/odishatv-khabar/media/media_files/2026/02/06/bus-plunges-into-gorge-2026-02-06-14-03-27.jpg)
Bus Plunges Into Gorge Photograph: (OTV)
ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲା ସଂଲଗ୍ନ ନେପାଳର ବୈତାଡି ଜିଲ୍ଲାରେ ଗତକାଲି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିଛି। ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୩୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନେପାଳର ବୈତାଡି ଏବଂ ଦାଦେଲଧୁରାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ନେପାଳର ପଶ୍ଚିମ ଦିଗର ବୈତାଡି ଜିଲ୍ଲାରେ ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଏହି ଜିଲ୍ଲା ଭାରତର ଉତ୍ତରାଖଣ୍ଡ ରାଜ୍ୟର ପିଥୋରାଗଡ଼ ଜିଲ୍ଲା ସଂଲଗ୍ନ। ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ମିଳିଛି ଯେ, ଦୁର୍ଘଟଣାରେ ୮ ଜଣଙ୍କର ଘଟଣାସ୍ଥଳରେ ଏବଂ ଚିକିତ୍ସା ସମୟରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ସଂଖ୍ୟା ୧୩ ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି।
ଗୁରୁବାର ରାତି ପ୍ରାୟ ୮ଟା ସମୟରେ ବୈତାଡି ଜିଲ୍ଲାର ପୁରଚୌରୀ ମ୍ୟୁନିସିପାଲିଟି ଅଞ୍ଚଳରୁ ବିବାହ ଶୋଭାଯାତ୍ରା ନେଇ ଯାଉଥିବା ଏକ ବସ୍ ପାହାଡ଼ି ରାସ୍ତାରେ ନିୟନ୍ତ୍ରଣ ହରାଇ ୨୦୦ ମିଟର ଗଭୀର ଘାଟିକୁ ଖସିପଡ଼ିଥିଲା।
T20 World Cup: ଦିନକ ପରେ ଟି-ଟ୍ବେଣ୍ଟି ବିଶ୍ବକପ୍, କ’ଣ କରିବ ପାକିସ୍ତାନ?

Mystery Over Disappearance: ୩ ଦିନ ହେବ ମଝି ସମୁଦ୍ରରୁ ନିଖୋଜ, ମେରାଇନ ଇଞ୍ଜିନିୟର ସାର୍ଥକ ମହାପାତ୍ରଙ୍କର ମିଳୁନି ପତ୍ତା

Two Girl Students Missing: ବିଦ୍ୟାଳୟ ହଷ୍ଟେଲରୁ ୨ ଛାତ୍ରୀ ନିଖୋଜ, ୧୪ ଘଣ୍ଟା ହେବ ମିଳୁନି ପତ୍ତା

Does Meat Masala Contains Mutton? ମିଟ୍ ମସଲା- ଆମିଷ ନା ନିରାମିଷ, ସତ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ!

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)