• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

13 killed as bus catches fire after accident in Madhya Pradesh
ଦୁର୍ଘଟଣା ପରେ ଜଳିଗଲା ବସ୍‌; ୧୩ ଜଣଙ୍କ ମୃତ୍ୟୁ

ଦୁର୍ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ମୃତଦେହକୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନାହିଁ । ବର୍ତ୍ତମାନ ଏନେଇ ତଦନ୍ତ ଜାରି ରହିଛି ।

China Rocket
ଆକାଶରୁ ଖସି ପଡ଼ିଲା ଚାଇନା ରକେଟ୍, ଜଙ୍ଗଲରେ ହେଲା ବିରାଟ ବିସ୍ଫୋରଣ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଜୋରରେ ଭାଇରାଲ ହେଲା। ଆଉ କୁହାଗଲା, ସେଇ ଭିଡିଓରେ ଆକାଶରୁ ଯାହା ଖସୁଛି ତାହା ଚୀନ୍‌ ପକ୍ଷରୁ ପ୍ରେରଣ କରାଯାଇଥିବା ବୁଷ୍ଟର ।

  • Wednesday, 27 December 2023
Accident
ତେଲକୋଇ ବନାଞ୍ଚଳରେ ଅଘଟଣ, ଟ୍ରକ୍‌ ଧକ୍କାରେ ଚାଲିଗଲା ହାତୀର ଜୀବନ

ନୟାଗଡ଼ ରଣପୁର ବନାଞ୍ଚଳରେ ଆହତ ହାତୀର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ମୃତ୍ୟୁ ଘଟିଛି। ହାତୀର ଗୋଡ଼ରେ ଆଘାତ ଲାଗିଥିଲା। ଗତ ୩ ଦିନ ହେବ ଦନ୍ତା ହାତୀର ଚିକିତ୍ସା ଚାଲିଥିଲା।

Driver turned the car while talking on the phone three year old child was crushed to death
ଫୋନ୍‌ରେ କଥା ହୋଇ ବୁଲାଉଥିଲେ କାର୍; ଶିଶୁର ମୁଣ୍ଡରେ ଚଢ଼ିଗଲା ଚକା

ଫୋନରେ କଥା ହେଉଥିବା ବେଳେ ଜଣେ କାର୍‌ ଡ୍ରାଇଭର ତିନି ବର୍ଷର ଏକ ଶିଶୁକୁ ଧକ୍କା ଦେଇଥିଲା, ଯେଉଁ କାରଣରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ଡ୍ରାଇଭର ପଳାଇବାକୁ ଚେଷ୍ଟା କଲାବେଳେ ଲୋକମାନେ ତାଙ୍କୁ ଧରି ପିଟିଥିଲେ ଏବଂ ପୋଲିସକୁ ହସ୍ତାନ୍ତର କରିଥିଲେ।

Accident
ଖସି ପଡ଼ିଲା ୪୦ ଟନ ଲୁହା ବୋଝେଇ ଟ୍ରକ, ଚାଲିଗଲା ୪ ଜୀବନ

ଗୋଟିଏ ପରିବାରର ଚାରି ସଦସ୍ୟଙ୍କ ଦେହାନ୍ତ । ଟ୍ରକ ଚଳେ ଚାପି ହୋଇ ପ୍ରାଣ ହରାଇଛନ୍ତି ଗୋଟିଏ ପରିବାରର ଚାରି ସଦସ୍ୟ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଦି ସକାଳେ ସକାଳେ ମଧ୍ୟପ୍ରଦେଶର ଗୁନାରେ ଘଟି ଯାଇଛି ।

Accident in 2023
Year Ender 2023: ବର୍ବର ବର୍ଷ...ଛାତିଥରା ଦୁର୍ଘଟଣା ନେଇଛି ଅନେକ ମୁଣ୍ତ

ନୂତନ ବର୍ଷକୁ ସ୍ୱାଗତ କରିବାକୁ ଆରମ୍ଭ ହୋଇ ଗଲାଣି ପ୍ରସ୍ତୁତି । ତେବେ ବିଦାୟୀ ବର୍ଷ କେତେ ଯେ ଦୁଃଖ ଦେଇ ଯାଇଛି, ତାହା କଳନା କରିବା କାଠିକର ପାଠ । ବର୍ଷ ତମାମର ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେ ରହିବ । ସେ ସବୁକୁ ନେଇ ଆମର ସ୍ୱତନ୍ତ୍ର ରିପୋର୍ଟ .. 'ଲୁହଦେଇ ଗଲା ୨୦୨୩'

