Advertisment

Dense Fog Engulfs Bhubaneswar: ରାଜଧାନୀରେ ଜିରୋ ଭିଜିବିଲିଟି, ରାସ୍ତାରେ ଗାଡ଼ି ଚଳାଚଳରେ ଅଚଳାବସ୍ଥା

ରାଜଧାନୀରେ ସକାଳୁ ଜିରୋ ଭିଜିବିଲିଟି। ରାସ୍ତାରେ ଗାଡ଼ି ଚଳାଚଳରେ ଅଚଳାବସ୍ଥା। ବିମାନବନ୍ଦରରୁ କିଛି ବିମାନ ଉଡ଼ାଣରେ ବିଳମ୍ବ ସୂଚନା। ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି।

author-image
Chinmayee Sahoo
fog

fog Photograph: (OTV)

ଆଜି ବି ଘନ କୁହୁଡ଼ି। ସାରା ରାଜ୍ୟକୁ ସକାଳୁ ସକାଳୁ କୁହୁଡ଼ିର ବହଳ ଚାଦର ଘୋଡ଼େଇ ରଖିଛି। ଅତି ଘନ କୁହୁଡ଼ି ପାଇଁ ଆଜି ସକାଳୁ ରାଜଧାନୀର ଦୃଶ୍ୟମାନ ଦୂରତା ଶୂନ ମିଟରକୁ ଛୁଇଁଛି। ଏଥିପାଇଁ ଅସ୍ତବ୍ୟସ୍ତ ଜନଜୀବନ, ରାସ୍ତାରେ ଯାତାୟାତ ମୁସ୍କିଲ୍ ହୋଇପଡ଼ିଛି। ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱର ବିମାନବନ୍ଦରରେ ବିମାନସେବା ବାଧାପ୍ରାପ୍ତ ହୋଇଛି। 

Advertisment

ଆଜି ସକାଳୁ ଗୋଟିଏ ବି ବିମାନ ଉଡାଣ ଭରିନି । ଏପଟେ ଆଗାମୀ ୨୪ ଘଣ୍ଟା ପାଇଁ ୧୪ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା କରାଯାଇଛି। ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଓ ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। 

ରାଜ୍ୟରେ କୁହୁଡ଼ିର ପ୍ରଭାବ ଆହୁରି ୪ ଦିନ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜଧାନୀ ସମେତ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରୁ ଆସୁଛି ଘନ କୁହୁଡ଼ିର ଦୃଶ୍ୟ।

Advertisment

ସାରା ରାଜ୍ୟକୁ ଛାଇଛି ଘନ କୁହୁଡ଼ି
ରାଜଧାନୀରେ ସକାଳୁ ଜିରୋ ଭିଜିବିଲିଟି
ରାସ୍ତାରେ ଗାଡ଼ି ଚଳାଚଳରେ ଅଚଳାବସ୍ଥା
ବିମାନବନ୍ଦରରୁ କିଛି ବିମାନ ଉଡ଼ାଣରେ ବିଳମ୍ବ ସୂଚନା 
ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଅନ୍ୟ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 
ପାଣିପାଗ ବିଭାଗର ସୂଚନା, ଆହୁରି ୪ ଦିନ ରହିବ ପ୍ରଭାବ

Dense Fog
Advertisment
Related Articles
Advertisment