/odishatv-khabar/media/media_files/2026/01/03/foreign-students-2026-01-03-11-21-30.jpg)
Foreign Students Photograph: (OTV)
ଓଡ଼ିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ। ଅଧିକ ବିଦେଶୀ ଛାତ୍ର ପଢ଼ୁଥିବା ୧୦ଟି ରାଜ୍ୟ ତାଲିକାରେ ଓଡ଼ିଶା। କୋଲକାତା, ହାଇଦ୍ରାବାଦ ଓ ତେଲଙ୍ଗାନା ଭଳି ସ୍ଥାନରେ ଅନେକ ଖ୍ୟାତନାମା ଉଚ୍ଚ ଶିକ୍ଷାନୁଷ୍ଠାନ ଥିଲେ ବି ଓଡ଼ିଶା ସେମାନଙ୍କୁ ପଛରେ ପକାଇ ଏହି ଗୌରବ ହାତେଇଛି। ‘ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତୀୟକରଣ’ କୁ ନେଇ ନୀତି ଆୟୋଗ ପ୍ରକାଶ କରିଥିବା ରିପୋର୍ଟରେ ଓଡି଼ଶାକୁ ବିଦେଶୀ ଛାତ୍ର ଆକୃଷ୍ଟ ହେଉଥିବା ନେଇ ଉତ୍ସାହଜନକ ତଥ୍ୟ ରଖିଛି ।
ଓଡ଼ିଶାରେ ଏବେ ୨ ହଜାର ୩୬୨ ବିଦେଶୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବିଟେକରେ ସର୍ବାଧିକ ୨ ହଜାର ୨୨୧ ଛାତ୍ରଛାତ୍ରୀ ପଢୁଛନ୍ତି। ୨୦୨୧-୨୨ ମସିହାରେ ୨ ହଜାର ୩୨୦ ବିଦେଶୀ ଛାତ୍ର ଉଚ୍ଚଶିକ୍ଷା ପାଇଁ ରାଜ୍ୟକୁ ଆସିଛନ୍ତି। ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ନାତକ, ସ୍ନାତକୋତ୍ତର, ପିଏଚଡିରେ ନାମ ଲେଖାଇଥିଲେ। ଅନ୍ୟ ରାଜ୍ୟଗୁଡ଼ିକୁ ପଛରେ ପକାଇ ବିଦେଶୀ ଛାତ୍ରଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଛନ୍ତି ଓଡ଼ିଶା ଓ ହରିୟାଣା।
• ଓଡ଼ିଶା ମୁହାଁ ବିଦେଶୀ ଛାତ୍ରଛାତ୍ରୀ
• ଅଧିକ ବିଦେଶୀ ଛାତ୍ର ପଢ଼ୁଥିବା ୧୦ ରାଜ୍ୟ ତାଲିକାରେ ଓଡ଼ିଶା
• କୋଲକାତା, ହାଇଦ୍ରାବାଦ ଓ ତେଲଙ୍ଗାନା ପଛରେ ପକାଇଲା ଭୁବନେଶ୍ବର
• ‘ଭାରତରେ ଉଚ୍ଚଶିକ୍ଷାର ଆନ୍ତର୍ଜାତୀୟକରଣ’ କୁ ନେଇ ରିପୋର୍ଟ
• ନୀତି ଆୟୋଗ ପ୍ରକାଶ କରିଥିବା ରିପୋର୍ଟରେ ଆଗରେ ଓଡି଼ଶା
• ରିପୋର୍ଟରେ ବିଦେଶୀ ଛାତ୍ର ଆକୃଷ୍ଟ ହେଉଥିବା ଉତ୍ସାହଜନକ ତଥ୍ୟ
• ଓଡ଼ିଶାରେ ପଢୁଛନ୍ତି ୨ ହଜାର ୩୬୨ ବିଦେଶୀ ଛାତ୍ରଛାତ୍ରୀ
• ବି ଟେକରେ ସର୍ବାଧିକ ୨ ହଜାର ୨୨୧ ଛାତ୍ରଛାତ୍ରୀ ପଢୁଛନ୍ତି
• ୨୦୨୧-୨୨ ମସିହାରେ ଆସିଥିଲେ ୨ ହଜାର ୩୨୦ ବିଦେଶୀ ଛାତ୍ର
Dense Fog Engulfs Bhubaneswar: ରାଜଧାନୀରେ ଜିରୋ ଭିଜିବିଲିଟି, ରାସ୍ତାରେ ଗାଡ଼ି ଚଳାଚଳରେ ଅଚଳାବସ୍ଥା

Supermoon to Light Up the Sky: ଆଜି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ, ଖାଲି ଆଖିରେ ଦେଖିହେବ

Paush Purnima Ritual Of Lord Jagannath: ମହାପ୍ରଭୁଙ୍କ ଅଭିଷେକ, ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ପୁଷ୍ୟାଭିଷେକ

Teacher Draws Double Pension and Gratuity: ଶିକ୍ଷକ ପାଉଛନ୍ତି ଦୁଇଟି ପେନସନ, ଦୁଇ ଥର ଉଠାଇଛନ୍ତି ଗ୍ରାଚୁଇଟି ଅର୍ଥ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)