/odishatv-khabar/media/media_files/2025/11/27/digha-2025-11-27-20-48-53.jpg)
DIGHA Photograph: (OTV)
ଭାଙ୍ଗିଗଲା ଦିଦିଙ୍କ ବହପ । ବୁମେରାଂ ହେଲା `ଦୀଘା' ଦବଙ୍ଗଗିରି । ଓଡ଼ିଆଙ୍କ ପାଲଟା ନିଶାନାରେ ଥରହର ଟିଏମସି । କାଲି ତଡ଼ୁଥିଲେ, ଆଜି ଡାକିହାକି ମନେଇଲେ ପଶ୍ଚିମବଙ୍ଗରେ ଓଡ଼ିଆ ବ୍ୟବସାୟୀଙ୍କୁ ନାଲିଆଖି ବନାମ ଓଡ଼ିଶାରେ ବଙ୍ଗାଳୀ ମୁକ୍ତ ଲଢେଇରେ ଶେଷରେ ପଛଘୁଞ୍ଚା ଦେଲା ମମତା ସରକାର। ଦୀଘାରୁ ଓଡ଼ିଆ ବ୍ୟବସାୟୀଙ୍କୁ ତଡ଼ିବା ଉଦ୍ୟମ ଫେଲ୍। ଚନ୍ଦନେଶ୍ବରରେ ଓଡ଼ିଆଙ୍କ ରିଆକ୍ସନ ଦେଖି ଛାନିଆ ଟିଏମସି ଜନପ୍ରତିନିଧି। ବଙ୍ଗୀୟ ବ୍ୟବସାୟୀଙ୍କୁ ଜୋରଦାର ବିରୋଧ ପରେ ଚେତିଛି ପଶ୍ଚିମବଙ୍ଗ। ଛାନିଆ ହୋଇ ଆଜି ଓଡ଼ିଶାର ବ୍ୟବସାୟୀଙ୍କୁ ଡାକି ମନାଇବାକୁ ଉଦ୍ୟମ କରିଛି ସେଠାକାର ପ୍ରଶାସନ । ସ୍ଥାନୀୟ ଟିଏମସି ସମର୍ଥିତ ସରପଞ୍ଚ, ଭୋଗରାଇ ବ୍ଲକର ଜନପ୍ରତିନିଧି, ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀଙ୍କ ସହିତ ନିଜ ଆଡ଼ୁ ଆଲୋଚନା କରି ପୂର୍ବ ନିଷ୍ପତ୍ତିରୁ ଓହରିଥିବା ଜଣାଇଛନ୍ତି। ଦୀଘାରୁ ଉଚ୍ଛେଦ ହୋଇଥିବା ଓଡ଼ିଆ ବ୍ୟବସାୟୀଙ୍କୁ ଥଇଥାନ କରିବାକୁ ଦେଇଛନ୍ତି ପ୍ରତିଶ୍ରୁତି।
ଦୀଘା ଜଗନ୍ନାଥ ମନ୍ଦିର ନିକଟରେ ବାଲେଶ୍ବର ଭୋଗରାଇର କିଛି ଲୋକ ଦୋକାନ କରି ପରିବାର ଚଳାଉଥିଲେ। ତେବେ ଓଡ଼ିଆଙ୍କ ଖାଇବା ଥାଳିକୁ ଛଡାଇନେଇ ତଡ଼ିବାକୁ ଉଦ୍ୟମ କରିଥିଲା ତୃଣମୂଳ ସରକାର। ଯାହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ତିକ୍ତ ହୋଇଥିଲା ସମ୍ପର୍କ। ସୀମାନ୍ତରେ ବଙ୍ଗାଳୀଙ୍କ ବିରୋଧରେ ଉଗ୍ର ହୋଇଥିଲା ଓଡ଼ିଆଙ୍କ ଆକ୍ରୋଶ। ସେଠି ଓଡ଼ିଆଙ୍କୁ ଟାର୍ଗେଟ୍ କଲେ ଏଠି ବି ବଙ୍ଗୀୟ ବ୍ୟବସାୟୀ ବର୍ତ୍ତିବେନି ବୋଲି ରୋକଠୋକ୍ ଶୁଣାଇଦେଇଥିଲେ। ଏପରିକି ଚନ୍ଦନେଶ୍ୱର ଥିବା ଅସଂଖ୍ୟ ବଙ୍ଗାଳିଙ୍କୁ ଶୀଘ୍ର ଦୋକାନ ଛାଡ଼ିବାକୁ କହିଥିଲେ। ପଶ୍ଚିମବଙ୍ଗକୁ ଯାଉଥିବା ଲଘୁଖଣିଜ ସମ୍ପଦକୁ ମଧ୍ୟ ବନ୍ଦ କରିଦେବାକୁ ନିଷ୍ପତ୍ତି ହୋଇଥିଲା। ଓଡ଼ିଆଙ୍କର ଏଭଳି ପ୍ରତିକ୍ରିୟା ଦେଖି ଶେଷରେ ବାଧ୍ୟ ହୋଇ ମୁଣ୍ଡ ନୁଆଇଁଛି ପଶ୍ଚିମବଙ୍ଗ। ଏପଟେ ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି, ସ୍ଥାନୀୟ ପୋଲିସ ଓ ପ୍ରଶାସନର ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
ଓଡ଼ିଆ ଲୋକମାନେ ଯେଭଳି ଦୀଘାରେ ବ୍ୟବସାୟ କରୁଛନ୍ତି, ପଶ୍ଚିମବଙ୍ଗର ଅନେକ ଲୋକ ବି ଓଡ଼ିଶାରେ ରହି ବେପାରବଣିଜ କରୁଛନ୍ତି । ହେଲେ ମମତା ସରକାର ଆକ୍ରୋଶମୂଳକ ଭାବେ ଓଡ଼ିଆଙ୍କୁ ଟାର୍ଗେଟ୍ କଲେ ଆଗାମୀ ଦିନରେ ପରିଣାମ ଭୟଙ୍କର ହେବ ବୋଲି ଚେତାଇ ଦେଇଛି ଓଡ଼ିଶା।
Historic Moment: ଲୋକ ପ୍ରତିନିଧିଙ୍କୁ ରାଷ୍ଟ୍ରପତିଙ୍କ ପରାମର୍ଶ, ଆଚରଣ ଓ ଉଚ୍ଚାରଣରେ ସଂଜମତା ଆଣନ୍ତୁ...

Love Over Life: ପ୍ରେମିକ ପାଇଁ ନିଜ ମା’କୁ ହତ୍ୟା କଲା ଝିଅ , ସୁନା ଚେନ୍ ଦେଲାନି ବୋଲି....

Hide-and-Seek Over: ସରିଲା ଲୁଚକାଳି ଖେଳ, ଧରାପଡ଼ିଲା ମଣିଷମରା ଅଭିଯୁକ୍ତ...ଗଞ୍ଜାମରେ ଗଡାଇଥିଲା ମୁଣ୍ଡ

Man Steals Expensive Bike: ପ୍ରେମିକା ପାଇଁ ଦାମୀ ବାଇକ୍ ଚୋରି , ଗର୍ଲଫ୍ରେଣ୍ଡକୁ ଧରି ରାଜଧାନୀ ସାରା ଚକ୍କର କାଟିଲା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)