷ୍ଟ । କ୍ରିକେଟ୍ ଜଗତରେ ଏହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା...
ପାକିସ୍ତାନ ଓ ୟୁଏଇର ଦୁବାଇ ଠାରେ ଆରମ୍ଭ ହୋଇଛି ଚାମ୍ପିଅନ୍ସ ଟ୍ରଫି ୨୦୨୫ । ମୁଖ୍ୟ ପେସର୍ ଯଶପ୍ରୀତ ବୁମ୍ରାଙ୍କ ବିନା ରେକର୍ଡ ତୃତୀୟ ଥର ଏହି ଆଇସିସି ମୁକୁଟ ଜିତିପାରିବ କି ଟିମ୍ ଇଣ୍ଡିଆ? ଅଗ୍ନିପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିବେ କି ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ...
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ‘ସଞ୍ଜୀବନୀ’ ହୋଇଛି ଇଂଲଣ୍ଡ ବିପକ୍ଷ ସିରିଜ୍ ବିଜୟ । ଏହା ସହିତ ଏହି ଆଇସିସି ମୁକୁଟ ପାଇଁ ମଜଭୁତ ହୋଇଛି ରୋହିତ ସେନାର ଦାବିଦାରୀ ।
ସୂର୍ଯ୍ୟକୁମାର ଯାଦବ ଟି-୨୦ ଆନ୍ତର୍ଜାତିକରେ ପୂର୍ଣ୍ଣକାଳୀନ ଅଧିନାୟକ ହେବା ପରଠାରୁ ୧୫ରୁ ୧୩ ମ୍ୟାଚ୍ ଜିତିଛି ଟିମ୍ ଇଣ୍ଡିଆ । କିନ୍ତୁ ଜଣେ ବ୍ୟାଟର୍ ଭାବେ ତାଙ୍କ ପ୍ରଦର୍ଶନରେ ଘଟିଛି ଅବନତି । ଏହା ତାଙ୍କ ଅଧିନାୟକତ୍ୱର ଭବିଷ୍ୟତ ଉପରେ ଲଗାଇଦେଇଛି ପ୍ରଶ୍ନଚିହ୍ନ ।
ଆନ୍ତର୍ଜାତିକ କ୍ରିକେଟ୍ରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଏବେ ବେଶ୍ ଚର୍ଚ୍ଚା । ଫେବ୍ରୁଆରୀ ୧୯ରୁ ଆରମ୍ଭ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ।
ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ରେ ନିଜ ସାମର୍ଥ୍ୟକୁ ପରଖିବ ଟିମ୍ ଇଣ୍ଡିଆ । ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଫର୍ମ ହାସଲ ପାଇଁ ଏହା ଖେଳାଳିଙ୍କ ଲାଗି ଶେଷ ସୁଯୋଗ ।
ଅଷ୍ଟ୍ରେଲିଆନ୍ ଓପନ୍ ୨୦୨୫ରେ ନିରାଶ କରିଛନ୍ତି ଭାରତୀୟ ଟେନିସ୍ ଖେଳାଳି । ଏହାପରେ ପ୍ରଶ୍ନ ଉଠିଛି, ଆନ୍ତର୍ଜାତିକ ଟେନିସ୍ରେ ଭାରତର ଭବିଷ୍ୟତ କେତେ ଉଜ୍ଜ୍ୱଳ? ଗ୍ରାଣ୍ଡ୍ସ୍ଲାମ୍ ଏକକ ବର୍ଗରେ ଭାରତୀୟ ଖେଳାଳି କେବେ ଜିତିବେ ମୁକୁଟ? କେବେ ସୁଧୁରିବ ସ୍ଥିତି?
ପେସାଦାର ଟେନିସ୍ରେ ଏବେ ଇଟାଲୀର ଜାନିକ୍ ସିନର୍ଙ୍କୁ ନେଇ ଖୁବ୍ ଚର୍ଚ୍ଚା । ନିକଟରେ କ୍ରମାଗତ ଦ୍ୱିତୀୟ ଥର ଅଷ୍ଟ୍ରେଲିଆନ୍ ଓପନ୍ ମୁକୁଟ ଜିତିଛନ୍ତି ଏହି ନୂଆ ପିଢ଼ିର ତାରକା ।
ଦିନିକିଆରେ ସ୍ୱଳ୍ପ ଅଭିଜ୍ଞତା ସତ୍ତ୍ୱେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଟିମ୍ରେ ସ୍ଥାନ ପାଇଛନ୍ତି ବାମହାତି ପେସର୍ ଅର୍ଶଦୀପ ସିଂହ ।ଏହି ବଡ଼ ସୁଯୋଗ ଜରିଆରେ ସେ ଟି-୨୦ ଭଳି ଦିନିକିଆ ଫର୍ମାଟ୍ରେ ବି ନିଜକୁ ସ୍ଥାପିତ କରିପାରିବେ ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ୧୫ଜଣିଆ ଭାରତୀୟ ଟିମ୍ରେ ସ୍ଥାନ ପାଇ ନାହାନ୍ତି ବିଦର୍ଭର ବ୍ୟାଟର୍ କରୁଣ ନାୟର। ବିଜୟ ହଜାରେ ଟ୍ରଫିରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଚୟନ ପାଇଁ ଯଥେଷ୍ଟ ହୋଇ ନାହିଁ ।
ବଦଳିଯିବ କି ଟେଷ୍ଟ କ୍ରିକେଟ୍ର ରୂପରେଖ? ୨୦୨୭ରୁ ପାରମ୍ପରିକ ଫର୍ମାଟ୍ରେ ଲାଗୁ ହେବ କି ‘ଦ୍ୱି-ସ୍ତରୀୟ ବ୍ୟବସ୍ଥା’? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଆରମ୍ଭ ହୋଇଯାଇଛି ବିତର୍କ।
ଭାରତୀୟ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଭେଟେରାନ୍ ପେସର୍ ମହମ୍ମଦ ଶାମୀ । ଚାମ୍ପିଅନ୍ସ ଟ୍ରଫିକୁ ଦୃଷ୍ଟିରେ ରଖି ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ତାଙ୍କୁ ଟିମ୍ରେ ମିଳିଛି ସୁଯୋଗ । ୧୪ ମାସ ପରେ ତାଙ୍କ ଆନ୍ତର୍ଜାତିକ ପ୍ରତ୍ୟାବର୍ତ୍ତନକୁ ନେଇ ଏବେ କ୍ରିକେଟ୍ ମହଲରେ ଚାଲିଛି ଚର୍ଚ୍ଚା।...
