/odishatv-khabar/media/media_files/2025/11/27/batya-2025-11-27-20-44-32.jpg)
BATYA Photograph: (OTV)
୨୪ ଘଣ୍ଟାରେ ସେକେଣ୍ଡ ସାଇକ୍ଲୋନ୍ । ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ବାତ୍ୟା । ମାଲାକ୍କା ପ୍ରଣାଳୀରେ ସୃଷ୍ଟ ବାତ୍ୟା ସେନୟାର ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇସାରିଥିବା ବେଳେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ଆଜି ବାତ୍ୟାର ରୂପ ନେଇଛି । ଡିଟୱା ନାଁରେ ନାମିତ ଏହି ବାତ୍ୟା ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଚେନ୍ନାଇଠାରୁ ୭୦୦ କିଲୋମିଟର ଏବଂ ପୁଡୁଚେରୀଠାରୁ ୬୧୦ କିଲୋମିଟର ଦୂରରେ ରହିଛି । କ୍ରମେ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଉତ୍ତର ତାମିଲନାଡୁ-ପୁଡୁଚେରୀ-ଦକ୍ଷିଣ ଆନ୍ଧ୍ର ଉପକୂଳରେ ପହଞ୍ଚିବ । ଭାରତ କିମ୍ବା ଓଡ଼ିଶା ଉପରେ କୌଣସି ପ୍ରଭାବ ପକାଇ ପାରି ନ ଥିଲା ବାତ୍ୟା ସେନୟାର । ତେବେ ବାତ୍ୟା ଡିଟୱାର ପ୍ରଭାବ ଓଡ଼ିଶା ଉପରେ ପଡିବ ? ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ପ୍ରଭାବରେ ଶ୍ରୀଲଙ୍କା ସହ ତାମିଲନାଡୁ,
ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷା ହେବ । ଓଡିଶାରେ ଏହାର ପ୍ରଭାବ ରହିବା ସମ୍ଭାବନା କମ୍ । ତେବେ ଦକ୍ଷିଣ ଓ ଉପୂକଳବର୍ତ୍ତୀ ଓଡ଼ିଶାରେ ପାଗ ମେଘୁଆ ରହିପାରେ ।
ପାଖାପାଖି ମାସେ ତଳେ ବାତ୍ୟା ମୋନ୍ଥା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ବର୍ଷା ହୋଇଥିଲା । ଏଥିଯୋଗୁଁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ଯଦିଓ ବାତ୍ୟା ଡିଟୱା ଓଡ଼ିଶାର ପାଗକୁ ପ୍ରଭାବିତ କରିବା ଆଶା କମ୍ ତଥାପି ଚାଷୀ ଭୟଭୀତ ହୋଇପଡ଼ିଛି । ଏ ଦୃଶ୍ୟ ପୁରୀ ଜିଲ୍ଲା ପିପିଲି ଓ କୋଣାର୍କ ଅଞ୍ଚଳର (ଡବଲ ୱିଣ୍ଡୋ ହେବ) । ସମ୍ଭାବ୍ୟ ବର୍ଷା ଆଶଙ୍କାରେ ତରତର କରି ଧାନ ଅମଳ କରୁଛନ୍ତି ଚାଷୀମାନେ । କିଏ ମେସିନ ଲଗାଇ ବିଲରୁ ଧାନ କାଟି ନେଉଛନ୍ତି ତ କିଏ ଧାନ ବୋହି ଆଣି ଘରକୁ ଆଣୁଛନ୍ତି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ମଧ୍ୟ ସମାନ ସ୍ଥିତି ।
ସେପଟେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନ ଥିବା ବେଳେ ପୁଣି ଥରେ ଶୀତ ଫେରିଛି । ୧୦ ଡିଗ୍ରୀ ତଳେ ୬ ସ୍ଥାନ ରହିଛି । ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ରାତିର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ।
Bilaspur Double Death: ସ୍ତ୍ରୀକୁ ମାରିଲା ନିଜେ ଝୁଲିପଡ଼ିଲା , ଲିପଷ୍ଟିକରେ ଲେଖିଦେଲା ସୁଇସାଇଡ୍ ନୋଟ୍ !

Historic Moment: ଲୋକ ପ୍ରତିନିଧିଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ, ଆଚରଣ ଓ ଉଚ୍ଚାରଣରେ ସଂଜମତା ଆଣନ୍ତୁ...

Love Over Life: ପ୍ରେମିକ ପାଇଁ ନିଜ ମା’କୁ ହତ୍ୟା କଲା ଝିଅ , ସୁନା ଚେନ୍ ଦେଲାନି ବୋଲି....

Hide-and-Seek Over: ସରିଲା ଲୁଚକାଳି ଖେଳ, ଧରାପଡ଼ିଲା ମଣିଷମରା ଅଭିଯୁକ୍ତ...ଗଞ୍ଜାମରେ ଗଡାଇଥିଲା ମୁଣ୍ଡ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)