Joe Biden
ଆମେରିକା ରାଷ୍ଟ୍ରପତିଙ୍କ କାରକେଡ୍‌ ସହ କାର ଧକ୍କା, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବାଇଡେନ୍‌

କାରକେଡ୍‌ ସହ ଦୁର୍ଘଟଣା ଘଟିଥିବା କାର ବାଇଡେନ୍‌ଙ୍କ ଗାଡ଼ିଠାରୁ ମାତ୍ର ୧୩୦ ମିଟର ଦୂରରେ ଥିଲା । ସୁରକ୍ଷାକର୍ମୀ ତୁରନ୍ତ ବାଇଡେନ୍‌ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରି ଘଟଣା ସ୍ଥଳରୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ।

Accident In Sundergarh
ଅଟୋକୁ ଧକ୍କା ଦେଲା ହାଇୱା, ୫ ମୃତ

ଅଟୋକୁ ଧକ୍କା ଦେଲା ହାଇୱା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତରଙ୍କୁ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Mysterious fire breaks out at a home in Jajpur
ଅଜବ ! ହଠାତ୍‌ ମାଡ଼ୁଛି ନିଆଁ, କେତେବେଳେ ଛାତ ଉପରେ ତ କେତେବେଳେ ଜଳି ଯାଉଛି ଲୁଗାପଟା...

ଦେଖୁ ଦେଖୁ ଚାରିଆଡ଼େ ବ୍ୟାପି ଯାଉଛି  ନିଆଁ । ହଠାତ୍‌ ମାଡ଼ି ଯାଉଛି ନିଆଁ, କେତେବେଳେ ଛାତ ଉପରେ ତ କେତେବେଳେ ଜଳି ଯାଉଛି ଲୁଗାପଟା ସହ ଆସବାବପତ୍ର ।

Traffic Checking
ଆଉ ରକ୍ଷା ନାହିଁ ! ମଦ ପିଇ ଗାଡ଼ି ଚଲାଇଲେ, ମୋବାଇଲ ଧରିଲେ ହେବେ ଧରା...

ଡିସେମ୍ବର ମାସ ଯାକ ମଦ୍ୟପାନ କରି ଗାଡି ଚାଳନା, ହେଲମେଟ ବିହୀନ ଗାଡ଼ି ଚାଳନା, ଅତ୍ୟଧିକ ବେଗରେ ଗାଡ଼ି ଚାଳନା, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର, ରଙ୍ଗସାଇଡ ଗାଡ଼ି ଚାଳନା ଓ ମାଲବାହୀ ଯାନରେ ଓଭରଲୋଡିଂ ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ କର ।

Child Stuck in Borewell
ବୋର୍‌ୱେଲ ଭିତରେ ପଡ଼ିଲା ଶିଶୁ; କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ

ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ବୋରୱେଲରେ ଶିଶୁଟି ପଡିଥିବା ଦେଖିବାକୁ ମିଳିଛି ।

 Accident
ହାଇୱେରେ ଭୟଙ୍କର ଦୁର୍ଘଟଣା : ଧକ୍କା ହେବାପରେ ଟ୍ରକ୍ ସହ କାର୍‌ରେ ଲାଗିଲା ନିଆଁ, ୮ ଜୀବନ୍ତ ଦଗ୍ଧ

ନିଆଁ ଲାଗିବା ପରେ କାର୍‌ରେ ବସିଥିବା ଲୋକମାନେ ଚିତ୍କାର କରି ସାହାଯ୍ୟ ମାଗିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ କାରର କବାଟ ଖୋଲି ନଥିଲା

Accident
ଜୀବନ ନେଉଛି ବେପରୁଆ ଗାଡ଼ି ଚାଳନା; ରିପୋର୍ଟ ଦେଲା NCRB 

ଓଭର ସ୍ପିଡିଂ, ବେପରୁଆ ଡ୍ରାଇଭିଂ, ମଦ୍ୟପାନ କରି ଗାଡ଼ି ଚାଳନା। ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ବଡ଼ କାରଣ। NCRB ଦ୍ବାରା ପ୍ରକାଶିତ ସଦ୍ୟତମ ରୋଡ୍ ଆକ୍ସିଡେଣ୍ଟସ୍ ଆଣ୍ଡ ସୁଇସାଇଡ୍ ଇନ୍ ଇଣ୍ଡିଆ ରିପୋର୍ଟରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ।