ରୋହିତ ଶର୍ମାଙ୍କ ପରେ କିଏ ଭାରତୀୟ ଟେଷ୍ଟ ଟିମ୍ର ଅଧିନାୟକ ହେବେ, ତାହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଉପ-ଅଧିନାୟକ ଯଶପ୍ରୀତ ବୁମ୍ରାଙ୍କୁ ମିଳିବ କି ଟେଷ୍ଟ ନେତୃତ୍ୱ, ୱିକେଟ୍କିପର୍-ବ୍ୟାଟର୍ ରିଷଭ ପନ୍ତଙ୍କୁ ଦିଆଯିବ କି ଟିମ୍ର ଦାୟିତ୍ୱ ନା ପୁଣି ଅଧିନାୟକତ୍ୱକୁ ଫେରିବେ...
ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ଠାରୁ ୧-୩ରେ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ସହିତ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରୁ ବି ବାଦ୍ ପଡ଼ିଛି । ତେବେ ପ୍ରଥମ ଟେଷ୍ଟ ଜିତିବା ସତ୍ତ୍ୱେ କାହିଁକି ସିରିଜ୍ ହାରିଗଲା ଗମ୍ଭୀରଙ୍କ ପ୍ରଶିକ୍ଷିତ ଟିମ୍?
ଅଷ୍ଟ୍ରେଲିଆରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ବି ଆଶାଜନକ ପ୍ରଦର୍ଶନ କରିପାରି ନାହିଁ ଟିମ୍ ଇଣ୍ଡିଆ । ଏହାପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପାଇଁ ଗାଦି ବଞ୍ଚାଇବା ହୋଇଛି ବଡ଼ ଚାଲେଞ୍ଜ୍। ତାଙ୍କ ପାଇଁ ଶେଷ ସୁଯୋଗ ହୋଇପାରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫।
ମେଲ୍ବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଛି ଟିମ୍ ଇଣ୍ଡିଆ । ଏହା ଫଳରେ ଡବ୍ଲ୍ୟୁଟିସିରେ ଭାରତର ସିଧାସଳଖ ଫାଇନାଲ୍ରେ ପ୍ରବେଶ ସମ୍ଭାବନା ଉପରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ବର୍ଡର-ଗାଭାସ୍କର ଟ୍ରଫି ପରେ ଟେଷ୍ଟରୁ ଅବସର ନେବେ କି ଅଧିନାୟକ ରୋହିତ ଶର୍ମା?
୨୦୨୪ରେ ଭାରତ ଟି-୨୦ରେ ବିଶ୍ୱବିଜୟୀ ହୋଇଛି, କିନ୍ତୁ ଘରେ ନ୍ୟୁଜିଲାଣ୍ଡ ଠାରୁ ଟେଷ୍ଟ ସିରିଜ୍ ଓ ଶ୍ରୀଲଙ୍କାରେ ଦିନିକିଆ ସିରିଜ୍ରେ ପରାଜୟ ଅପ୍ରତ୍ୟାଶିତ ଥିଲା । ଅନେକ ବଡ଼ ଖେଳାଳିଙ୍କ ଅବସର ଘୋଷଣା ମଧ୍ୟ ଏ ବର୍ଷ ଚର୍ଚ୍ଚାର ବିଷୟ ହୋଇଛି।
ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଏ ଯାବତ ଚାଲେଞ୍ଜ୍ପୂର୍ଣ୍ଣ ରହିଆସିଛି ଟିମ୍ ଇଣ୍ଡିଆର ଅଭିଯାନ । ତେବେ ଦମ୍ଦାର ବୋଲିଂ ପ୍ରଦର୍ଶନ ବଳରେ ଡବ୍ଲ୍ୟୁଟିସି ଫାଇନାଲ୍ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍ରା ।