/odishatv-khabar/media/media_files/2026/01/03/supermoon-2026-01-03-11-10-21.jpg)
Supermoon Photograph: (OTV)
ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଦୃଶ୍ୟମାନ ହେବ ବର୍ଷର ପ୍ରଥମ ସୁପରମୁନ୍। ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ । ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ରଠାରୁ ପ୍ରାୟ ୧୪ ପ୍ରତିଶତ ବଡ଼ ସହ ୩୦% ଉଜ୍ଜଳ ଦେଖାଯିବ । ସୂର୍ଯ୍ୟାସ୍ତ ପରଠାରୁ ସାରାରାତି ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରେ ଏହାକୁ ଖାଲିଆଖିରେ ଦେଖିହେବ।
ବର୍ଷ ଶେଷକୁ ଦେଖିବାକୁ ମିଳିବ ଆଉ ଦୁଇଟି ସୁପରମୁନ୍। ନଭେମ୍ବର ୨୪ରେ ଦ୍ବିତୀୟ ଓ ଡିସେମ୍ବର ୨୩ ତାରିଖରେ ତୃତୀୟ ସୁପରମୁନ୍ ଦେଖାଯିବ। ଏହାଛଡ଼ା ମେ ୧, ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ମାଇକ୍ରୋମୁନ ବା ଛୋଟ ଚନ୍ଦ୍ର ଦେଖାଯିବ।ଯାହା ସୁନ୍ଦର ମହାଜାଗତିକ ଦୃଶ୍ୟ ସୃଷ୍ଟି କରିବ । ସୁପରମୁନ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡେ ନାହିଁ ।
ସୁପରମୁନ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ । ଯଦି ଚନ୍ଦ୍ର ଆମଠାରୁ ୩.୬୩ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତା’ହେଲେ ସେହି ଚନ୍ଦ୍ରକୁ ସୁପରମୁନ କୁହାଯାଏ ।
• ଏ ବର୍ଷ ୩ଟି ସୁପରମୁନ୍
• ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ
• ଆଜି ଦୃଶ୍ୟମାନ ହେବ ବର୍ଷର ପ୍ରଥମ ସୁପରମୁନ୍
• ଆଜି ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ ହଜାର କିମି ନିକଟରେ ରହିବ
• ୧୪% ବଡ଼ ସହ ୩୦% ଉଜ୍ଜଳ ଦେଖାଯିବ ଜହ୍ନ
• ସୂର୍ଯ୍ୟାସ୍ତ ପରଠାରୁ ଖାଲି ଆଖିରେ ଦେଖିହେବ
• ବର୍ଷ ଶେଷକୁ ଦେଖିବାକୁ ମିଳିବ ଆଉ ୨ଟି ସୁପରମୁନ୍
• ନଭେମ୍ବର ୨୪ରେ ଦ୍ବିତୀୟ ଓ ଡିସେମ୍ବର ୨୩ରେ ତୃତୀୟ ସୁପରମୁନ୍
• ମେ ୧, ମେ ୩୧ ଏବଂ ଜୁନ୍ ୨୯ରେ ମାଇକ୍ରୋମୁନ
Paush Purnima Ritual Of Lord Jagannath: ମହାପ୍ରଭୁଙ୍କ ଅଭିଷେକ, ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ପୁଷ୍ୟାଭିଷେକ

Teacher Draws Double Pension and Gratuity: ଶିକ୍ଷକ ପାଉଛନ୍ତି ଦୁଇଟି ପେନସନ, ଦୁଇ ଥର ଉଠାଇଛନ୍ତି ଗ୍ରାଚୁଇଟି ଅର୍ଥ

Pousha Purnima: ଆଜି ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି, ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ ସୁନାବେଶ ଦର୍ଶନ

Daily Horoscope 3rd January 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)