Minor Death
ବରଯାତ୍ରୀ ପାଲଟିଲା ମରଣଯନ୍ତା; ନିଆଁରେ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ

ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ । ଏହି ନିଆଁରେ ଜୀବନ୍ତ ଜଳିଗଲା ୫ ବର୍ଷର ଶିଶୁ । ଘଟଣାରେ ୨ଜଣ ଗୁରୁତର ଅଛନ୍ତି ।

Road Accident
ଘଟୁଛି ଦୁର୍ଘଟଣା, ଚାଲିଯାଉଛି ନିରୀହ ଜୀବନ; ଏଥିପାଇଁ ଦାୟୀ କିଏ ?

NHରେ ବେଆଇନ ଗାଡ଼ି ପାର୍କିଂ ଡାକୁଛି ବିପଦ । ଘଟୁଛି ଦୁର୍ଘଟଣା, ଚାଲିଯାଉଛି ନିରୀହ ଜୀବନ । କେନ୍ଦୁଝର ହେଉ ବା ଭୁବନେଶ୍ୱର ଅଥବା ଆଜି ଯାଜପୁରରେ ଘଟିଥିବା ଦୁର୍ଘଟଣା, ସବୁଠି ବେଆଇନ ଗାଡ଼ି ପାର୍କିଂ ହିଁ ଦୁର୍ଘଟଣା ପଛର ମୁଖ୍ୟ କାରଣ ।

Fire Mishap
ମାଆ ପାଇଁ ଏମିତି ଭଲପାଇବା ! ନିଆଁରେ ମାଆକୁ ଛାଡ଼ି ଘରୁ ବାହାରିଲାନି ପୁଅ, ନିଜେ ଜଳି ଜୀବନ ହାରିଲା...

ବଡ଼ କଥା ହେଲା ନିଆଁ ଲାଗିବା ସମୟରେ ଘରେ ପରିବାରର ଅଧିକାଂଶ ସଦସ୍ୟ ଉପସ୍ଥିତ ଥିଲେ । ଆଉ ଯିଏ ଯାହା ବାଟରେ ନିଜ ଜୀବନ ବଞ୍ଚାଇ ଘରୁ ବାହାରି ଚାଲିଯାଇଥିଲେ।

Three children burnt alive as hut catches fire in Firozabad, parents critical
ପୂରା ପରିବାରକୁ ଜାଳିଦେଲା ନିଆଁ; ୩ ଶିଶୁ ମୃତ, ବାପା-ମା’ ଗୁରୁତର

୩୦ ବର୍ଷୀୟ ସକିଲ ଜଣେ ଗରିବ ହୋଇଥିବାରୁ ସେ ତାଙ୍କ ପତ୍ନୀ ଓ ୩ ପିଲାଙ୍କୁ ଧରି ଏକ କୁଡ଼ିଆରେ ରହିଆସୁଥିଲେ । ନିକଟରେ ସକିଲଙ୍କୁ ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଏକ ଘର ମଧ୍ୟ ମିଳିଥିଲା । ଘର କାମ ଶେଷ ହୋଇନଥିବାରୁ ସେମାନେ କୁଡ଼ିଆରେ ରହୁଥିଲେ ।

Aircraft crashes
ପୁଣି ବାୟୁସେନା ବିମାନ ଦୁର୍ଘଟଣା; ୨ ପାଇଲଟଙ୍କ ମୃତ୍ୟୁ

ଆଜି ସକାଳୁ ସକାଳୁ ଏହି ବଡ଼ ଦୁର୍ଘଟଣା ଘଟିଛି । ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଏହି ଅଘଟଣ ହୋଇଛି ।

Car Accident In Bhubaneswar
ପ୍ରଥମେ ଡିଭାଇଡର ଉପରକୁ ମାଡ଼ିଗଲା, ପରେ ବସ୍‌ ସହ ପିଟି ହେଲା କାର୍‌...

