/odishatv-khabar/media/media_files/2025/12/15/baijayant-panda-reappointed-2025-12-15-15-48-55.jpg)
Baijayant Panda Reappointed Photograph: (OTV)
ବୈଜୟନ୍ତଙ୍କୁ ପୁଣି ମିଳିଛି ଗୁରୁ ଦାୟିତ୍ବ। ଆସାମ ନିର୍ବାଚନ ପ୍ରଭାରୀ ଭାବେ ମିଳିଛି ନିଯୁକ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପକ୍ଷରୁ ଆଜି ବିଧିବଦ୍ଧ ଭାବେ ନିଯୁକ୍ତି ଜାରି କରାଯାଇଛି।
ଆସନ୍ତାବର୍ଷ ମାର୍ଚ୍ଚ, ଏପ୍ରିଲ ମଧ୍ୟରେ ଆସାମରେ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଜୟଙ୍କୁ ପୁଣି ଥରେ ଆସାମ ଦାୟିତ୍ବ ଦେଇଛି ଦଳ। ୨୦୨୧ ମସିହାରେ ଆସାମରେ ବିଜେପି ସଂଗଠନ ଇନଚାର୍ଜ ଥିଲେ ବୈଜୟନ୍ତ। ଜୟଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢ଼ିଥିଲା ଏବଂ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା।
ଏହାପରେ ଦିଲ୍ଲୀ ଦାୟିତ୍ବ ଜୟଙ୍କୁ ଦେଇଥିଲା ଦଳ। ସେଠି ବି ବିଜେପି ମ୍ୟାଜିକ୍ ନମ୍ବର ହାସଲ କରିଥିଲା। ଦୀର୍ଘ ୨୬ ବର୍ଷ ପରେ ଦିଲ୍ଲୀରେ ଆପ୍ ସରକାରକୁ ହଟାଇ ବିଜେପି କ୍ଷମତାକୁ ଫେରିଥିଲା। ଏସବୁ ଦେଖି ପୁଣି ଥରେ ଦଳ ଆସାମ ପାଇଁ ବୈଜୟନ୍ତଙ୍କୁ ଦାୟିତ୍ବ ଦେଇଛି।
ତାଙ୍କ ସହ ସୁନୀଲ ଶର୍ମା, ଦର୍ଶନା ବେନ୍ ଜର୍ଦୋଶଙ୍କୁ ନିର୍ବାଚନ ସହ ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିପରି ଆସନ୍ତା କିଛି ମାସରେ ହେବାକୁ ଥିବା ତାମିଲନାଡ଼ୁ ନିର୍ବାଚନ ପାଇଁ ପୀୟୁଷ ଗୋଏଲଙ୍କୁ ନିଯୁକ୍ତ କରିଛି ଦଳ।
ବୈଜୟନ୍ତଙ୍କୁ ଆସାମ, ପୀୟୂଷଙ୍କୁ ତାମିଲନାଡ଼ୁ
ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଗୁରୁ ଦାୟିତ୍ବ
ଆସାମ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନିଯୁକ୍ତି ଦେଲେ
ସୁନୀଲ ଶର୍ମା, ଦର୍ଶନା ବେନ୍ ଜର୍ଦୋଶ ନିର୍ବାଚନ ସହ-ପ୍ରଭାରୀ
ପୀୟୁଷ ଗୋଏଲ ତାମିଲନାଡୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ
Weekly Horoscope From 15th December 2025 To 21st December 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

‘No Regrets’: କଂଗ୍ରେସରୁ ବହିଷ୍କାର ପରେ ମୁହଁ ଖୋଲିଲେ ମୋକିମ, ମୁଁ ଆନନ୍ଦିତ 'ନୋ ରିଗ୍ରେଟ'

Youth Displays Courage Despite Being Unarmed: ବର୍ଷୁଥିଲା ଧମାଧମ ଗୁଳି, ଖାଲି ହାତରେ ସାହସ ଦେଖାଇଲେ ଯୁବକ

Husband Taken into Custody: ବାହାଘରର ୧୨ ବର୍ଷ ପରେ ସ୍ତ୍ରୀର ଏତଲା, ବନ୍ଧା ହେଲା ସ୍ବାମୀ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)