/odishatv-khabar/media/media_files/2025/12/22/railway-fare-hike-2025-12-22-09-50-17.jpg)
Railway Fare Hike Photograph: (OTV)
ବର୍ଷ ଶେଷରେ ରେଳଯାତ୍ରୀଙ୍କୁ ବଡ଼ ଝଟ୍କା । ଏଣିକି ଆହୁରି ମହଙ୍ଗା ହୋଇଗଲା ଟ୍ରେନ ଯାତ୍ରା । ବଢିଲା ଟିକେଟ୍ ଦାମ୍ । ଜେନେରାଲରୁ ନେଇ ଏସି କ୍ଲାସ୍ ଯାଏଁ, ଟିକେଟ୍ ଦର ବଢାଇଲା ରେଲୱେ । ଯାତ୍ରୀ ପକେଟ୍ ଉପରେ ବଢିଲା ବୋଝ । ଖାସ୍ କରି ଦୂରକୁ ଯାତ୍ରା କରୁଥିବା ଯାତ୍ରୀମାନେ ଏବେଠୁ ଅଧିକ ଖର୍ଚ୍ଚାନ୍ତ ହେବେ ।
ନୂଆ ଦର ଅନୁସାରେ, ସାଧାରଣ ବର୍ଗରେ ୨୧୫ କି.ମିରୁ ଅଧିକ ଯାତ୍ରା ପାଇଁ କିଲୋମିଟର ପିଛା ୧ ପଇସା ବଢିଛି ଭଡା । ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ରେ ନନ୍ ଏସି ପାଇଁ କିଲୋମିଟର ପିଛା ୨ ପଇସା, AC କ୍ଲାସ୍ ପାଇଁ ମଧ୍ୟ କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି । ସେହିଭଳି ନନ୍ ଏସିରେ ୫୦୦ କିମି ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ । ଆସନ୍ତା ୨୬ ତାରିଖରୁ ଲାଗୁ ହେବ ଏହି ନୂଆ ଦର ।
ବର୍ଦ୍ଧିତ ଭଡା ଦ୍ୱାରା ଭାରତୀୟ ରେଲୱେ ଚଳିତ ବର୍ଷ ୬୦୦ କୋଟି ଟଙ୍କାର ଆୟ କରିବା ନେଇ ଅନୁମାନ କରାଯାଉଛି । ତେବେ ଲୋକାଲ ଟ୍ରେନ୍ ଓ ମାସିକିଆ ଟିକେଟରେ କୌଣସି ବୃଦ୍ଧି ନାହିଁ । ନୂଆ ଦର ଅନୁସାରେ, ଅର୍ଡିନାରୀ କ୍ଲାସ୍ରେ ୨୧୫ କିଲୋମିଟର ଯାତ୍ରା ପାଇଁ କୌଣସି ଅତିରିକ୍ତ ରାଶି ଦେବାକୁ ହେବନି ।
ଆମ ଦେଶରେ ଟ୍ରେନ ଯାତାୟତ ଓ ପରିବହନର ଏକ ପ୍ରମୁଖ ମାଧ୍ୟମ । ଗରିବଠୁ ନେଇ ସାଧାରଣ କର୍ମଚାରୀଟିଏ ପ୍ରତିଦିନ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ଟ୍ରେନରେ ଯାତ୍ରା କରିଥାନ୍ତି । ଏମିତିରେ ବର୍ଷ ଶେଷରେ ଟ୍ରେନ ଭଡା ବଢିବା ଯାତ୍ରୀଙ୍କ ପାଇଁ ଝଟ୍କା ।
Attempt to Run Over Police Inspector: ଥାନାଧିକାରୀଙ୍କୁ ହତ୍ୟା ଉଦ୍ୟମ, ଅଳ୍ପକେ ବର୍ତ୍ତିଗଲେ

Weekly Horoscope From 22nd December 2025 To 28th December 2025: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

Daily Horoscope 22nd December 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 22nd December 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)