ନନ୍ଦନକାନନ ପଟୁ ଜୟଦେବ ବିହାରକୁ ଯାଉଥିବା ଏକ କାର୍‌ ନିୟନ୍ତ୍ରଣ ହରାଇ ପ୍ରଥମେ ଡିଭାଇଡର ଉପରକୁ ମାଡ଼ି ଯାଇଥିଲା । ଏହାପରେ ଅପରପାର୍ଶ୍ୱରେ ଥିବା ଏକ ବସ୍‌ ସହ ପିଟି ହୋଇଥିଲା ।

Drowning Death
କୋଏଲ୍‌ ନଦୀରେ ଗାଧୋଇଲା ବେଳେ ବୁଡ଼ିଗଲେ ୨ ନାବାଳକ; ଜଣେ ମୃତ, ଜଣେ ନିଖୋଜ

ରାଉରକେଲାର କୋଏଲ ନଦୀରେ ବୁଡ଼ି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି।

2 kills in car accident in pahala
ଭୁବନେଶ୍ୱର ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣା: ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୨ ମୃତ

ଟ୍ରକ୍‌କୁ କାର୍‌ ଧକ୍କା ଦେବା ଯୋଗୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ପାହାଳ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

zero fatality week
ଜିରୋ ଫାଟାଲିଟି ୱିକ୍ ଆରମ୍ଭରୁ ମୃତ୍ୟୁ ବିଭୀଷିକା, ୪ ଦୁର୍ଘଟଣାରେ ଅକାଳରେ ଗଲା ୧୧ ଜୀବନ

ରାଜ୍ୟ ପରିବହନ ବିଭାଗର ଆକ୍ସିଡେଣ୍ଟ ତଥ୍ୟ ବି ଆଖି ତରାଟିଲା ଭଳି। ଗତ ୧୦ ବର୍ଷରେ ସଡ଼କ ଦୁର୍ଘଟଣାରେ ଗଲାଣି ୪୮ ହଜାର ଜୀବନ। ଦୈନିକ ଏ ସଂଖ୍ୟା ୧୩। ଆଶ୍ଚର୍ଯ୍ୟର କଥା ଏପ୍ରିଲରେ ଜିରୋ ଫାଟାଲିଟି ୱିକ୍ ପାଳନ ସତ୍ତ୍ୱେ ବର୍ଷର ପ୍ରଥମ ୯ ମାସରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୪.୯ ପ୍ରତିଶତ ବଢ଼ିଛି।

Keonjhar Accident
ତୀର୍ଥ ଯାତ୍ରା ହେଲା ଶେଷ ଯାତ୍ରା, ଚାଲିଗଲା ଗଞ୍ଜାମ ଦିଗପହଣ୍ଡିର ଦୁଇ ସଙ୍ଗାତ ପରିବାରର ୮ ଜୀବନ

ହଁ, ସେ କାଳ ଏମିତି ଯେ ଏକାବେଳକେ ନେଇଗଲା ୮ ଜୀବନ। ରାସ୍ତା କଡ଼ରେ ଠିଆ ହୋଇଥିବା ଦୁର୍ଘଟଣାଗ୍ରସ୍ତ ଟୁରିଷ୍ଟ ଭ୍ୟାନର ଏ ସ୍ଥିତି ହିଁ ବୟାନ କରୁଛି କେତେ ଭୟାବହ ଥିଲା ଦୁର୍ଘଟଣା।

Around 5 thousands people killed every year in road accidents
ଦୁର୍ଘଟଣା ନେଉଛି ମୁଣ୍ଡ: ପ୍ରତିବର୍ଷ ଓଡ଼ିଶାରେ ଯାଉଛି ୫ ହଜାର ଜୀବନ

ଗତ ୧୦ ବର୍ଷରେ ରାଜ୍ୟରେ ୪୮ ହଜାର ଲୋକଙ୍କ ଜୀବନ  ନେଇଛି ସଡ଼କ ଦୁର୍ଘଟଣା । ଅର୍ଥାତ୍‌ ପ୍ରତିବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୫ ହଜାର ଲୋକଙ୍କ ଜୀବନ ଯାଉଛି ।

7 dead as van hits parked truck on NH in Keonjhar
ଭୟଙ୍କର ଦୁର୍ଘଟଣା: ଟ୍ରକ୍‌କୁ ପଛପଟୁ ପିଟିଲା ଭ୍ୟାନ୍‌, ଚାଲିଗଲା ୮ ଜୀବନ...

ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛପଟୁ ଭ୍ୟାନ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ଜୀବନ ଚାଲିଯାଇଛି ।