Advertisment

Political Hands Off Education: ଶିକ୍ଷକ ବଦଳିରେ ଚଳିବନି ରାଜନୈତିକ ହସ୍ତକ୍ଷେପ, ବିଧାୟକ କି ସାଂସଦ କରିପାରିବେନି ଟ୍ରାନ୍ସଫର୍ ...ସଫା ସଫା ଶୁଣାଇଲେ ହାଇକୋର୍ଟ

ଶିକ୍ଷକ ବଦଳିରେ ଆଉ ଚଳିବନି ରାଜନୈତିକ ହସ୍ତକ୍ଷେପ । ବିଧାୟକ କି ସାଂସଦ କରିପାରିବେନି ଶିକ୍ଷକଙ୍କୁ ଟ୍ରାନ୍ସଫର୍ । ସଫା ସଫା ଶୁଣାଇଲେ ହାଇକୋର୍ଟ । ରାଜ୍ୟ ସରକାର କରିଥିବା ଚିଠିକୁ ବି କଲେ ଖାରଜ ।

author-image
Manas Ranjan Mohanty
TEACHER

TEACHER Photograph: (OTV)

ଶିକ୍ଷକ ବଦଳିରେ ଆଉ ଚଳିବନି ରାଜନୈତିକ ହସ୍ତକ୍ଷେପ । ବିଧାୟକ କି ସାଂସଦ କରିପାରିବେନି ଶିକ୍ଷକଙ୍କୁ ଟ୍ରାନ୍ସଫର୍ । ସଫା ସଫା ଶୁଣାଇଲେ ହାଇକୋର୍ଟ । ରାଜ୍ୟ ସରକାର କରିଥିବା ଚିଠିକୁ ବି କଲେ ଖାରଜ । ଯା ଫଳରେ ପ୍ରତି ଏମଏଲଏ ଓ ଏମପିଙ୍କୁ ନିଜ ଅଞ୍ଚଳର ୧୫ଜଣ ଲେଖାଏଁ ଯୋଗ୍ୟ ସ୍କୁଲ ଶିକ୍ଷକଙ୍କ ବଦଳି ପାଇଁ ରାଜ୍ୟ ସରକାର ଦେଇଥିବା କ୍ଷମତାରେ ପୂର୍ଣ୍ଣଛେଦ ପଡ଼ିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଓ ଶିକ୍ଷକ ବଦଳିରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ଆବେଦନକାରୀଙ୍କ ଓକିଲ କହିଛନ୍ତି- ଶିକ୍ଷକ ମାନେ ଦେଶର ଭବିଷ୍ୟତ ଗଢ଼ନ୍ତି। ତେଣୁ ସେମାନଙ୍କ ବଦଳି ଲୋକ ପ୍ରତିନିଧିଙ୍କ ହାତରେ ନ୍ୟସ୍ତ କରାଗଲେ ସେମାନେ ରାଜନୈତିକ ହାତବାରିସି ସାଜିବେ। କେବଳ ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ କାହାରି ପାଖେ ଶିକ୍ଷକ ବଦଳି କ୍ଷମତା ନାହିଁ ବୋଲି ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ରହିଛି। ତେଣୁ ଓଡ଼ିଶାରେ ଏହାର ଉଲ୍ଲଂଘନ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ଯୁକ୍ତି ଓ ତଥ୍ୟକୁ ହୃଦୟଙ୍ଗମ କରି ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ଉଚ୍ଚ ନ୍ୟାୟାଳୟ ନାପସନ୍ଦ କରିବା ସହ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ସଂପର୍କିତ ଚିଠିକୁ ବି ଖାରଜ କରିଛନ୍ତି। ଫଳରେ ଯେଉଁ ଶିକ୍ଷକମାନେ ବଦଳି ଅର୍ଡର ପାଇ ନୂଆ ସ୍କୁଲରେ ଜଏନ କରିଛନ୍ତି, ସେମାନେ ଆସନ୍ତା ଶିକ୍ଷାବର୍ଷ ପର୍ଯ୍ୟନ୍ତ ସେଇଠି କାର୍ଯ୍ୟ କରିବେ। ନୂଆ ଶିକ୍ଷାବର୍ଷ ଆରମ୍ଭ ହେଲେ ପୁଣି ନିଜ ପୂର୍ବ ସ୍ଥାନକୁ ଫେରି ଆସିବେ।...

Advertisment



ନିଜ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କୁ ବଦଳି ପାଇଁ ସାଂସଦ ଓ ବିଧାୟକମାନେ ସୁପାରିଶ କରିପାରିବେ ବୋଲି ଗତ ମେ ୧୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖା ଯାଇଥିଲା। ଇଏ ସେଇ ଚିଠି। ଯାହା ଆଧାରରେ ଅନେକ ଶିକ୍ଷକଙ୍କୁ ଡିଇଓ ମାନେ ବଦଳି ବି କରିଛନ୍ତି। ହେଲେ ଆଜି ହାଇକୋର୍ଟଙ୍କ ରୋକ୍ ନିଷ୍ପତ୍ତିକୁ ସ୍ବାଗତ କରିଛି ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ। କହିଛି ଶିକ୍ଷକ ବଦଳି କ୍ଷେତ୍ରରେ ସଂସ୍କାର ଆସିବା ଜରୁରୀ।...

ସେପଟେ ଶିକ୍ଷକ ବଦଳିରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନା ପରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେଡି କହିଛି ସରକାରଙ୍କର ଏହା ଏକ ଭୁଲ୍ ନିଷ୍ପତ୍ତି ଥିଲା। ସେମିତି କଂଗ୍ରେସ କହିଛି-ଶିକ୍ଷକ ବଦଳିକୁ ନେଇ ଜନ ପ୍ରତିନିଧିଙ୍କ ଉପରେ ପ୍ରବଳ ଚାପ ପଡୁଥିଲା ଓ ଅନେକ ଯୋଗ୍ୟ ଶିକ୍ଷକ ବି ବଦଳିରୁ ବାଦ୍ ପଡୁଥିଲେ। ତେଣେ ଜବାବରେ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି- ଛାତ୍ରଛାତ୍ରୀଙ୍କ ଅନୁପାତ ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷକ ବଦଳି କରାଯାଏ। ହାଇକୋର୍ଟଙ୍କ ଆଦେଶର ତର୍ଜମା ହେବ ଓ ଶିକ୍ଷକ ବଦଳିରେ ସ୍ୱଛତା ନେଇ ତାଙ୍କ ବିଭାଗ କାମ କରିବ।...

Advertisment
Related Articles
Advertisment