/odishatv-khabar/media/media_files/2026/01/03/ama-bus-accident-2026-01-03-12-49-58.jpg)
Ama Bus Accident Photograph: (OTV)
ରାଜଧାନୀରେ ପୁଣି ମାରିଲା ଆମ ବସ୍। ସହିଦ ନଗର ରୂପାଲି ଛକରେ ଅଟୋକୁ ପିଟିଲା ଦ୍ରୁତଗତିରେ ଯାଉଥିବା ଆମ ବସ। ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ଯାହା ପରେ ଘଟଣାସ୍ଥଳରେ ଡିସିପି ଜଗମୋହନ ମୀନା ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ରାସ୍ତା ରୋକ୍ କରିଥିବା ବେଳେ ଡିସିପି ପହଞ୍ଚି ବୁଝାସୁଝା କରିବା ପରେ ସାମାନ୍ୟ ନିୟନ୍ତ୍ରଣକୁ ଆସିଛି ପରିସ୍ଥିତି।
ସୂଚନା ଅନୁଯାୟୀ, ରୂପାଲି ଛକ ଟ୍ରାଫିକରେ ଗୋଟିଏ ଶିକ୍ଷାନୁଷ୍ଠାନର ବସ୍ ଠିଆ ହୋଇରହିଥିଲା । ତାପଛକୁ ଥିଲା ଅଟୋ । ଅଟୋରେ ଜଣେ ମହିଳା ଯାତ୍ରୀଙ୍କ ସହ ଡ୍ରାଇଭର ଥିଲେ । ଏହି ସମୟରେ ଆମ ବସ୍ ଦ୍ରୁତଗତିରେ ଆସି ଅଟୋ ପଛରୁ ଧକ୍କା ଦେଇଥିଲା। ଅଟୋଟି ସାମନାରେ ଥିବା ବସ୍ ମଧ୍ୟରେ ଚାପି ହୋଇଯାଇଥିଲା। ଯାହାଫଳରେ ଅଟୋରେ ଥିବା ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।
ବସ୍ ଡ୍ରାଇଭରଙ୍କ ବାପରୁଆ ଡ୍ରାଇଭିଂ ଯୋଗୁଁ ଅଟୋଟି ସମ୍ପୂର୍ଣ୍ଣ ଚୂନା ହୋଇଯାଇଛି। ତେବେ ଦୁର୍ଘଟଣା ଘଟାଇବା ପରେ ଡ୍ରାଇଭର ଜଣକ ଦୁର୍ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସୂଚନା ମିଳିଛି। ଏହାକୁ ନେଇ ରୂପାଲି ଛକରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଡିସିପିଙ୍କ ସହ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।
ରାଜଧାନୀରେ ପୁଣି ଜଣଙ୍କ ଜୀବନ ନେଲା ଆମ ବସ୍
‘ଆମ ବସ୍ ’ ଧକ୍କାରେ ଜଣେ ମୃତ, ଆଉ ଜଣେ ଗୁରୁତର
ରୁପାଲି ଟ୍ରାଫିକ୍ ଉପରେ ଅଟୋକୁ ଧକ୍କା ଦେଲା ‘ଆମ ବସ୍ ’
ଏକ ଅଟୋ ପଛରୁ ଧକ୍କା ଦେଲା ଆମ ବସ୍ ’
ଆଗରେ ଥିବା ଆଉ ଏକ ବସରେ ଚାପି ହୋଇଗଲା ଅଟୋ
ବସ୍ ଡ୍ରାଇଭରଙ୍କ ବେପରୁଆ ଡ୍ରାଇଭ୍ ପାଇଁ ଅଟୋଟି ଭାଙ୍ଗି ଚୁରମାର
ଦୁର୍ଘଟଣା ପରେ ‘ଆମ ବସ୍ ’ ଡ୍ରାଇଭର ଚମ୍ପଟ୍
ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା, ବୁଝାସୁଝା କରୁଛି ପୋଲିସ୍
ଉତ୍ତେଜନା ବଢ଼ୁଥିବାରୁ ସ୍ଥିତି ନିୟନ୍ତ୍ରଣ ପାଇଁ ପହଞ୍ଚିଲେ ଡିସିପି
State Govt to Install Smart Meters: ସ୍ମାର୍ଟ ମିଟର ଲଗାଇବେ ସରକାର, ଖର୍ଚ୍ଚ ହେବ ୩୪୦ କୋଟି ଟଙ୍କା

Odisha Enters Top 10 States List: ଓଡ଼ିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ, ଅନେକ ଖ୍ୟାତନାମା ଶିକ୍ଷାନୁଷ୍ଠାନକୁ ପଛରେ ପକାଇଲା ଭୁବନେଶ୍ବର

Dense Fog Engulfs Bhubaneswar: ରାଜଧାନୀରେ ଜିରୋ ଭିଜିବିଲିଟି, ରାସ୍ତାରେ ଗାଡ଼ି ଚଳାଚଳରେ ଅଚଳାବସ୍ଥା

Supermoon to Light Up the Sky: ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ, ଖାଲି ଆଖିରେ ଦେଖିହେବ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)