/odishatv-khabar/media/media_files/2026/02/06/meat-masala-2026-02-06-13-21-12.jpg)
Meat Masala Photograph: (OTV)
ଆପଣ ପ୍ରତିଦିନ ଘରେ ରୋଷେଇ କରିବା ବେଳେ ହେଉ କିମ୍ବା ବାହାରେ ହୋଟେଲ ବା ରେଷ୍ଟୁରାଣ୍ଟରେ ଖାଇବା ବେଳେ ପ୍ରଥମେ ତାହାର ସ୍ବାଦକୁ ଧ୍ୟାନ ଦିଅନ୍ତି। ଯଦି ସ୍ବାଦ ଭଲ ହୋଇ ନଥାଏ, ତାହାଲେ ଖାଦ୍ୟ ଖାଇବାରେ ଅସନ୍ତୁଷ୍ଟ ହୋଇଥାନ୍ତି। କିଛି ମସଲା ଖାଦ୍ୟର ସ୍ବାଦକୁ ଆହୁରି ଦ୍ବିଗୁଣିତ କରି ଦେଇଥାଏ। କିନ୍ତୁ କିଛି ଲୋକ ଭାବନ୍ତି ନିରାମିଷ ଖାଦ୍ୟ ପାଇଁ ଭିନ୍ନ ମସଲା ଓ ଆମିଷ ଖାଦ୍ୟ ପାଇଁ ଭିନ୍ନ ମସଲା।
କିଛି ଲୋକ ଆମିଷ ଖାଦ୍ୟରେ ଯେଉଁ ମସଲା ପକାଇ ଥାଆନ୍ତି, ତାହାକୁ ନିରାମିଷ ଖାଦ୍ୟରେ ପକାଇ ନଥାନ୍ତି। ସେହି ମସଲା ମଧ୍ୟରୁ ଗୋଟିଏ ହେଉଛି ‘ମିଟ୍ ମସଲା’ ବା ‘ମାଂସ ମସଲା’। ଅନେକ ଭାବନ୍ତି ଯେ, ‘ମିଟ୍ ମସଲା’ (Meat Masala) ରେ ମାଂସର ବ୍ୟବହାର ହୋଇଥାଏ।
ଅନେକ ସମୟରେ କମ୍ପାନୀଗୁଡ଼ିକ ଭିନ୍ନ ଭିନ୍ନ ନାମରେ ଭିନ୍ନ ଭିନ୍ନ ମସଲା (Spices) ପ୍ରସ୍ତୁତ କରି ମାର୍କେଟକୁ ଛାଡନ୍ତି। ଏପରିକି ଚିକେନ୍ ମସଲା ଓ ମିଟ୍ ମସଲା ଥିବା ପ୍ୟାକେଟ୍ରେ କମ୍ପାନୀ ଏପରି ଛବି ଦେଇଥାନ୍ତି, ଯାହାକି ଆମିଷ ଭର୍ତ୍ତି ପ୍ୟାକେଟ୍ ଭଳି ଲାଗେ। କିନ୍ତୁ, ଯେଉଁମାନେ ନିରାମିଷ ଖାଦ୍ୟ ବନାନ୍ତି ସେମାନେ ଦ୍ବନ୍ଦରେ ପଡ଼ିଯାଆନ୍ତି ଯେ, କେଉଁ ମସଲା ବ୍ୟବହାର କରିବେ।
ଚିକେନ୍ ଏବଂ ମିଟ୍ ମସଲାଗୁଡ଼ିକ ସ୍ୱାଦ ବୃଦ୍ଧି କରିବା ଏବଂ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ ତିଆରି କରାଯାଇଛି, କିନ୍ତୁ ସେହି ଖାଦ୍ୟ ମାଂସ ହେଉ କି ନ ହେଉ। ଏହି ମସଲାରେ ଜିରା, ଧନିଆ, ହଳଦୀ, ଲଙ୍କା ପାଉଡର, ପାନମହୁରୀ, ଜାଇଫଳ, ରସୁଣ, ଅଦା, କଳା ଗୋଲମରିଚ ଏବଂ କଞ୍ଚାଲଙ୍କା ଭଳି ଉପାଦାନର ମିଶ୍ରଣ ଥାଏ। ଯାହା ସମ୍ପୂର୍ଣ୍ଣ ନିରାମିଷ। ଏହି ମସଲାଗୁଡ଼ିକ ନିରାମିଷ ଖାଦ୍ୟରେ ବି ପକାଇ ଆହୁରି ସ୍ବାଦିଷ୍ଟ କରି ହେବ। ଏହି ମସଲାକୁ ଖାଦ୍ୟରେ ପକାଇଲେ ଖାଦ୍ୟ ଆହୁରି ସୁଗନ୍ଧଯୁକ୍ତ ହେବା ସହ ସ୍ବାଦକୁ ଦ୍ବିଗୁଣିତ କରି ଦେଇଥାଏ।
ବିଦ୍ର: ଉପରୋକ୍ତ ସୂଚନା ସୋସିଆଲ ମିଡିଆ ଏବଂ ରିପୋର୍ଟରେ କରାଯାଇଥିବା ଦାବି ଉପରେ ଆଧାରିତ। ଓଟିଭି ଏହି ଦାବିର କୌଣସି ସତ୍ୟତା ଯାଞ୍ଚ କରି ନାହିଁ।
New Hope for Odisha Cricket: ୮ଟି ୱିକେଟ୍ ନେଲେ, ତୋଫାନୀ ଜଲୱା ଦେଖାଇଲେ ଓଡ଼ିଆ ପୁଅ

Bomb Threats Hit Multiple Courts: କାହା ଟାର୍ଗେଟରେ ୪ କୋର୍ଟ? ପୁଣି ବୋମାରେ ଉଡ଼ାଇ ଦେବାକୁ ଧମକ

Revenue Services at Fingertips: ଏଣିକି ଗୋଟିଏ କ୍ଲିକରେ ରାଜସ୍ବ ସେବା, ‘ଆମସାଥୀ' ହ୍ବାଟସଆପ୍ ଚାଟବଟ୍ ବ୍ୟବସ୍ଥାର ଲୋକାର୍ପଣ

No More Rent Worries in Cities: ଆଉ ରହିବନି ଟେନସନ୍, ସୁଲଭ ମୂଲ୍ୟରେ ସରକାର ଦେବେ ଘର ଭଡ଼ା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)