Advertisment

Loud DJ Sound: ଡିଜେ ସାଉଣ୍ଡରେ ହେଲା ହୃଦଘାତ ! ବରଯାତ୍ରୀରେ ଯିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ

ଡିଜେ ନେଲା ଜୀବନ ! ବାରିପଦାରେ ଘଟିଛି ଅଭାବନୀୟ ଘଟଣା। ଡିଜେ ସାଉଣ୍ଡରେ ହୃଦଘାତ ଯୋଗୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଅଞ୍ଚଳର ଦିଲ୍ଲୀପ କୁମାର ରଣା ।

author-image
Manas Ranjan Mohanty
DJ DEATH

DJ DEATH Photograph: (OTV)

ଡିଜେ ନେଲା ଜୀବନ ! ବାରିପଦାରେ ଘଟିଛି ଅଭାବନୀୟ ଘଟଣା। ଡିଜେ ସାଉଣ୍ଡରେ ହୃଦଘାତ ଯୋଗୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ଅଞ୍ଚଳର ଦିଲ୍ଲୀପ କୁମାର ରଣା । ଦିଲ୍ଲୀପ ଗତକାଲି ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବାକୁ ବାରିପଦା ଯାଇଥିଲେ । ବରଯାତ୍ରୀରେ ଯିବାବେଳେ ମାତ୍ରାଧିକ ଡିଜେ ସାଉଣ୍ଡ ଯୋଗୁ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପ୍ରଥମେ ବାରିପଦା ଓ ପରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।  ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପଙ୍କର ମୃତ୍ୟୁ ହୋଇଛି। ଡିଜେ ସାଉଣ୍ଡ ଯୋଗୁ ତାଙ୍କର ଜୀବନ ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Advertisment

ମାତ୍ରାଧିକ ଡିଜେ ସାଉଣ୍ଡ ଯୋଗୁ ଚାଲିଗଲା ଜୀବନ !
ବାରିପଦାରେ ଅଭାବନୀୟ ଘଟଣା
ଡିଜେ ସାଉଣ୍ଡରେ ହେଲା ହୃଦଘାତ !
ମୃତକ ହେଲେ ବଡ଼ବିଲ୍ ଅଞ୍ଚଳର ଦିଲ୍ଲୀପ କୁମାର ରଣା
ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବାକୁ ବାରିପଦା ଯାଇଥିଲେ
ବରଯାତ୍ରୀରେ ଯିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ
ଚିକିତ୍ସାଧୀନ ଅବସ୍ଥାରେ ଦିଲ୍ଲୀପଙ୍କର ମୃତ୍ୟୁ 
ଡିଜେ ସାଉଣ୍ଡ ଯୋଗୁ ଜୀବନ ଯାଇଥିବା ପରିବାରର ଅଭିଯୋଗ

Advertisment
Related Articles
Advertisment